STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

କାମୁଡି ଦେଲା ସିଏ

କାମୁଡି ଦେଲା ସିଏ

1 min
216


ବୟସ ତାର ଚାଳିଶି ଏବେ

   ବୁଦ୍ଧି ତା' ପିଲାଳିଆ,

ଜନ୍ମରୁ କିନ୍ତୁ ମେମୋରୀ ଫେଲ୍

   ସେ ବଡ଼ ମେଣ୍ଟାଲିଆ।

ଗୋଡ଼ ତାହାର ଅଳ୍ପ ପୋଲିଓ‌

   ଚାଲେ ସେ ପେଲି ହୋଇ,

ପାଟିରୁ ତାର ଅନେକ ବେଳେ

   ଲାଳ ବାହାରୁ ଥାଇ।

ବାହା ହେବାକୁ ପାଗଳ ସିଏ

   ମିଳୁନି କିନ୍ତୁ ଝିଅ,

ଯେଉଁଠି ଭୋଜିଭାତ ସେଇଠି‌ 

   ରହିଥାଏ ସେ ପ୍ରାୟ।

ଗାଆଁ ଡ୍ରାମାର ରକ୍ଷୀ ରୋଅଲ‌

   ଡାଇଲଗ‌ ବି କୁହେ,

ଯିଏ ବି ଶୁଣେ ତା'ଡାଇଲଗ

   ହସି ବେଦମ ହୁଏ।

ନାଆଁଟି ରାମ ବୁଲିବା କାମ

   ବରମୁଣ୍ଡା ସେ ପିନ୍ଧେ,

ଅକଥା ଗାଳି ଦିଏ ସଭିଙ୍କୁ

   ତାକୁ କହିଲେ ପଦେ।

ପାଟି ତା ଶୁଭେ ଖନଖନିଆ‌ 

   ଗାଳିଟା‌ ଶୁଭେ ଭଲ,

ତେଣୁ ଛକରେ ସମସ୍ତେ ରାମ

   ସହ ହୁଅନ୍ତି ଗେଲ।

ଗେଲ ନକଲ ବୁଝେନା ରାମ

    ଯେଣୁ ସେ ପାଗିଳିଆ‌,

ସୋଧା ଗାଳିରେ ଛକ କମ୍ପାଏ

    ପାଟିକି ଆସେ ଯାହା।

କ‌ଅଁଳେଇକି କହିଲେ ରାମ

    କଥାଟି ମାନିଯାଏ,

ତା'ପାଟିର ବିଭିନ୍ନ କଥା

    ଆମକୁ ମଜାଦିଏ‌।

ଛକକୁ ଯଦି ଆସିଲା ରାମ

   ଛକରେ ଜଳେ ବହି,

କିଏ ତା'ଠେଇଁ ନ ଲାଗିବ ତ

   ଏମିତି କେହି ନାହିଁ।

ରାମ ସେଦିନ ଠିଆ ହୋଇକି

   ଏକ ଯେ କରୁଥିଲା,

ଚେଏନ୍ ଦିଆ ହାପ୍‌ ପ୍ୟାଆଣ୍ଟ୍

    ଅବଶ୍ୟ ପିନ୍ଧିଥିଲା‌,

ଏକ କରିଲା ଚେନ୍ ଟାଣିଲା

    ଛକ ରାସ୍ତା ମଝିରେ,

ହଠାତ୍ ଡେଇଁ ଚିତ୍କାର କଲା

    କିଏ ବା ବୁଝିପାରେ‌?

ହାଉଳି ଖାଉ କାହିଁକି ରାମ 

   କ'ଣ ତୋର ହେଲା,

ରାମ କହୁଛି ସେଇଟା କାହିଁ

   ମୋତେ କାମୁଡି ଦେଲା?

କିଏରେ ତୋତେ କାମୁଡି ଦେଲା

    କହରେ ରାମ ତୁହି,

ରାମ ଆଙ୍ଗୁଠି ଦେଖେଇ ଦିଏ

    ଚେନ୍‌ ପାଖେ ନେଇ।

କଥାଟା କିନ୍ତୁ ବଡ଼ ଡେଞ୍ଜର

    ଚେନ୍ ବଡ଼ ଦୁଷ୍ଟ,

ରାମର ମୁଖ୍ୟ ଜାଗାରେ ସିଏ

   ଲଗେଇ ଦେଲା ଦାନ୍ତ।

ଅବଶ୍ୟ ମଳି ଚମଡା ଛାଡି

    ରକ୍ତ ବହୁଛି ଟିକେ,

ରାମକୁ‌ ଶୋଇ ଚେନ୍ ଟାଣୁଛୁ

   ଆମେ ତ ଥିଲୁ ଯେତେ।

ଚେନ୍ ଏମିତି କାମୁଡିଅଛି‌

    ଚାଲୁନି ଆଗପଛ,

ରାମ ଗର୍ଜ୍ଜନ‌ ଛାଡୁଛି‌ ଯାହା

    ହେଉଛି ତାକୁ କଷ୍ଟ।

ଯିଏ ଦେଖିଲା ସିଏ ହସିଲା

   ରାମ ନାଟକ ଦେଖି,

ଡାକ୍ତର ଖାନା‌ ନେଲୁ ରାମକୁ‌

   ଶହେ ଆଠ୍‌କୁ ଡାକି।

ଲେଡି‌ ଡାକ୍ତର ଦେଖି ରାମକୁ‌

   ହସି ବେଦମ ହେଲେ,

ଆନାଥେସିଆ ଦେଇ ରାମର

   ଚେନ୍ କାଢ଼ି ଦେଲେ‌।

କହିଲେ ଆଉ କେବେ ଏମିତି 

   ଚେନ୍ ଟାଣିବନି,

ନୋହିଲେ ସିଏ କାମୁଡିଦେବ‌

   ଜମାରୁ‌ ଛାଡିବନି‌।

ସେଦିନୁଁ ଆଉ ଚେନ୍‌ଦିଆ

   ପେଣ୍ଟ୍ ପିନ୍ଧୁନାହିଁ,

ଲୁଙ୍ଗି ପିନ୍ଧିକି ଛକରେ ବୁଲେ

   ଆମରି ରାମ ଭାଇ।

ରାମର ଗାଳି ଭାରି ବଢ଼ିଆ

   ଏବେ ବି ଲାଗୁଅଛି,

ମତେ ଦେଖିଲେ ଅପର୍ତ୍ତି ଭାଇ 

   ହସିକି ଡାକୁଅଛି‌।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy