STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ଯଦି ସୁନ୍ଦରୀଟି ହୋଇଥାନ୍ତି

ଯଦି ସୁନ୍ଦରୀଟି ହୋଇଥାନ୍ତି

1 min
176


ହେ ପ୍ରିୟ ଈଶ୍ୱର ବାରେ ଦୟାକର 

   ଦିଅ ମୋତେ ଏହି ବର,

ପୁରୁଷ ଜନ୍ମରୁ ମୁକ୍ତି ଦେଇ ବରଂ

    ସୁନ୍ଦରୀ ଝିଅଟି କର।

  ପୁରୁଷ ହୋଇ ମେଣ୍ଢା ଭଳିଆ

    ସହୁଛି ଅତ୍ୟାଚାର,

  ମୋ ଭାଗ୍ୟେ ଟିକେ ନାହିଁ ଆଦର 

    ସବୁଠିଁ ହତାଦର।

  ଯଦି ତ ଭଲ ହୋଇଥାଆନ୍ତା

    ସୁନ୍ଦରୀ ହୋଇଥାନ୍ତି,

  ବାଛି ବାଛିକି ଧନୀ ଟୋକାଙ୍କୁ 

    ଫସେଇ ପାରୁଥାନ୍ତି‌।

  ଆଙ୍ଗୁଠି ଅଗେ ଏହି ଦୁନିଆଁ

    କରନ୍ତି ଉଠାବସା,

  ଷ୍ଟାଇଲ ମାରି ମାଇଲିଏରୁ

    ଆଖିରେ କହି ଭାଷା।

  ସଟ୍‌ ଜିଇନ୍ ପିନ୍ଧିବାକୁ ମୁଁ

    ଲାଇକ୍‌ କରନ୍ତି ବେଶୀ,

  ଖାଣ୍ଟି ବିଦେଶୀ ହୁଅନ୍ତି ନିତି

    ଓଠରେ ନାଲି ଲେସି‌।

  ପ୍ରେମକୁ ଆଳ କରି ମୋ ସ୍ଵାର୍ଥ

    ଭେନିଟି‌ ଭରୁଥାନ୍ତି‌,

  ଭଲ ତ ହୋଇ ଥାଆନ୍ତା ଯଦି

     ସୁନ୍ଦରୀ ହୋଇଥାନ୍ତି।

  ଖୋଜନ୍ତି ଫେସବୁକ ହ୍ଵାଟସଫ୍

    ବୟଫ୍ରେଣ୍ଡ୍ କରିବାକୁ,

  କାଇଦା କରି ଫାଇଦା ମାରି

    ପାର୍କ,କ୍ଲବ୍,ବୁଲିବାକୁ।

  ଆଇସ୍‌କ୍ରିମ୍ କି ଚକୋଲେଟ୍ ଖାଇ

    ସଭିଙ୍କ ଗେହ୍ଲୁ ହୋନ୍ତି,

  ଭାରି ତ ଭଲ ହୁଅନ୍ତା ଯଦି 

    ସୁନ୍ଦରୀ ହୋଇଥାନ୍ତି।

  କାର୍ଯ୍ୟାଳୟ କି ଭାର୍ଯ୍ଯାଳୟ ସେ

     ଅବା କି ଶୌଚାଳୟ,

  ଚିକିତ୍ସାଳୟ କି ବିଦ୍ଯାଳୟେ

     ସୁନ୍ଦରୀ ଅଟେ ପ୍ରିୟ।

  ଅଟୋବାଲାଠୁଁ ବ‌ସ୍‌ ପର୍ଯ୍ୟନ୍ତ

     ସବୁଠିଁ ସିଟ୍ ମିଳେ,

  ମାଗଣା ଡ଼୍ରାଇଭର ବସାଏ 

     ପୁଣି ନିଜପାଖରେ।

  ମୁରୁକି ହସା ଆଖିରେ ଭାଷା

     ଦେହରେ ଘଷି ହୋନ୍ତି,

  ଭାରି ତ ଭଲ ହୁଅନ୍ତା ଯଦି

     ସୁନ୍ଦରୀ ହୋଇଯାନ୍ତି...।

  ହଜାରେ ଆଖି ନଜର ପାଇ

     ନିଜେ ହୁଅନ୍ତି ଧନ୍ୟ,

  ବେଣୀ ହଲେଇ ସାରା ଓଡ଼ିଶା

     କରନ୍ତି ନାନ୍‌ଖାନ‌।

  ସୁବିଧା ଦେଖି ବୟଫ୍ରେଣ୍ଡ୍‌ଙ୍କୁ

     ମୁଁ ବଦଳେଉଥାନ୍ତି,

  ହୋଇଥାଆନ୍ତା ଭଲ ମୁଁ ଯଦି

     ସୁନ୍ଦରୀ ହୋଇଥାନ୍ତି....।

  କେବେ ତ ଲିଫ୍ଟ ମାଗି ଯାଆନ୍ତି

     କେଉଁ ଗାଡ଼ିରେ ଯେବେ,

  ପ୍ରେମରେ ବ୍ଲାକ୍‌ମେଲ କରି‌ ମୁଁ 

      ଅର୍ଥ ଲୁଟନ୍ତି ତେବେ।

  କଥା ବଢ଼ିଲେ ରେପ୍‌ କେସ୍‌ରେ

    ନାଲି କୋଠା ଦେଖାନ୍ତି...

  ଭାରି ତ ଭଲ ହୁଅନ୍ତା ଯଦି

     ସୁନ୍ଦରୀ ହୋଇଥାନ୍ତି।

  ଟଙ୍କା ପ‌ଇସା ସରୁ ନ ଥାନ୍ତା

     ଫୋଅନ୍ ରିଚାର୍ଯ‌ରେ,

  କେତେ ଯେ ଗିଫ୍ଟ ମିଳୁଥାଆନ୍ତା

     କେ ଅବା କହିପାରେ?

   କିଏ ବା ଭଲ ପାଉ ନ ପାଉ

     ସେ କଥା ଭୁଲି ଯାନ୍ତି,

   ଭାରି ତ ଭଲ ହୁଅନ୍ତା ଯଦି

     ସୁନ୍ଦରୀ ହୋଇଯାନ୍ତି।

   ପ୍ରେକ୍ଷାଳୟକୁ ସ୍କୁଲ ଭାବି ମୁଁ

     ଯାଆନ୍ତି ରୋମାନ୍ସ‌ରେ,

   ସ୍ମାର୍ଟ ସିଟିର ବିୟୁଟି ଭଳି

     ମନ ମୁଁ କିଣି ପାରେ।

   ବାପାମାଆଙ୍କୁ ଚୂନବୋଳି ମୁଁ

     ଚମ୍ପଟ ମାରୁଥାନ୍ତି,

   ଭାରି ତ ଭଲ ହୁଅନ୍ତା ଯଦି

     ସୁନ୍ଦରୀ ହୋଇଥାନ୍ତି....।


 କୁହ ହେ ଈଶ୍ୱର ଏଇ ସଂଜ୍ଞା କ'ଣ

    ଆଜି ଏ ସୁନ୍ଦରୀଟିର‌,

ନାଇଁ ହେଠାକୁର ସୁନ୍ଦରୀଟି ହେବା

    ନାହିଁ ମୋର ଦରକାର‌।

ସଭିଙ୍କ ନଜର ପଡ଼ିଯିବ ମୋଠିଁ

    ଲାଗିଲାଣି ମୋତେ ଡର,

ବାଟେଘାଟେହାଟେ‌ଯୋଉଠିକି ଗଲେ

    ହୋଇପାରେ‌ ଅତ୍ୟାଚାର।

ହଁ ସୁନ୍ଦରୀଟି ଯଦି ହୋଇଯିବି ମୁହିଁ

    ପାଶ୍ଚାତ୍ୟକୁ ଭୁଲିଯିବି,

ବରଂ ହିନ୍ଦୁ ନାରୀ ଓଡ଼ିଆଣୀ ହୋଇ

    ସ୍ନେହ ଶ୍ରଦ୍ଧା ବାଣ୍ଟୁଥିବି।

ଭାବ ଭକତିର‌ ଜ୍ଞାନେ ବୁଡି ରହି

     ଠାକୁରଙ୍କୁ ଚିନ୍ତୁଥାନ୍ତି,

ଭାରି ଭଲ ହୋଇ ଥାଆନ୍ତା ଯଦି ମୁଁ 

     ସୁନ୍ଦରୀଟି‌ ହୋଇଥାନ୍ତି.....।



Rate this content
Log in

Similar oriya poem from Comedy