STORYMIRROR

Ansuman Swain

Comedy

4  

Ansuman Swain

Comedy

ମୋ_ଶାଶୁ_କାହାଣୀ

ମୋ_ଶାଶୁ_କାହାଣୀ

1 min
204


ନୂଆ ,ନୂଆ କରି ବିବାହ କରିଛି 

    ସଭିଙ୍କୁ ପରଖି ନାହିଁ 

ଶାଶୁ କିନ୍ତୁ ମୋର ଶୁଣାଈଲେ ବାଣୀ

    କହିବି କାହାକୁ ଯାଇ ।


ରୋଷେଇ ବାସ ତ ଜଣା ନାହିଁ ବୋଲି

   ସବୁବେଳେ ଦେଲେ ଖୁଣ୍ଟା

କି ଝିଅ ତୁ ଲୋ ଆଉ କଣ ଶିଖିଛୁ  

    କହିକି ଭିଡ଼ିଲେ ଅଣ୍ଟା ।


ନିରୀହ ବୋଲି ମୁଁ ଦେଖୁଥାଏ ସିନା

    କହେ ନାହିଁ ତାଙ୍କୁ କିଛି

ସିଏ ବା କାହିଁକି ବୁଝିବେ ମୋ କଥା 

   ସବୁବେଳେ ଖାଲି ଛି, ଛି ।


ଭାବିଥିଲି ମା'ଛାଡି ମା 'ପାଇଲି ମୁଁ

   ସୁଖରେ ବିତିବ ଦିନ 

ଏଠିତ ଦେଖୁଛି ପ୍ରତି ମୁହୂର୍ତ୍ତ ମା 

   ସାଜୁଛି କଣ୍ଟକ ବନ ।


ଶଶୁର ଦେଖନ୍ତି ସବୁ ସେ ଶୁଣନ୍ତି

  କରନ୍ତି ସେ ମୌନ ବ୍ରତ 

ପାଟି ଫିଟାଇଲେ ହେବତ ତାଣ୍ଡବ 

  ଦାଣ୍ଡେ ଗଡିବ ଇଜତ ।


ନାରୀର ଶତୃତ ନାରୀ ସାଜୁଅଛି 

   ଭାବିଲେ ଲାଗୁଛି ଦୁଃଖ

ପ୍ରତି ମୁହୂର୍ତ୍ତରେ ଆଘାତ ପାଉଛି 

  କିଏ ଦେବ ମୋତେ ସୁଖ ।


ସନ୍ଧ୍ୟାରେ ଆସୁଛି ମାତାଲ ହୋଇ

        ମାଆ'ଆଗେ ନିତି ହୁଏ ଭଲେଇ 

 କହିବି କାହାକୁ ଶୁଣିବ କିଏ

    ଶୁଣିବା ଲୋକତ ମଣିଷ ନୁହେଁ 

ସେଥି ପାଇଁ ସଦା ନିରବ ରୁହେ....... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy