Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarada Parida

Drama Others Inspirational

3  

Sarada Parida

Drama Others Inspirational

ପ୍ରତିମା

ପ୍ରତିମା

1 min
7.1K


ପ୍ରତିମା କଣ ବୁଝିପାରେ ମନ କଥା ?

ତଥାପି  ପ୍ରେମ କରେ ଶିଳ୍ପୀ

ନିହାଣ ମୁନ ରେ ଉଖାରୁ ଉଖାରୁ

ସ୍ଵପ୍ନ ବିଭୋର ହୁଏ

କେଜାଣି କେତେ ଯେ ରାତି

କଥା ହୁଏ ସ୍ଵପ୍ନରେ ସ୍ଵପ୍ନରେ

ପୁଣି ନିହାଣ ମୁନାରେ

ମାଠ ଧରି

ତୋଳିଧରେ  ରୂପ ଲାବଣ୍ୟକୁ ।

 

ମାତ୍ର,

ପୂର୍ଣ୍ଣ ଅବୟବ କଳ୍ପ ଫୁଟିବା ବେଳକୁ

ମନେ ପଡେ ମହାଜନର ଜାଗିର

ଏଣେ ଜଳ ଜଳ ଦିଶିଯାଏ

ଅର୍ଦ୍ଧ ବସ୍ତ୍ର  ପରିହିତା ପତ୍ନୀ

କଙ୍କାଳ ସାର ଛୁଆ ର ଭୋକିଲା ମୁହଁ

ଯାହାର ଆକର୍ଷଣରେ ତୁଚ୍ଛ ହୁଏ

ପ୍ରତିମା ସହ ରାତି ରାତି ଦେଖିଥିବା ସ୍ଵପ୍ନ

ତେଣିକି ଶାଗରେ  ମାଛରେ ମୂଲଚାଲ

ଟେକି ଦେବାକୁ ପଡେ

 

 

ହାତରୁ ଦି ହାତ 

ପୁଣି ସାମାଧି ନିଏ ଆଉ ଗୋଟାଏ ପ୍ରେମ କଥା

 

ପୂର୍ବବତ , ଆଦ୍ୟ ରୁ ଅଧୁନା ଯାଏଁ  ।

 

 

 

 

ଶାରଦା ପ୍ରସାଦ ପରିଡା

ଅଧ୍ୟାପକ, ମେକାନିକାଲ ଇଂଜିନିୟରିଗଂ,

କୋଣାର୍କ ବିଜ୍ଞାନ ଏବଂ ବୈଷୟିକ ମହାବିଦ୍ୟାଳୟ ଜଟଣୀ , ଖୋର୍ଦ୍ଧା


Rate this content
Log in

Similar oriya poem from Drama