STORYMIRROR

Sunanda Mohanty

Abstract Inspirational Thriller

3  

Sunanda Mohanty

Abstract Inspirational Thriller

କହ୍ନେଇ

କହ୍ନେଇ

1 min
136


ଦେବକୀ ନନ୍ଦନ ଯଶୋଦା ଜୀବନ

ବାସୁଦେବଙ୍କ ସୁନା ଶଙ୍ଖାଳି

ଯମୁନା ନଦୀରେ ପାରି କରି ପିତା

ଘେନିଗଲେ ସୁନାଥାଳି

ଅଜା ବାସୁଦେବ ଦିବ୍ୟାଦ୍ରଷ୍ଟା ଦେଖି

ମାରୁଥିଲେ କରତାଳି

ସପ୍ତଫେଣୀ ନାଗ ଫଣା ଟେକି କହେ

ଆସିଗଲେ ବନମାଳୀ 

ନନ୍ଦ କୋଳେ ଗୋବିନ୍ଦ ହସୁଥାନ୍ତି ବାଲୁତ

ଗୋପ ଗୋପାଳୁଣୀ ମିଳି

ଆହା ମୋ ନନ୍ଦ କୋଳେ ଗୋବିନ୍ଦ

ସ୍ବର୍ଗ ପାରିଜାତ ତୋଳି

ସର୍ବ ଦେବ ଦେବୀ ଆନନ୍ଦ ଅତି ମତି

ମରତେ କହ୍ନେଇ ଖେଳନ୍ତି ଦୋଳି

ଦେବକୀ ନନ୍ଦନ ଯଶୋଦା ପ୍ରାଣଧନ

ଦେଖାନ୍ତି କୁହୁକ ଭେଳିକି ଭଳି

ବାଲ୍ୟକାଳ ଯେତେ ଗୋପରେ ଦୁଲାଳ

 ଅବତରୀ ଅବତାରୀ ଗୋକୁଳି

ଆଗୁଆ ଜନମି କନ୍ୟା ଦୁହିତା ଦୁଇକୁଳ

ହିତା ସେ ବିଜୁଳି ବାଳୀ

ଦେବକୀ କର କଚାଡି କାନ୍ଦନ୍ତି ହା କୃଷ୍ଣ

କେଣେ ଗଲୁ ପୁତ୍ର ଭାଳି

ବୁଝାନ୍ତି ବାସୁଦେବ ଫେରିବ କହ୍ନେଇ

ଜଗନ୍ନାଥ ରୂପେ କଳି

ଗୁଣ୍ଡିଚା ରୂପରେ ମାଆକୁ ଦେଖିବାକୁ ଜଗା 

ନବଦିନବ୍ୟାପି ରଥରେ ଖେଳି ଖେଳି

ରଖ ମନେ ଆଶା ହୁଅନା ନିରାଶା କହ୍ନେଇ

ଆମର ଆସିବ ରଥରେ ଖେଳି ଦୋଳି

ନନ୍ଦ ଉଆସରେ ଆନନ୍ଦ ଭିତରେ ଗୋପବାସୀ

ଦେଉଥାନ୍ତି କରତାଳି ହୁଳହୁଳି 

କୃଷ୍ଣ ଜନ୍ମ ଦିନ ଜନ୍ମାଷ୍ଟମୀ ନାମେ ଦେଶବାସୀ

ବଜାଇ ପେଁକାଳୀ ମୃଦଙ୍ଗ କାହାଳୀ



Rate this content
Log in

Similar oriya poem from Abstract