Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Romance

5.0  

ବି. ନିରୁପମା

Romance

ହୋଇଗଲି ତୁମ ସାଥୀ

ହୋଇଗଲି ତୁମ ସାଥୀ

1 min
1.0K


ତୁମରି ଗଳାରେ ଯେଉଁଦିନ ମୁହିଁ

ପିନ୍ଧେଇଲି ବରମାଳା ,

ସେଇଦିନ ଠାରୁ ଭୁଲିଗଲି ନାଥ

ବାପଘର ଖେଳା,ଲୀଳା ।


ଏ ଜନମ ନାହିଁ,ସବୁ ଜନମକୁ

ହୋଇଗଲି ତୁମ ସାଥୀ ,

ସୁଖରେ,ଦୁଃଖରେ ତୁମ ନିକଟରେ

ଛାଇଭଳି ଥିବି ନିତି ।



ରାଜା ହେଲେ ତୁମେ ରାଣୀ ହେବି ମୁହିଁ

ରଙ୍କ ହେଲେ ହେବି ଦାସୀ ,

ଦଶଦିଗ ପାଳ ସାକ୍ଷୀ ରଖି ପରା

ମନରେ ଥିଲି ମନାସି ।


ଅକ୍ଷରେ ଅକ୍ଷରେ ପାଳି ଆସୁଅଛି

ସେବେଠାରୁ ଏହି ପଣ ,

ରାଜପୁର ସୁଖ,ବନବାସ ଦୁଃଖ

ଭାଙ୍ଗିନାହିଁ ମୋର ଟାଣ।


ତୁମରି ପାଶରେ ଅବା ଥିଲେ ଦୂରେ

ନିନ୍ଦିନାହିଁ କରମକୁ ,

ଅତି ଆଗ୍ରହରେ ପାଳନ କରିଛି

ପତିବ୍ରତା ଧରମକୁ ।


ସବୁବେଳେ ତୁମ କୁଶଳ ଇଛିଚି

ଭୁଲିଯାଇ ନିଜକଥା ,

ଅଜାଣତେ ଦୋଷ ହୋଇଯାଇଥିଲେ

କ୍ଷମା କରିଦେବ ଧାତା ।।


ବି.ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in

Similar oriya poem from Romance