STORYMIRROR

Smruti Sephali Meher

Tragedy

3  

Smruti Sephali Meher

Tragedy

ଭଙ୍ଗା ନୀଡ଼

ଭଙ୍ଗା ନୀଡ଼

1 min
191

ଲୁହରେ ଲେଖା ମୋ 

କପାଳର ରେଖା

ଦୋଷ ବା କାହାକୁ ଦେବି

ଜଳିଯିବି ପଛେ

ବିଚ୍ଛେଦ ଲୁହରେ

ତୁମକୁ ପାରିବିନି ଜାଳି।


ସମୟ ସ୍ରୋତରେ 

ପଥହରା ହୋଇ

ମାଟିରେ ଯିବି ଯେ ମିଶି

ତୁମ ସ୍ମୃତି ଧାରେ

କୁଆଁରୀ ପ୍ରାଣକୁ 

ନଦେବି କେବେ ସମର୍ପି ।


ଶୂନ୍ୟତାକୁ ମୁଁ 

ନିଜର କରିବି

ତୁମ ଛଳନାକୁ ସାଇତି

ପ୍ରତି ଅଶ୍ରୁରେ ମୋ

ଲେଖିବି କବିତା

ତୁମ ନାଁ କୁ ରଖି ।


ହୃଦୟ ବଦଳେ

ପ୍ରାଣ ନେଇଗଲ

ଅଧିକାର ଦେଲି ବୋଲି

ସତ ସତିକା ମତେ

ଜାଳିଦେଇଗଲ

ପ୍ରତାରଣା କରି ଦେଇ ।



Rate this content
Log in

Similar oriya poem from Tragedy