ତୋବିନା - 5
ତୋବିନା - 5
ମନସ୍ତାପେ ବସି ଅଶ୍ରୁ ନିଗାଡିଲି
ପ୍ରଭାତୁ ହୋଇଲା ସଞ୍ଜ
ହୃଦୟ ବିବରେ ସ୍ମୃତି ଭରିଗଲା
ଶିରେ ପଡଇ ଅମ୍ବୁଜ...
ସୀମାହୀନ ଏଇ ମନଟା ମୋହର
ତଥାପି ଦେଖୁଛି ସ୍ବପ୍ନ
ଝୁରେ ଅଶ୍ରୁ ବାରି ଚକ୍ଷୁଫର୍ଦା ଚିରି
ଫେରିଆସ ଜୀବଧନ.....
କବିତା କୁସୁମେ ପତର ପ୍ରେରିଲି
ପ୍ରୀତିର ମହକ ବୋଳି,
ସାଧା କାଗଜରେ ଆଙ୍କିଛି ତୁମକୁ
କଲମରୁ ସାରି କାଳି.....
--------------
ସନ୍ତୋଷ ପଟ୍ଟନାୟକ , ବେଗୁନିଆପଡା/ ଗଞ୍ଜାମ ।