STORYMIRROR

Debabrata Mishra

Tragedy Action Inspirational

3  

Debabrata Mishra

Tragedy Action Inspirational

ଯନ୍ତ୍ରଣା

ଯନ୍ତ୍ରଣା

1 min
194


ନିଶ୍ୱାସଭରା ଶରୀର, ରକ୍ତଭରା ମାଉଁସରେ

ମନର ଧମନୀରେ ବହୁଥାଏ ନିତିଦିନ

ଜର୍ଜରିତ ଯନ୍ତ୍ରଣାର ବିଷାକ୍ତ ଝରଣା, 

ଠପ୍ ଠପ୍ ବହୁଥାଏ ଲୁହ ଦୁଇ ନୟନରୁ

ଅନ୍ଧ ମଣିଷକୁ କାହିଁକି ଲଦିବା ଦୋଷ

ମୁକ ଆମେ ମିଶିକି ନିର୍ମାଣିଛୁ କଣ୍ଟାର ଅଗଣା।


ଫାଟିଯାଏ ଛାତି, କରୁଣ ରୋଦନର ଶବଦ

ଆଉ ବେଦନାର ସ୍ୱର ଶୁଣେ ଅନ୍ତରର ରାତି

ପରିଶୋଧ ସରିନାହିଁ ବାକି ଅଛି ପାପର ପାଉଣା,

ପ୍ରତି ମୁହୂର୍ତ୍ତରେ କାନ୍ଦୁଛି କାରଣ ବିରାଟ 

କିଏ ଜାଣେ ଖୋଲିଯିବ କେବେ ମରଣ କବାଟ

ଦୁଃଖର ମହତ୍ କାରଣ ଦୁଃଖୀକୁ ହିଁ ଜଣା ।


ଲୁହ ବି କାନ୍ଦିଲାଣି କହୁଛି କେତେଥର ଆଉ

ଭିଜେଇବି ରେ ତୋତେ ଥକିଗଲିଣି ବହିବହି

ବିଷାକ୍ତ ହୋଇଯିବ ରେ ତୋର ଜୀବନରସୁଖପଣା,

ନା ପର୍ବର ପିଠା ସୁଆଦ ନା ପର୍ବତ ଦିଶେ ସୁନ୍ଦର

ପ୍ରଥମ ଶୀତର ସକାଳ ବି ଲାଗୁନି ସରଳ

ହାରିଯାଇଛି ସମ୍ପୂର୍ଣ୍ଣ ଜିତେଇବା ପାଇଁ ଅବା ବାଟବଣା ।


ଯନ୍ତ୍ରଣାର ମନକୁ ଶୁଭେ ଭାଙ୍ଗୁଥିବା ସପନ କମ୍ପନ

ଶବ ହେଲାପରେ ଆଉ କି କଷ୍ଟ ଦେହର ଦହନ

ଆତ୍ମାର ଜ୍ୱଳନେ ତାତେନି ଶରୀର, ସେ ଚିତ୍କାର କରେନା, 

କେହି ଜଣେ ନିର୍ଦ୍ଧାରଣ କରୁ କଷଣର ବୟସ ସୀମା

ଉପଲବ୍ଧି ହୁଏ ଦେହ ମରଣ ହୋଇପାରେ ଟିକିଏ ସହଜ

ଅସହ୍ଯ, ଅଦେଖା, ଅବ୍ୟକ୍ତ, ଅକଥ୍ୟ ଏ ଜୀବନ ଯନ୍ତ୍ରଣା। 



Rate this content
Log in

Similar oriya poem from Tragedy