Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smruti Sephali Meher

Thriller Inspirational

3  

Smruti Sephali Meher

Thriller Inspirational

ଜୀବନ

ଜୀବନ

1 min
280


ଏ ଜୀବନ ଏକ ଛଳନାର ଫୁଲ

କେବେ ଶୁଖି ଝଡି ଯିବ

ଶାନ୍ତି ଖାେଜି ଖାେଜି ମୃତ୍ତିକା ଶରୀରେ

ଆପେ ଆପେ ଶାେଇଯିବ । 

ଏ ଜୀବନ ଏକ ଶୁଷ୍କ ସମୁଦ୍ରର 

ରକ୍ତ ଭିଜା ଗାେଡି ବାଲି

ଅଟ୍ଟାଳିକାଟିଏ ଗଢି ହେବ ସିନା

ମିଛ ସଉକକୁ ତାେଳି । 

ଏ ଜୀବନ ଏକ ପଥ ଶୁନ୍ୟ ରାସ୍ତା

ହୁଏନା କରି ନିର୍ଣ୍ଣୟ 

କେବେ ଖରା ତାତି ଫାଟୁଛି ମେଦିନୀ

ଭୁକଂପେ ଥରେ ହୃଦୟ । 

ଏ ଜୀବନ ଏକ ନାଟକ ପଂକ୍ତିଟେ 

ଶବ୍ଦରୁ ଝରେ ହୃଦୟ

ଦୁଃଖ ସହି ପୁଣି କରିବାକୁ ହୁଏ

ହସିବାର ଅଭିନୟ । 

ଏ ଜୀବନ ଏକ ଭରା ନଈ ନୀର

ସଂଘର୍ଷର ସମ୍ମାେହନ 

ନାଆ ଥରେ ଯଦି କୂଳ ଲଂଘି ଗଲେ

ଫେରିବା ଅସମ୍ଭବପର ।


Rate this content
Log in

Similar oriya poem from Thriller