STORYMIRROR

Pratyasha Rout

Comedy

4  

Pratyasha Rout

Comedy

ପ୍ରେମ ପ୍ରସ୍ତାବ

ପ୍ରେମ ପ୍ରସ୍ତାବ

2 mins
410

  ପପୁ ତାଙ୍କ ଗାଁରେ ଥିବା ଜଣେ ସୁନ୍ଦରୀ ଝିଅକୁ ବହୁତ୍ ଭଲ ପାଉଥିଲା। ଝିଅଟି ସେ ଅଞ୍ଚଳରେ ଥିବା ଅନ୍ୟ ଝିଅମାନଙ୍କ ତୁଳନାରେ ଅଧିକ ଭଲ ଦେଖା ଯାଉଥିଲା। ତାର ଲମ୍ବା ଘନ କଳା କେଶ ଦେଖି ପପୁ ତା ଆଡ଼କୁ ଅଧିକ ଆକର୍ଷିତ ହୋଇ ଯାଉଥିଲା।

   ଥରେ ପପୁ ସ୍କୁଲ ଯାଇଥିବା ସମୟରେ ଦେଖିଲା ଯେ, ସେ ଝିଅଟି ତା ଠାରୁ କିଛି ଦୂରରେ ପ୍ରାର୍ଥନା ସଭାରେ ଛିଡ଼ା ହୋଇଥିବାର। ସେ ନିଶ୍ଚିତ ହୋଇଗଲା ଝିଅଟି ତାଙ୍କ ସ୍କୁଲରେ ପାଠ ପଢୁଛି ବୋଲି। ମନଟା ତାର ଭାରି ଖୁସି ହୋଇଗଲା।

  ଦିନ ପରେ ଦିନ ବିତି ଚାଲିବା ସହ ପପୁ ଝିଅଟି ସହ ଅଧିକରୁ ଅଧିକ ମିଶିବା ପାଇଁ ଚେଷ୍ଟା କରିଲା। ଥରେ କ୍ଲାସରେ ଟିଫିନ୍ ବେଲରେ କେହି ନଥିବା ସମୟରେ ପପୁ ଝିଅଟି ପାଖକୁ ଯାଇ କଥା ହେବା ପାଇଁ ଚେଷ୍ଟା କରିଲା।

  ପପୁ,"ହାଏ........ ମୁଁ ପପୁ।"

ଝିଅଟି,"ହେଲୋ....... ମୁଁ ସାକ୍ଷୀ। କିଛି କାମ ଥିଲା କି.......?"

ପପୁ,"କାମ ନାହିଁ ଯେ, କିନ୍ତୁ ତୁମ ନାମଟା ଭାରି ବଢ଼ିଆ ଲାଗୁଛି।"

ସାକ୍ଷୀ,"ଖାଲି ନାମ ନା.......?"

ପପୁ,"ନାଇଁ ତୁମେ ବି ଖୁବ୍ ସୁନ୍ଦର ଲାଗୁଛ।"

ସାକ୍ଷୀ ଲାଜେଇ ଯାଇ କହିଲା,"ସତରେ ନା କ'ଣ........?"

ପପୁ,"ହଁ...... ନିଶ୍ଚୟ।"

ସାକ୍ଷୀ,"ଧନ୍ୟବାଦ୍।"

ପପୁ,"ତୁମେ ମୋ ସହିତ ବନ୍ଧୁତା କରିବା ପାଇଁ ଚାହୁଁଛ କି.....?"

ସାକ୍ଷୀ,"ହଉ ଠିକ୍ ଅଛି। ଆଜି ଠାରୁ ଆମେ ସାଙ୍ଗ ଆଉ।"

 କିଛି ସମୟ ପରେ ପପୁ ତା ଠାରୁ ମୋବାଇଲ୍ ନମ୍ୱରଟା ଆଣିବାରେ ସକ୍ଷମ ହେଲା।   

   ବହୁତ୍ ଦିନ ବିତିଗଲା ପରେ ମଧ୍ୟ ସେ ସାହସ ଜୁଟାଇ ପାରୁ ନଥିଲା ତାକୁ ତା ମନ କଥା ଜଣାଇବା ପାଇଁ।

   

   ଦିନେ ସାଙ୍ଗ ମାନଙ୍କ ସହିତ କଥା ବାର୍ତ୍ତା କରି ନିଜ ମନରେ ସାହସ ବାନ୍ଧିଲା। ରାତି ୧୨ଟାରେ ମେସେଜ କରିଲା ଝିଅଟିକୁ ଆଇ ଲଭ୍ ୟୁ ଲେଖି। ସେତେବେଳେ ଗୋଟେ ମେସେଜ ଆସିଲା। ସେ ଖୁସି ହୋଇ କାଲି ସକାଳୁ ମନ୍ଦିରରୁ ଆସିବା ପରେ ଦେଖିବ ବୋଲି ଭାବି ଶୋଇ ପଡ଼ିଲା।

  ପର ଦିନ ସକାଳୁ ମନ୍ଦିରରୁ ବୁଲି ଆସିବା ପରେ ଯେତେବେଳେ ମୋବାଇଲ୍ ଖୋଲିଲା ଦେଖିଲା...... ମସେଜ ଆସିଥିଲା.....

  ଆପଣଙ୍କ ଆକାଉଣ୍ଟ୍ ବାଲାନ୍ସ ୦.୦୩ ଟଙ୍କା ଅଛି। ମେସେଜ୍ ଯାଇ ପାରି ନାହିଁ। ମେସେଜ ପଠାଇବା ପାଇଁ ରିଚାର୍ଜ୍ କରନ୍ତୁ......।



Rate this content
Log in

Similar oriya story from Comedy