Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Romance

2.4  

Prasanta kumar Hota

Romance

ଗୋରା ଦେହ ତୋର

ଗୋରା ଦେହ ତୋର

1 min
243


ଗୋରା ଦେହ ତୋର କିଏ ଆଣିଦେଲା

କିଏ କଲା ତୋତେ ଗୋରୀ

ଲାବଣ୍ୟ ତୋହର ଝଲକାଏ ଆଖି

ମନ ଯାଏ ମୋର ପୁରି


ଅଳଙ୍କାର ତୋର ଦେହର ଶୃଙ୍ଗାର

ପୋଷାକରେ ପ୍ରେମ ଗନ୍ଧ

କହିଦେଲେ କିଛି ଲାଗେ ମଧୁଝରେ

ମନ ମାନେ ନାହିଁ ବନ୍ଧ


ଲମ୍ବା ବେଣୀ ତୋର ଲମ୍ବିଛି କଟିକୁ

ନିତମ୍ବରେ ଆଶ୍ରା ନେଇ

ପାଦପ ତୋହର ପାଉଛି ପରଶ

କମଳ ଅଙ୍ଗରେ ଯାଇ


ନଦେଖିଲେ ତୋତେ ଭାଙ୍ଗିଯାଏ ମନେ

ଭଗ୍ନ ହୃଦୟରେ ଭାବେ

ମଗ୍ନ ମନ ମୋର ମନ୍ମଥ ଣରୀରେ

ନିଃସ୍ଵ ବୋଲି ଭାରି ଲାଗେ


ତୋତେ ଦେଖିଦେଲେ ନୀରସ ଜୀବନେ

ସରସତା ଆସେ ବସି

ଅବାଧ୍ୟ ପାଦବି ଚାଲିବା ଲାଗଇ

ପାରେ ନାହିଁ ଆଉ ଖସି


ନିଃଶବ୍ଦ ଜୀବନ ଭାବନା ତୋଫାନ

କାମନାରେ ହୁଏ ହୀନ

ମହକିଲେ ପ୍ରୀତି ମତ୍ତ ହୁଏ ଗତି

ଆନମନା ହୁଏ ମନ


କେତେ ବାହାନାରେ ଯାଏ ତୋ ପାଖକୁ

ଦେଉ ନାହୁଁ ଟିକେ ଦେଖା

ରିକ୍ତ ମନ ମୋର ତିକ୍ତ ହୋଇଲାଣି

ଅଭିସାରକୁ ଅପେକ୍ଷା


ପ୍ରଶାନ୍ତ କୁମାର ହୋତା


Rate this content
Log in

Similar oriya poem from Romance