ଫେବୃୟାରୀ
ଫେବୃୟାରୀ
ଫେବୃୟାରୀ ମାସ କି ଦୋଷ କଲା ଯେ
ସବୁଠୁ ହେଲା ସେ ସାନ
କିଏ ସେ ଏଭଳି ଭେଦଭାବ କରି
କମେଇଲା ତା'ର ଦିନ..
ବୁଝୁନି ଆଉ ତା' ମନ..
ଦିନ ବଢେଇବା ଦାବିରେ ସେ ଏବେ
କରୁଅଛି ଅନଶନ ।।
ରବିବାର ହେଲେ ଫୁଲ୍ ଛୁଟି ହୁଏ
ଶନିବାର ହେଲେ ଅଧା
ଅନ୍ୟମାନେ କ'ଣ ଘାସ ଖାଇଥିଲେ
ଯେଉଁଥି ପାଇଁ ଲାଗେ ବାଧା..
ବଖାଣି କି ଅସୁବିଧା..
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ସବୁ
ଦେବେ କହିଛନ୍ତି ସିଧା ।।