STORYMIRROR

Bhagabat Sahoo

Inspirational Thriller Others

3  

Bhagabat Sahoo

Inspirational Thriller Others

ଉପର ଚିକଣ ଭିତର ଫମ୍ପା

ଉପର ଚିକଣ ଭିତର ଫମ୍ପା

1 min
155


ଉପର ଚିକଣ ଭିତର ଫମ୍ପା

କାହାକୁ କହିବୁ ଏ ଲାଜ କଥା

ଦିଗ ହଜା ଆଜି ହୋଇଛି ଶିକ୍ଷା

ମିଛେ ଖର୍ଚ୍ଚ କୋଟିକୋଟି ତ ଟଙ୍କା !!

ଫଟା କାନ୍ଥ ରେ ତ କାଦୁଅ ନେଶା

ଛାତୁ ପାଣି ଗଳେ ଟୋପା କୁ ଟୋପା

ଖସେ ଏଠି କାନ୍ଥ ମେଞ୍ଚା କୁ ମେଞ୍ଚା

ଫାଇଭ ଟି ଘର କାନ୍ଥ ବି ଫଟା !!

ତରା ପରି ଫୁଟେ ସ୍କୁଲ ଏଠି

ଶିକ୍ଷକ ନାହାନ୍ତି ପୁରା କେଉଁଠି

ପାଠ ପଢା ହୁଏ ନାହିଁ ଠିକ

ପରୀକ୍ଷା ର ଫଳ ଶୂନ ସବୁଠି !!

ତଥାପି ବୁଝେନା ସେ ମୁଖ୍ୟମନ୍ତ୍ରୀ

ସଚିବ କଥାରେ ବାଟ ଚାଲିଛି

ଆଦର୍ଶ ନାଁ ରେ ସେ ହରି ଲୁଟି

ଏହି ଅବସ୍ଥା ତ ଅଟେ ସବୁଠି!!

ଗାଁ ସ୍କୁଲ ର ଅବସ୍ଥା ଯାହା ହୋଇଛି 

ଘର ନାହିଁ ଗଛ ମୂଳେ ରେ ପିଲା ପଢ଼ନ୍ତି

ପାଞ୍ଚ ସାତ ଶ୍ରେଣୀ ପାଇଁକି ଗୁରୁ ନାହାନ୍ତି 

ଜଣେ କି ଦୀଜଣ ଜଣ ଶିକ୍ଷକ କାମ କରନ୍ତି !!

ମଧ୍ୟାନ୍ନଭୋଜନ ବ୍ଲକମିଟିଙ୍ଗିସେହି ଯାଆନ୍ତି 

ଆଧର ଭୋଟ ଜନ ଗଣନା ସେହି କରନ୍ତି 

ଗାଁ ମାଷ୍ଟର ଙ୍କୁ ବେଳ ଅଣ୍ଟୁନିସବୁ ଜାଣନ୍ତି 

ପଢେଇବେ ପାଠ ସେମାନେ ବେଳ କେଉଁ ।


Rate this content
Log in

Similar oriya poem from Inspirational