STORYMIRROR

Dr. Rajib Lochan Panigrahy

Tragedy Thriller

3  

Dr. Rajib Lochan Panigrahy

Tragedy Thriller

ଏବେ ଆସିଛି ଶ୍ରାବଣ

ଏବେ ଆସିଛି ଶ୍ରାବଣ

1 min
148

 ଆସିଛି ଶିରାବଣ

କୁହାଯାଏ ବାରିଧାରା ଏମାସେ

ବୋହିଚାଲେ ଅନବରତ

ନଦୀ ନାଳ ବିଲମାଳ

ସବୁ ଜଳ ପୂର୍ଣ୍ଣ

ଚାଷୀ ମନ ଉତ୍ସସିତ

ବେଙ୍ଗୁଲି ଝିଙ୍କାରି

ରାବ ସାରା ଦିଗ ପ୍ରକମ୍ପିତ

ମୟୁର ପଖାଳେ ପୂଛ

ବରଷା ଜଳରେ ପିଲାଏ

ଭସାନ୍ତି କାଗଜ ବୋଇତ

ନୁଆଁ ପାଣିରେ ଉତଫୁଲ୍ଲ

କେରାଣ୍ଡି ଗଡ଼ିଶା ମାଛ

ସେକାଳ ପଖାଳ ଯାଇଛି ମିତ

ଏସବୁ କବିତାରେ ଲାଗେ ସତ ।


ହେଲେ ଶ୍ରାବଣ ଏବେ 

ବଇଶାଖ ଅନୁଭୂତ

ଥଣ୍ଡା ବଦଳରେ ବେଶୀ ଉତ୍ତପ୍ତ

ଅସହ୍ୟ ନିଦାଘ ପାଲଟିଛି କଷଣ

ଚାଷୀ କୁଳ ଏବେ ଭାରି ଅଡୁଆରେ

ଶ୍ରାବଣରେ ଖେତେ ପଡିଛି ଖାଲି 

ଧାନ ତଳି ଏବେ ଯାଇଛି ପୋଡି 

ବିହନ କି ଆଉ ମିଳିବ ସନ୍ଦେହ ।


ପଶୁ ପକ୍ଷୀ ଏବେ ନାହାନ୍ତି ଧରାରେ

ବଣ ରେ ବୃକ୍ଷ ଏବେ ଦିଶୁ ନାହିଁରେ

ଉତ୍ତପ୍ତ ଧରିତ୍ରୀ ଏବେ ଆଁ ହୋଇଛି

ଅନୁଭୂତ ହୁଏ ଯେମିତି ତତଲା

କଡେଇରେ ସର୍ବେ ଭାଜି ହୁଅନ୍ତି

ବିଶ୍ୱ ବନ ମହୋତ୍ସବ ହୋଇ ପାରୁନି

ଗଛ ଲଗେଇ ଫୋଟୋ ଉତ୍ତାଳନ

ସମ୍ଭବ ନାହିଁ ।


ରୌଦ୍ରତାପରେ ପଦାକୁ ଯାଇ ହେଉନି

ଗଛ ଲଗେଇଲେ ବି ବଂଚିବ ନାହିଁ

ଏତେ ମହାମାରୀ ଅବା ବିପର୍ଯ୍ୟୟ

କିଛି ଶିକ୍ଷା ଦେଲାନି

ଛାଇ, ଔଷଧ, କାଠ ନ ଦେଲେ ନାହିଁ

ବଣ, ବାଡ଼ି ବଗିଚା, ତୋଟା,

ନଦୀ ହିଡ଼ ରାସ୍ତା କଡ଼ ରେ ଥିଲେ ଗଛ

ମିଳିପାରନ୍ତା ଅମ୍ଳଜାନ ଯାହା

ମାଛ ପାଈଁ ଜଳାଶ୍ରୟରେ ଜଳ ଯେମନ୍ତ

ଶ୍ରାବଣରେ ଖରା ଅବିରତ

ମୌସୁମୀ ବରଷାରେ ନାହିଁ ଦେଖା

ଖାଲି ଦେଖାଯାଏ କେବେ ଲଘୁଚାପ ।



Rate this content
Log in

Similar oriya poem from Tragedy