Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Romance

5.0  

ବି. ନିରୁପମା

Romance

ଏବେ କିନ୍ତୁ କହିଦେଲି

ଏବେ କିନ୍ତୁ କହିଦେଲି

1 min
7.1K



ମନକଥା ମୋର ଜଣେଇଲା ପରେ

ଧକଧକ ହେଲା ଛାତି ,

କିଏ ଜାଣେ ତୁମେ କିସ ଭାବିଥିବ

ଭାଳି କି ଆସିଲା ତାତି ;

ତୁମ ଭାବନାରେ ମାତି-

ନିଦ ହଜିଗଲା ମୋ ଦୁଇ ଆଖିରୁ

ପାହିଗଲା ପୂରା ରାତି ।


ତୁମ ହସ ମୋତେ ବଶ କରିଦେଲା,

ଆଖି ନେଇଗଲା ଟାଣି,

କେବେ ଦେଇଦେଲି ଏ ମନ ତୁମକୁ

ପାରିଲିନି ଜମା ଜାଣି ;

ତୁମ ସୁମଧୁର ବାଣୀ -

ଦୃଦୟରେ ମୋର ଛାପି ହୋଇଗଲା

ସୁଖଟିକୁ ଦେଲା ଆଣି ।


ଭାରି ଆପଣାର ଲାଗ କିଆଁ ଏତେ

କହିପାରିବିନି ଖୋଲି ,

ଜୀବନ ଧରିଛି ତୁମ ଭାବନାରେ ବୁଡି

ରହିଅଛି ବୋଲି ;

ଏବେ କିନ୍ତୁ କହିଦେଲି -

ତୁମ ଛାତିତଳ ଦରଜା ଟିକିଏ ମୋ

ପାଇଁକି ଦେବ ମେଲି ।



ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


Rate this content
Log in

Similar oriya poem from Romance