ମୁନା ଓ ଲତା
ମୁନା ଓ ଲତା
ଲତା ଓ ମୁନା ଛୋଟ ବେଳରୁ ସାଙ୍ଗ ଥିଲେ। ଘର ବି ସେମାନଙ୍କର ଗୋଟିଏ ଗାଁରେ ଥିଲା। ଉଭୟ ପରସ୍ପର ସହ ଖୁବ୍ ମିଶୁଥିଲେ ଆଉ ହସ ଖେଳ ସବୁ କିଛି ସାଙ୍ଗରେ କରୁଥିଲେ। ଅବାଧରେ ଦୁହେଁ ଦୁହିଁଙ୍କ ଘରକୁ ଯାଇ ପାରୁଥିଲେ। ସେମାନଙ୍କ ମାଆ ବାପା ଆଉ ଘର ଲୋକ ମଧ୍ୟ ଏମାନଙ୍କ ବନ୍ଧୁତା ଦେଖି ଭାରି ଖୁସି ହେଉଥିଲେ। ଦୁହେଁ ବି ବହୁତ୍ ଭଲ ପାଠ ପଢ଼ୁଥିଲେ। ବୟସ ବଢ଼ିବା ସହିତ ସେମାନେ ଦଶମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ କଲେଜକୁ ଗଲେ। ସେଠାରେ ମଧ୍ୟ ଭଲ ପାଠ ପଢୁଥିବାରୁ କେଲେଜର ସାର୍ ମ୍ୟାମ ଦୁହିଁଙ୍କର ପ୍ରଶଂସା କରୁଥିଲେ। ଅନ୍ୟ ପିଲା ମାନେ ଏ ଦୁହିଁଙ୍କ ବନ୍ଧୁତା ଦେଖି ଆଉ ପାଠ ପଢ଼ା ଦେଖି ବହୁତ୍ ଈର୍ଷା କରୁଥିଲେ। ଏମାନେ କିନ୍ତୁ ସେଥିପ୍ରତି ଧ୍ୟାନ ନଦେଇ ନିଜ କାମ କରୁଥିଲେ। ବିଭିନ୍ନ ପ୍ରତିଯୋଗିତାର ଅଂଶ ଗ୍ରହଣ କରିବା ସହ ଅନ୍ୟାନ୍ୟ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରୁଥିଲେ।
ଧୀରେ ଧୀରେ ଉଭୟ ଉଭୟଙ୍କୁ ପ୍ରେମ କରି ବସିଲେ। ଉଭୟ ପକ୍ଷରୁ କୌଣସି ଆପତ୍ତି ନଥିବାରୁ ସେମାନେ ସମୟ ପାଇଲେ ବୁଲା ବୁଲି କରୁଥିଲେ। ପାଠ ପଢ଼ାରେ ମନ ବି ଦେଉଥିଲେ ଯେମିତି ପରୀକ୍ଷାରେ ଭଲ କରିବେ।
ଦିନକର କଥା। ଗୋଟେ ପାର୍କରେ ଲତା ଓ ମୁନା ପାଖା ପାଖି ବସି କଥା ହେଉଥିଲେ।
ମୁନା,"ଲତା...... ମୋ ଆଖିକୁ ଚାହିଁ କୁହ ତ ତୁମେ ମୋ ଆଖିରେ କ'ଣ ଦେଖୁଛ......?"
ଲତା,"ଜାନୁ....... ତୁମ ଆଖିରେ କେବଳ ଆଉ କେବଳ ମୋ ପ୍ରତି ଭଲ ପାଇବା ଭରି ରହିଥିବାର ମୁଁ ଦେଖି ପାରୁଛି।"
ମୁନା,"ଆଲୋ ହୁଣ୍ଡି....... ସେ ଭଲ ପାଇବା ପରେ ଦେଖିବ। ମୋ ଆଖିରେ କିଛି ଗୋଟେ ପଡ଼ି ଯାଇଥିବା ପରି ଲାଗୁଛି। ସେଇଟା ଦେଖିବା କଥା କହୁଛି।"
ଲତା,"ଓହୋ....... ସରି ସରି......।"
ମୁନା,"ଆରେ...... ଶୀଘ୍ର ଦେଖ। ମୋ ଆଖି ପୋଡ଼ିଲାଣି।"
ଲତା,"ଆରେ ହେଇ...... ପୋକ ଗୋଟେ ପଡ଼ିଛି।"