STORYMIRROR

Pratyasha Rout

Comedy Fantasy Others

4  

Pratyasha Rout

Comedy Fantasy Others

ଟ୍ରେନ୍ ଯାତ୍ରା

ଟ୍ରେନ୍ ଯାତ୍ରା

2 mins
223

    ଥରେ ଜଣେ ବାବା ଟ୍ରେନରେ ଯାତ୍ରା କରୁଥିଲେ। ଟିଟି ଆସି ଜଣଙ୍କ ପରେ ଜଣଙ୍କର ଟିକେଟ ଚେକ୍ କରୁଥିଲେ। ବାବା ଟିକେଟ କରି ନଥିବାରୁ ତାଙ୍କ ମନରେ ଭୟ ବସା ବାନ୍ଧୁଥିଲା। ତଥାପି ସେ ସାହସ ନ ହରାଇ ବସି ରହିଥିଲେ। ବାବାଙ୍କ ପାଖରେ ବସିଥିବା ଲୋକଙ୍କ ଟିକେଟ ଯାଞ୍ଚ୍ ସାରିବା ପରେ ଟିଟି ଜଣଙ୍କର ଫୋନ୍ ଆସିଲା ଆଉ ସେ କଥା ହୋଇ ହୋଇ ବାଥରୁମ୍ ଆଡ଼କୁ ଚାଲିଗଲେ।


   ଅଳ୍ପ କିଛି ସମୟ ବିତିଗଲା। ଟିଟି ପୁଣି ଥରେ ବଗି ଭିତରେ ବସିଥିବା ଲୋକ ମାନଙ୍କର ଟିକେଟ ଯାଞ୍ଚ୍ କରିବାରେ ଲାଗି ପଡ଼ିଲେ। ସବୁ ଲୋକ ଟିକେଟ କରିଥିଲେ। ବାବା ଜଣଙ୍କ ପୁରା ଡରରେ ଛାନିଆ। ତାଙ୍କ ତଣ୍ଟି ଶୁଖି ଆସୁଥିଲା। ତାଙ୍କର ପାଖା ପାଖି ବସିଥିବା ସବୁ ଲୋକଙ୍କର ଟିକେଟ ଚେକିଂ ସରିଗଲା। ଟି ଟି ଜଣଙ୍କ ଆଗ ବଗିକୁ ଚାଲି ଯାଉଥିବାର ଦେଖି ବାବା ଆଶ୍ବସ୍ତ ହେଲେ ଆଉ ଶାନ୍ତିରେ ନିଃଶ୍ୱାସ ମାରିଲେ।

  ମାତ୍ର ଦୁଇ ମିନିଟ୍ ପରେ ଟି ଟି ଜଣଙ୍କ ପୁଣି ଆସି ସେ ବାବଙ୍କ ପାଖରେ ଛିଡ଼ା ହୋଇ ଟିକେଟ ଦେଖାଇବା ପାଇଁ କହିଲେ। ବାବାଙ୍କ ର ତ ପୁରା ସରବତ।

ସେ ଥରି ଥରି କହିଲେ,"ପୁଅରେ ମୁଁ ଟିକେଟ କରି ନାହିଁ।"

ଟି ଟି,"କିନ୍ତୁ କାହିଁକି ବାପା......?"

ବାବା,"ଆରେ...... ମୁଁ ତ ସନ୍ନ୍ୟାସୀ ଲୋକ ମୁଁ କାହିଁକି କାହା ବାପା ହେବି.......? ମୋତେ କାହିଁକି ବାପା ସମ୍ବୋଧନ କରୁଛ। ମୁଁ ଆଜୀବନ ବ୍ରହ୍ମଚାରୀ। ବିବାହ କରିନାହିଁ ମୁଁ ମୋର ପୁଣି ପିଲା ଆସିଲା କୁଆଡୁ.....?"

ଟି ଟି,"ଆପଣ ମୋତେ ପୁଅ ବୋଲି କହିଲେ ତ ସେଥିପାଇଁ ମୁଁ ଭାବିଲି, ଭୁଲରେ ବୋଧ ହୁଏ ମୁଁ ମୋ ବାପାଙ୍କୁ ଚିହ୍ନି ପାରିଲି ନାହିଁ। ସେଥିପାଇଁ ବାପା କହିଦେଲି। ଛାଡ଼ନ୍ତୁ ସେ କଥା। ଟିକେଟ କାହିଁକି କରି ନାହାଁନ୍ତି କୁହନ୍ତୁ।"

ବାବା,"ଆରେ..... ସେ କଥା କ'ଣ କି ମୁଁ ଭୁଲି ଯାଇଛି। ଆଉ ଏମିତିରେ ବି ମୁଁ ଧାର୍ମିକ ଜାଗାକୁ ଯାଉଛି ଟିକେଟ ନ କରିଲେ କିଛି ଅସୁବିଧା ନାହିଁ।"

ଟି ଟି,"ଆଚ୍ଛା...... ଆପଣ କୁଆଡ଼େ ଯାଉଛନ୍ତି.....?"

ବାବା,"ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମସ୍ଥାନକୁ।"

ଟି ଟି,"ଓଃ..... ଅଯୋଧ୍ୟା। ହଉ ସେଠିକୁ ଯିବା ପୂର୍ବରୁ ଉଠନ୍ତୁ ଆଉ ଆସନ୍ତୁ ମୋ ସହିତ ମୁଁ ଆପଣଙ୍କୁ ଆଉ ଏକ ଧାର୍ମିକ ଜାଗାକୁ ନେଇଯିବି।"

ବାବା,"ପୁଣି କେଉଁ ଜାଗା.....?"

ଟି ଟି,"ଶ୍ରୀକୃଷ୍ଣଙ୍କ ଜନ୍ମ ସ୍ଥାନଙ୍କୁ।"

ବାବା ଖୁସି ହୋଇ କହିଲେ,"କ'ଣ ମଥୁରା......?"

ଟି ଟି,"ନାଇଁ ନାଇଁ...... ଜେଲକୁ। ଶ୍ରୀକୃଷ୍ଣ ପରା ଜେଲ୍ ଭିତରେ ଜନ୍ମ ହୋଇଥିଲେ....।

ବାବା ଆବା କାବା ହୋଇ ଚାହିଁ ଥିଲେ। ତାଙ୍କ ପାଖରେ ବସିଥିବା ଲୋକ ଠୋ ଠୋ ହୋଇ ହସୁଥିଲେ।


Rate this content
Log in

Similar oriya story from Comedy