ସବୁ କିବା ଗୁଲିଗପ
ସବୁ କିବା ଗୁଲିଗପ
କିଛି ନ ଜାଣିଲା ଭଳି କେତେଦିନ
ରହିବୁ ବୁଲାଇ ମୁହଁ ,
ଏକାଥରେ ଖୋଲି କହୁନାହୁଁ କିଆଁ
ତୁ ଏବେ କାହାର ନୁହଁ ।(ଘୋଷା)
ଯେତେ ଯାହା ତୋର ମହିମା ଶୁଣିଛି
ସବୁ କିବା ଗୁଲିଗପ ,
କାହା ଲାଗି ତୁହି ସୁଲଭ୍ୟ ହୋଇଛୁ
କେ ପାଇଛି କରି ତପ ।
କେମିତି ଜାଣିବି କେତେ ସତ, ମିଛ
ନ ଖୋଲିଲେ ତୁହି ମୁହଁ ।(୧)
ଏକାଥରେ ଖୋଲି କହୁନାହୁଁ କିଆଁ
ତୁ ଏବେ କାହାର ନୁହଁ ।
ରାଜ ଥାଟ-ବାଟ ନୀତିରେ ଚଳି ତୁ
ସାଜିଲୁ ଅନେକ ବେଶ ,
କେ କାନ୍ଦି ଗଡ଼ିଲେ ,କା' ହଂସା ଉଡ଼ିଲେ
ତୋହର ଯାଉଛି କିସ !
ଭକତ ଆଖିରେ ଧୂଳି ଦେଇ ମିଛେ
ବୋଲାଉଛୁ ବଡ଼ଦିଅଁ ।(୨)
ଏକାଥରେ ଖୋଲି କହୁନାହୁଁ କିଆଁ
ତୁ ଏବେ କାହାର ନୁହଁ ।
କିଛି ନ ଜାଣିଲା ଭଳି କେତେଦିନ
ରହିବୁ ବୁଲାଇ ମୁହଁ ,
ଏକାଥରେ ଖୋଲି କହୁନାହୁଁ କିଆଁ
ତୁ ଏବେ କାହାର ନୁହଁ ।
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।