ମୋ_ଶାଶୁ_କାହାଣୀ
ମୋ_ଶାଶୁ_କାହାଣୀ
ନୂଆ ,ନୂଆ କରି ବିବାହ କରିଛି
ସଭିଙ୍କୁ ପରଖି ନାହିଁ
ଶାଶୁ କିନ୍ତୁ ମୋର ଶୁଣାଈଲେ ବାଣୀ
କହିବି କାହାକୁ ଯାଇ ।
ରୋଷେଇ ବାସ ତ ଜଣା ନାହିଁ ବୋଲି
ସବୁବେଳେ ଦେଲେ ଖୁଣ୍ଟା
କି ଝିଅ ତୁ ଲୋ ଆଉ କଣ ଶିଖିଛୁ
କହିକି ଭିଡ଼ିଲେ ଅଣ୍ଟା ।
ନିରୀହ ବୋଲି ମୁଁ ଦେଖୁଥାଏ ସିନା
କହେ ନାହିଁ ତାଙ୍କୁ କିଛି
ସିଏ ବା କାହିଁକି ବୁଝିବେ ମୋ କଥା
ସବୁବେଳେ ଖାଲି ଛି, ଛି ।
ଭାବିଥିଲି ମା'ଛାଡି ମା 'ପାଇଲି ମୁଁ
ସୁଖରେ ବିତିବ ଦିନ
ଏଠିତ ଦେଖୁଛି ପ୍ରତି ମୁହୂର୍ତ୍ତ ମା
ସାଜୁଛି କଣ୍ଟକ ବନ ।
ଶଶୁର ଦେଖନ୍ତି ସବୁ ସେ ଶୁଣନ୍ତି
କରନ୍ତି ସେ ମୌନ ବ୍ରତ
ପାଟି ଫିଟାଇଲେ ହେବତ ତାଣ୍ଡବ
ଦାଣ୍ଡେ ଗଡିବ ଇଜତ ।
ନାରୀର ଶତୃତ ନାରୀ ସାଜୁଅଛି
ଭାବିଲେ ଲାଗୁଛି ଦୁଃଖ
ପ୍ରତି ମୁହୂର୍ତ୍ତରେ ଆଘାତ ପାଉଛି
କିଏ ଦେବ ମୋତେ ସୁଖ ।
ସନ୍ଧ୍ୟାରେ ଆସୁଛି ମାତାଲ ହୋଇ
ମାଆ'ଆଗେ ନିତି ହୁଏ ଭଲେଇ
କହିବି କାହାକୁ ଶୁଣିବ କିଏ
ଶୁଣିବା ଲୋକତ ମଣିଷ ନୁହେଁ
ସେଥି ପାଇଁ ସଦା ନିରବ ରୁହେ.......