Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akankshyamayee Dash

Abstract Comedy Romance

3  

Akankshyamayee Dash

Abstract Comedy Romance

ଧର୍ମମାସ କାର୍ତ୍ତିକ

ଧର୍ମମାସ କାର୍ତ୍ତିକ

1 min
112



ଜାଣିଛ ସଭିଏ ମା ମାଉସୀ 

ବରଷକେ ପଡେ ବାରମାସ

ମାସ ମଧ୍ୟରେ ଅଟଇ ଶ୍ରେଷ୍ଠ

ସେ ତ ଏଇ କାର୍ତ୍ତିକ ମାସ ।


ଅଁଳା ନବମୀ ସରୁ ସରୁ ଜାଣ

ପଡ଼ଇ ଯେସନ ଦିନ ଜାଣ

ପୂର୍ଣ୍ଣିମା ଯାଏଁ ସେଦିନ ଗୁଡ଼ିକୁ

ଅତି ଦୁର୍ଲଭ ଯେ ମଣ ।


ପଞ୍ଚକ ନାମରେ ଖ୍ୟାତ ଏହି ଦିନ

ସତ୍ୱିକ ଆହାର ହେବ ଯେ ସାର

ବକ ପଞ୍ଚକ କୁହ ଅବା ଭୀଷ୍ମ ପଞ୍ଚକ

ମଣିଷ ମାନୁଥାଏ ଦିନ ରାତି ଏ ପ୍ରକାର ।


ମାସ ସାରା ଯେ ହବିଷ ନ କରିଥାଏ

ଏହି ପାଞ୍ଚଦିନ ପୂଜା କରି ପାଏ ପୁଣ୍ୟ

ଯେମିତି କରମ ସେମିତି ଧରମ

କଲେ ହେବା ଜାଣ ସର୍ବେ ଧନ୍ୟ ।


କାର୍ତ୍ତିକ ମାସର ବହି ପାଠ କରି

ଶୁଣଇ ଯେ ନରନାରୀ ହେଜ

ଅଳପ ଦିନରେ ସୁଧୁରିଣ ଯିବା 

ବଦଳିବ ନିଶ୍ଚେ ଏ ସମାଜ।


   


Rate this content
Log in

Similar oriya poem from Abstract