"ଟିକିଏ ରୋମାନ୍ସ"
"ଟିକିଏ ରୋମାନ୍ସ"
ନିରୂପମା,ନିରୂପମା, ଆରେ ନିରୂପମା ତୁମେ କୋଉଠି ଆଜି ମୁଁ ବହୁତ କ୍ଳାନ୍ତ ହୋଇପଡିଛି ବାସ ତୋମେ କୋଉଠି ଆସ ଜଲଦି କବାଟ ଖୋଲ ଆଜି ମୋର ତମକୁ ବହୁତ କିଛି କହିବାର ଅଛି,ସତରେ ବାହାଘରର ଚାରିବର୍ଷ ବିତିଗଲା ଆମେ କେବେ ନିଜକୁ ସ୍ୱାମୀ ସ୍ତ୍ରୀ ଭାବିନେ ବରଂ ଗୋଟିଏ ଡାଳରେ ବସା ବାନ୍ଧିଥିବା ଦୁଇଟି ପକ୍ଷୀ ସମ ଆମ ଜୀବନ।ପ୍ରତିଟି ମୁହୂର୍ତ୍ତରେ ନାଁ ତୁମେ କେବେ ମୋତେ ଛାଡ଼ି ରହି ପାରିଛ ନା ମୁଁ ତୁମକୁ।
ସତରେ ତୋମେ ଜେବେଠୁ ମୋ ଅଗଣାରେ ପାଦ ଥାପିଛ ସେବେଠୁ ମୁଁ ଏକୁଟିଆ
ପଣକୁ ଭୁଲି ଯାଇଛି,ତମଠାରେ କି ଯାଦୁ ଅଛି କେଜାଣି ତମକୁ ଘଡିଏବି ଛାଡି ଯିବାକୁ କୋଉଠି ଇଛା ହୁଏନି ସେଦିନର କଥା ତୋମର ମନେ ଅଛି ନା ଯେଉଁ ବାଇକ ଦୁର୍ଘଟଣା ମୋ ସହ ହୋଇଥିଲା,ମୁଁ ଅଳ୍ପକେ ଆସନ୍ନ ବିପଦରୁ ବଞ୍ଚିଯାଇଥିଲି କିନ୍ତୁ ତୋମେ କେମିତି ମୋତେ ରାଜ ରାସ୍ତାରେ କୁଣ୍ଢେଇ ଧରି କାନ୍ଦି ପକାଇ ଥିଲ, ସେଇଦିନ ମୁଁ ପ୍ରକୃତ ଭଲ ପାଇବା କଣ ଠିକ ଅନୁଭଵ କରି ପାରିଥିଲି।ସତରେ ଯେତେ ଯେତେ ବୟସ ବଢି ବଢି ଚାଲିଛି ସେତେ ସେତେ ଆମ ଭଲ ପାଇବା ବଢ଼ିବଢି ଚାଲିଛି,ଏଇ ଭଲ ପାଇବା ସବୁବେଳେ ଏମିତି ଚାଲିଥାଉ।
ଯେତେ ଦୁଃଖରେ ଥାଏ କି ସୁଖରେ ଥାଏ ଏମିତି କୋଉ ଦିନ ନାହିଁ ତୋମେ ମୋତେ ଖୁସି ଦେଇନ ସତରେ ତମ ଛୁଆଁ ମୋତେ ପ୍ରତିମୁହୂର୍ତ୍ତରେ ତମ ଆଡ଼କୁ ଆକର୍ଷିତ କରେ।ଫଗୁଣର ଫଗୁରେ ମୁଁ ତମକୁ ସବୁବେଳେ ରଙ୍ଗେଇ ଦେବାକୁ ଚାହେଁ ଆଉ ବସନ୍ତ୍ରର ମୃଦୁ ମଳୟରେ ମୁଁ ତମକୁ ମତୁଆଲା କରିବାକୁ ଚାହେଁ,ବାସ ତୋମେ ସବୁବେଳେ ଏମିତି ପାଖକୁ ପାଖକୁ ଭିଡି ଭିଡି ଆସୁଥିବ ଆଉ ମୋର ମନ,ପ୍ରାଣ ଆତ୍ମାରେ ନିବିଡ଼ ହୋଇ ରହିବ।
ତମ ଓଠର ଛୁଆଁ ସତେ ନିଆରା ତମ ଚାହାଣି ହୃଦୟକୁ ପ୍ରତିଥର ବିଚଳିତ କରେ ତମ ରାଜହନସି ଚାଲି ରେ ତ ଉର୍ବର୍ଶୀ,ମେନକା, ରମ୍ଭା ବି ହାର ମାନି ଯିବେ।ତୋମେ ସ୍ୱର୍ଗମହଲର ପରୀଠାରୁ କମ ନୁହଁ।ମୁଁ ଯେତେବି କ୍ଳାନ୍ତ ଥିଲେ ତୁମକୁ ଥରେ ଆଲିଙ୍ଗନ କଲା ପରେ ମୋର ସବୁ ଥକା ପଣ ସତେ ଯେମିତି ଆପେ ଆପେ ଦୂର ହେଇ ଯାଏ।
ଏତେ ବଡ଼ ରାତ୍ରିରେ ତୁମକୁ ଆଲିଙ୍ଗନ ବିନା ମୋର ରାତି କିପରି ବା କଟିବ,ସତରେ ସବୁବେଳେ ମୁଁ ତମକୁ ମୋ ବାହୁ ବନ୍ଧନରେ ବାନ୍ଧି ରଖିବାକୁ ଚାହେଁ,ଏଇ ନିବିଡ଼ତା ପାଇଁ ଆଜି ଦେଖ ଆମକୁ ସମାଜ ଈର୍ଷା କରୁଛି।ସତେ ଯେମିତି ଆମେ ପ୍ରେମରେ ଅନ୍ଧ ହୋଇ ଯାଇଛେ।
ଦୁନିଆ ଯାହା କହିଲେ କହୁ ସେଥିରୁ ଆମର ବା କଣ ଯାଏ ଆସେ ମୁଁ ତମ ଦେବଦାସ ଆଉ ତମେ ମୋ ପାର।ଆମେ ଯେତେ ଦିନ ଏମିତି ଜୀଇଁଥିବା ସେତେ ଦିନ ପର୍ଯ୍ୟନ୍ତ ଏମିତି ପରସ୍ପର ପ୍ରତି ଆକୃଷ୍ଟ ହୋଇ ଚାଲିଥିବା,ଆମ ଭିତର ଭଲ ପାଇବା କେବେ ବି କମ ହେବ ନାହିଁ।
ସତରେ ନୀଳ ଆକାଶକୁ ଚାହିଁ ଦେଲେ ତମ ମୁହଁ ଆଉ ଝରକା ଆର ପାଖେ ତମ ପ୍ରତିଛବି ତମ ଅନୁପସ୍ଥିତିରେ ମୋତେ ହାତ ଠାରି ସବୁବେଳେ ଯେମିତି ଡ଼ାକୁ ଥାଏ, ହେଇ ଶୁଣୁଛ,ଆଜି ନା ତମକୁ ମୁଁ ବହୁତ ମନେ ପକାଉଥିଲି,ତୋମେ ଯେମିତି ମୋ ସ୍ୱପ୍ନରେ ଆସି ମୋ ସହ ବାସର ରାତି ମନଉଛ।ମୁଁ ତମ ବାହୁ ବନ୍ଧନରୁ ବାହାରକୁ ଆସିବାକୁ ଚେଷ୍ଟା କରି ବି ଆସି ପାରୁ ନି ଏମିତି କେତେ କଣ।
ସତରେ ଯେଉଁଠି ପ୍ରେମ ଥାଏ ସେଇଠି ସବୁ ପ୍ରତିବନ୍ଧକ ଆଉ ଯିଏ ପ୍ରତିବନ୍ଧକ ସହି ଆଗକୁ ବଢି ଚାଲେ ସେ ଶେଷରେ ସ୍ୱପ୍ନ ର ସେଇ ଦୁନିଆରେ ପହଞ୍ଚେ ଯେଉଁଠି ଖାଲି ପ୍ରେମ ପ୍ରେମ ପ୍ରେମ ଆଉ
ମଧୁର ଆକର୍ଷଣ ସବୁଦିନ ହୁଏ ବାସର ରାତି,ଟିକିଏ ରୋମାନ୍ସ ସୃଷ୍ଟି କରେ ଗୌରବମୟ ଇତିହାସ ଯାହା ଯୁଗ ଯୁଗ କୁ ଇତିହାସ ପୃଷ୍ଠାରେ ଲେଖା ହୁଏ।