କଳ୍ପନାରେ-27
କଳ୍ପନାରେ-27
କଳ୍ପନାର ଗୀତ -27
ଶରତ ସମୀରେ କିଆବୁଦା ମୂଳେ
କୁଆଁରୀ କରିଛି ଭିଡ
ନଦୀ ପଠା ଆଡେ ମନଟା ଉଜୁଡେ
ଯିବା ପାଇଁ କେତେ ଆଡ।
ଦେବେ ବୋଲି ଧରା ଯୁବତୀ ଅଧୀରା
ଇସାରାରେ ହୁଏ ଲାଡ
ଆଖିରେ ଆଖିରେ ମିଶାଇ ମଝିରେ
ହୃଦୟକୁ କରେ ଜାଡ ।
ଛୁଇଁ ଦେଲେ ହୁଏ ଛାତି ଧଡ ଧଡ
ତଥାପି ଛୁଆଁକୁ ଝୁରେ
ସରମି ଛୁଆଁରେ ମନ ମୋହେ ବୋଲି
ରହିଥାଏ ଅପେକ୍ଷାରେ ।
ପ୍ରଶାନ୍ତ କୁମାର ହୋତା