ଆଜି ଏ ଜୋଛନା ଝରେ
ଆଜି ଏ ଜୋଛନା ଝରେ
ଆଜି ଏ ଜୋଛନା ଝରେ
ଆଭାକାନ୍ତ ମହାନ୍ତି
ଆଜି ଏ ଜୋଛନା ଝରେ
ମୋ ପ୍ରିୟା କବରୀ ଧାରେ
ମନେ ମୋର
ଆଜି ଭରେ
କଳା ବଉଦର ପାରେ
ଚନ୍ଦ୍ରମା ଆଖି ମାରେ । ୦ ।
ବିଜୁଳିର ଛଟା କରି କେ' ଏକାଠି
ଗଢ଼ିଲା ଫୁଲଟେ ଅଧା ଅଛି ଫୁଟି
ବିଜୁଳିର ଫୁଲ ବୋଲି ଗଛ ଛାଡ଼ି
ବାଦଲେ ସେମିତି ରହିଲା ଉକୁଟି
ବଉଦୁ ଛିଟିକି ଖଣ୍ଡ କେଇଟି କି
ଦୂରେଇ ରହିଲା ମନେ ଦୁଃଖ ଆଙ୍କି
ଲୁଚେଇ ହୁଏନି ଚନ୍ଦ୍ରମାକୁ ବୋଲି
ତା'ର ଟିକି କଳେବରେ । ୧ ।
ଜୋଛନା ପଖଳା ଫୁଲ ଚୁମିବାରେ
ଅଳି ମନ ମୋର କେତେ ଆଶା ଧରେ
ଲାଜେଇଛି ଫୁଲ ପବନେ କି ଦୋଳି
ସତେ କି ସମୟ ବନ୍ଧା ପଣତରେ
ଏଇ ଯେ ସମୟ ଫେରିବନି ଆହା
କେମିତି ବୁଝିବ ମୋ ଅବୁଝା ପ୍ରିୟା
ହେ ଜୋଛନା ! ତୁମେ ମୋ ହୃଦ ବେଦନା
ବୁଝାଇ କହିବ ତା'ରେ । ୨ ।
ନୂଆସାହି, ବିଡ଼ାନାସୀ
କଟକ-୭୫୩୦୧୪
ଫୋନ୍-୯୦୪୦୦୦୩୧୦୧
*****