Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Comedy

3.4  

DILIP KUMAR SAHOO

Comedy

ବାବୁଙ୍କୁ ହେଲା ସତାବନ

ବାବୁଙ୍କୁ ହେଲା ସତାବନ

1 min
1.0K



  ବାବୁଙ୍କୁତ ହେଲା ସତାବନ ଏବେ

      ଭାବୁଛନ୍ତି ସିଏ ସତର

 ଶୋଳ ବୟସୀଙ୍କ ମନ କିଣିବାକୁ

      ବୋଳି ହେଉଛନ୍ତି ଅତର ।


 ପକେଟରେ ବାବୁ ପାନିଆ ରଖନ୍ତି

     ମୁଣ୍ଡରେ ନାହିଁତ ଛପର

କେରାଏ ବାଳକୁ କଳା କରି ବାବୁ

  କଳିକୁ ଭାବନ୍ତି ଦ୍ବାପର ।


   ଫେସ୍ ବୁକ୍ ରେ ତ ଗୀତ ଛାଡୁଛନ୍ତି

        ଗୀତ ନୁହେଁ ପ୍ରେମ ପତର

   ଅନେକେ ମହିଳା ଲାଇକ୍ ମାରନ୍ତି

         ଦିଅନ୍ତିନି କେହି ଉତ୍ତର ।


   ବଳ ନାହିଁ ଆଉ ଖେଳ ଖେଳିବାକୁ

       ହାତ ପାଦ ସବୁ ମନ୍ଥର

  ସୁନ୍ଦରୀ ମାନଙ୍କୁ ଦେଖିଲେ ବାବୁଙ୍କ

       ନିଶ୍ୱାସ ହୁଅଇ ପ୍ରଖର ।


  ଘରଣୀଙ୍କ ଦେହେ ହାତ ମାରିଲେ ତ

      କରେଣ୍ଟ ଲାଗଇ ଜବର

 ମ୍ୟାଡାମ କୁହନ୍ତି ଲାଜ ନାହିଁ ଟିକେ

     ବୟସକୁ ରଖ ନଜର ।।

     


   

  

  

    


Rate this content
Log in

Similar oriya poem from Comedy