Pratyasha Rout

Abstract Classics Others

3.8  

Pratyasha Rout

Abstract Classics Others

ସମର୍ପଣ

ସମର୍ପଣ

1 min
414


 "ଦୁଃଖ ସାଗରେ ମୁଁ ବୁଡ଼ି ସାରିଲିଣି

ଥରୁଟିଏ ତୁ ଚାହିଁଲୁ ନାହିଁ ।

ବିପଦର ଭାର ମୋର ଭାରି ଲାଗିଲାଣି

ଥରୁଟିଏ ତୁ ଭାବିଲୁ ନାହିଁ।

କେତେଦିନ ଆଉ ଜଳାଇବୁ ମୋତେ

ଦୁଃଖ ଅନଳର ତେଜ ବଢ଼ିଲାଣି।

ଚିଠି ଲେଖୁଛି ମୁଁ ତୁମ ପାଖକୁ

ଘେନିବ ପ୍ରଣାମ ଶତ ବାରକୁ।

ମଲାବେଳେ ଟିକେ ନିର୍ମାଲ୍ୟ ଦେବ 

ଶବ ଶରୀରୁ ମୋ ମୁକ୍ତି ମିଳିବ।

ତବ ଶ୍ରୀ ଚରଣେ ଆଶ୍ରୟ ଦେବ

ଦୋଷ ସବୁ ମୋର କ୍ଷମା କରିବ।

ଯେତେ ପାପ ପୁଣ୍ୟ ଅରଜିଛି ମୁହିଁ

ସବୁର ହିସାବ ଛିଣ୍ଡାଇ ଦେବ।

ମିଛ ଦୁନିଆରେ ସବୁ ତ ମୋହ

ତୁମେ ଏକା ସତ ଉଠଇ କୋହ।

ତୁମରି ସରଗ ଦୁଆରେ

ଶବ ମୋ ପାଉଁଶ ହେବ।

ତୁମରି ନୀଳ ପାରାବାରେ 

ହେବ ମୋର ଆତ୍ମା ଲୀନ।

ଏତିକି କଥା ମୋ ରଖିବ

ହେ ଭାବର ମୂରତି କଳା ଶ୍ରୀହରି।

ଦେଉଛି ମୁଁ ମୋ ନିଜକୁ

 ତୁମରି ନିକଟେ ସମର୍ପଣ କରି ।"


Rate this content
Log in

Similar oriya story from Abstract