ମର୍ଡ଼ର୍ଣ୍ଣ ଯୁଗର ନାରୀ
ମର୍ଡ଼ର୍ଣ୍ଣ ଯୁଗର ନାରୀ
ମୁ ବା ମର୍ଡ଼ର୍ଣ୍ଣ ଯୁଗର ନାରୀ
କରେ ନି କାହାକୁ ଖାତିରି
ମୋହରି ମନର ମାଲିକ ମୁଁ ନିଜେ
ମୋ ପରି ନୁହେ କେ ସରି
ମୁ ବା ମଡ଼ର୍ଣ୍ଣ ଯୁଗର ନାରୀ ......
ମୋ ଗିରସ୍ତ କରନ୍ତି ଚାକିରୀ
ତେଣୁ ମୋ ଵହପ ଭାଆରି
ଶାଶୁ ଶ୍ୱଶୁରଙ୍କୁ ଦିଏ ମୁ ଅର୍ଡର
କରନ୍ତି ମୋ ପାଶେ ଗୁହାରି
ମୁଁ ବା ମଡ଼ର୍ଣ୍ଣ ଯୁଗର ନାରୀ .......
ମୁ ଦେଖିବାକୁ ଭାରି ସୁନ୍ଦରୀ
ମୋ ଆଗେ ସମସ୍ତେ ବାନ୍ଦରୀ
ଲିପିସ୍ଟିକ୍, ପାଉଡର୍,ଅତର ବୋଳିକି
ଦେଖାଏ ମୁଁ ମୋ ମୁଖ ଶିରୀ
ମୁଁ ବା ମଡ଼ର୍ଣ୍ଣ ଯୁଗର ନାରୀ.......
ଶାଶୁ ଘରେ କମ୍ ଏଣ୍ଟିରି
ଭଡ଼ା ଘରେ ମୁଁ ପୁରା ଫିରି
ଇଂଲିଶ ମିଡିୟମରେ ପଢ଼ନ୍ତି ମୋ ପିଲା
ସମସ୍ତେ ଡାକନ୍ତି ମାଡା଼ମ ଗୌରୀ
ମୁ ବା ମଡ଼ର୍ଣ୍ଣ ଯୁଗର ନାରୀ.....
ପାଳିଛି ବିଲାତି କୁକୁରୀ
କଲୋନୀରେ ମୋର ଖାତିରି
ଶାଶୁ ଶଶୁରଙ୍କୁ ଦେଖେନି ଆଖିରେ
କୁତ୍ତି ପାଈଁ ଆଣେ ସଫାରୀ
ମୁଁ ବା ମଡ଼ର୍ଣ୍ଣ ଯୁଗର ନାରୀ......
ସପିଂରେ ସଉକ ଭାରି
ମୋହ ଠୁ ନୁହେଁ କେ ସରି
ଈଭନିଂ ଡିନର୍ ମୋ ଫାଈଭ୍ ଷ୍ଟାରରେ
ସତେ ବା ଅମ୍ବାନୀ ଝିଆରୀ
ମୁ ବା ମଡ଼ର୍ଣ୍ଣ ଯୁଗର ନାରୀ ....
ଶାଢ଼ୀରେ ନାହିଁ ମୋ ଆଦରି
ଚୁଡିଦାର୍ ଵି ମୋ ଵଇରୀ
ଜିନ୍ସ ସଂଗେ ଟପ୍ ନ ପିନ୍ଧିଲେ ଦିନେ
ମନ ଲାଗେ ବଡ଼ ଭାରି
ମୁଁ ବା ମଡ଼ର୍ଣ୍ଣ ଯୁଗର ନାରୀ......
ସ୍ୱାମୀ ଯେ ମୋର ଅର୍ଦଲି
ମୋ ନାଲି ଆଖିକୁ ଡରି
ଘରୁ ବାହାରକୁ ଗୋଡ଼ କାଢନ୍ତିନି
କାଢିଲେ କହନ୍ତି 'ସରି'
ମୁଁ ବା ମଡର୍ଣ୍ଣ ଯୁଗର ନାରୀ.....
ସଭିଏଁ ମୋ ପାଖେ ଡରି
କହନ୍ତି କଥାକୁ ଥିରି
କଲେଜ ଟୋକା ସଂଗେ ବୁଲେ ମୁଁ ଗାଡିରେ
ଡାକନ୍ତପ୍ୟାରୀ
ମୁଁ ବା ମଡ଼ର୍ଣ୍ଣ ଯୁଗର ନାରୀ.....
ମୋତେ