Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Comedy Others

3  

Arjuni charan Behera

Comedy Others

ମାଗଣାରେ ଜ୍ଞାନ

ମାଗଣାରେ ଜ୍ଞାନ

1 min
128



ନିଅ ନିଅ ନିଅ ବାବୁ ମାଗଣାରେ ଜ୍ଞାନ l

ସୁଫଳପାଇବ ନିଶ୍ଚେ କରିଲେ ପାଳନ ll

ଦାନଦେବ ବାବୁ ଜମା ନକହିବ ତୁଣ୍ଡେ l 

ହାତେମାପି ବନ୍ଧୁଗଣ ଚାଲିବ ଚାଖଣ୍ଡେ ll

ଅନ୍ନଦାନ ଦେଇ କେବେ ମୁଣ୍ଡ ନଗଣିବ l 

ସାତଜନ୍ମ ଯାଏ ବାବୁ ନର୍କବାସ ହେବ ll

ଘରେ ଖରଚ କରିବ ତିଆରି ଯୋଜନା l

ଲେଖି ନରଖିବ ଭାଇ ମୁଣ୍ଡହେବ ବଣା ll

ଗତସ୍ୟ ଶୋଚନା ନାସ୍ତି କହିଛନ୍ତି ଶାସ୍ତ୍ର l

ପଛ କଥା ନଭାଳିବ ପାଶୋରିବ ମିତ୍ର ll

ସ୍ଵଳ୍ପଭାଷି ହେବ ସଦା ନ କରି କଳାପ l

ସଦା ରହିଥିବ ଦୂର ବୃଥା ବାକ୍ୟାଳାପ ll

ଗୁରୁନିନ୍ଦା,ଶାସ୍ତ୍ରନିନ୍ଦା କେବେ ନ ଶୁଣିବ l

ଅଶ୍ରଦ୍ଧ ଜନଙ୍କୁ କେବେ ଶାସ୍ତ୍ର ନକହିବ ll

ସମ୍ପର୍କେ ବାଦ ନ କର କହିଲେ ଅଗସ୍ତି l

ନ ହୋଇବ ବନ୍ଧୁ ମାନି ଯାମିନି ମଧ୍ୟସ୍ଥି ll

ତ୍ରିସନ୍ଧ୍ୟା କାଳରେ ସଦା ଇଶ୍ୱର ଭଜିବ l

ଦାନକରି ଇଷ୍ଟେ ବନ୍ଧୁ କିଛି ନହେଜିବ ll

ସୁଧାର ବାକ୍ୟ କହିବ ନ ଧରି କା ଭୁଲ l

ବୃଥାରେ ପ୍ରଶଂସା କରନାହିଁ ବିଲକୁଲ ll

ଅଯଥା ତର୍କେ ବିତର୍କେ ନପୁରାଅ ମୁଣ୍ଡ l

ପ୍ରିୟବାକ୍ୟେ ମନ ହରି ରଖିବ ସୁତୁଣ୍ଡ ll

କେବେ ଜନେ ନକରିବ ଅର୍ଥକୁ କଦର୍ଥ l

ବୃଥାକଷଣରେ ବନ୍ଧୁ କାଳଯିବ ବ୍ୟର୍ଥ ll

ଦୁର୍ଜନ ସର୍ପ ସମାନ ଅଟେ ଭୟଂକର l

ଦୁର୍ଜନଙ୍କୁ ଛାଡ଼ି ସୁଜନରେ ବନ୍ଧୁ କର ll

ଅର୍ଥଲୋଭ ସୁଧ ପାଇଁ ନଲଗାଅ ନିଧି l

ମୂଳ ବୁଡ଼ି ଯିବ ପଛେ ରହିବ ସମୃଦ୍ଧି ll

ଆମିଷସହିତେ ବନ୍ଧୁ ଅଭକ୍ଷ ଗୋରସ l

ମଧୁଘୃତ ମିଳି ଯଥା ହୋଇବଟି ବିଷ ll

ଗୁପତ କଥା ନାରୀଙ୍କୁ ଜମା ନକହିବ l  

ଅଭିଶାପ ଦେଇଛନ୍ତି ବରିଷ୍ଠ ପାଣ୍ତବ ll

ନୂଆକିଛି ନୁହଁ ବନ୍ଧୁ ସବୁ ତୁମ୍ଭେ ଜାଣ l

ସୁଧିଜନ ମଣିବ ଏ ମାଗଣାରେ ଜ୍ଞାନ ll

     


Rate this content
Log in

Similar oriya poem from Comedy