"ଭିନ୍ନ ଏକ ମଣିଷ"
"ଭିନ୍ନ ଏକ ମଣିଷ"


ନିକାଞ୍ଚନ ସେଇ ଘଞ୍ଚ ଅରଣ୍ୟ ପାଖକୁ ଲାଗି ଗଣ୍ଠିଆ ପାହାଡ
ଧୂଷରିମାମୟ ଦିଶୁ ଥାଏ,ସତେ ସେଭଳି ସ୍ଥାନରେ ଜନ୍ତୁଜୀବଙ୍କର
ଆତଜାତ କି ବସବାସର ସତ୍ତ୍ଵା-
ଟିଏ ସୁଦ୍ଧା ନାହିଁ।ବଡ଼ ବଡ଼ ଗଛ କେଇଟା ବିରାଟକାୟ ଅସୁର ପରି ଆକାଶକୁ ଛୁଇଁଲା ଛୁଇଁଲା
ଭଳି ମନେ ହେଉଥାଆନ୍ତି
ଦନ୍ତୁରିତ ପାହାଡ଼ର ଶୀର୍ଷ ଦେଶ
ପ୍ରତିଯୋଗୀତା କଲା ଭଳି ଦୂର
ଦିଗବଳୟରେ ଲିନ ହେବାର ନଜର ହୁଏ
ସେଇ ଘଞ୍ଚ ଜଙ୍ଗଲକୁ ଲାଗି ଏକ ଗୁପ୍ତ ସୁଡ଼ଙ୍ଗ କାହିଁ କେଉଁ ଅନାଦି କାଳରୁ ଲୁକ୍କାୟିତ ଅବସ୍ଥାରେ ଅଛି,ତାହା କେବଳ ସେଇ ମାଂସ ଲୋଭୀ ପିଶାଚଙ୍କ ଛଡ଼ା ଆଉ କାହାକୁ ବି ଜଣା ନାହିଁ।ସେମାନେ ନିଜେ ନିଜ ପାଇଁ ଆଇନ ଗଢ଼ନ୍ତି ଆଉ ଭାଙ୍ଗନ୍ତି ନା ତାଙ୍କଠି ଲାଗୁ ହୁଏ ସରକାରୀ ନିୟମ ନା ସାଧାରଣ ଜନତାଙ୍କ ପ୍ରଭାବ।ଚାହିଁଲେ ବି କେହି ସେମାନଙ୍କର କିଛି କ୍ଷତି କରି ପାରିବେ ନାହିଁ
ସେଭଳି ଦୁର୍ଗମ ସ୍ଥାନକୁ ଯିବା ଅର୍ଥ ନିଜ ଜୀବନକୁ ଅକାରଣରେ ଏହି ପିଶାଚଙ୍କ ହାତରେ ଟେକି ଦେବା। ସେ ସ୍ଥାନକୁ ଯାଉ ଥିବା ପାଦ କେବେ ଫେରେ ବୋଲି କାନ ଉଠିବା ଦିନରୁ କେହି ଶୁଣି ନି । ସେଠି ଚାଲେ ମାଫିଆ, ଗୁଣ୍ଡା, କଳା ବଜାରୀଙ୍କ ରାଜ।ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ନ ପାରୁ ଥିବା ବେକାରୀ ଯୁବକ ଯୁବତୀଙ୍କୁ ସେଠି ନେଇ ବିଭିନ୍ନ ତାଲିମ ଦିଆଯାଏ, ଏପରିକି ଧର୍ଷଣ କରିବା,ବ୍ୟାଂକଲୁଟ କରିବା,କାହାର ଜୀବନ ନେବା ପୁଣି କାହାର ସିନ୍ଦୂର ର ସଉଦା କରିବା ତ କାହାକୁ ଅପହରଣ କରିବା। ସେଠି ଥରେ ପାଦ ଦେଉଥିବା ବ୍ୟକ୍ତିର ଯୌବନ ବାର୍ଦ୍ଧକ୍ୟ ରେ ଉପନୀତ ହୋଇ ମୃତ୍ୟୁ ପର୍ଯ୍ୟନ୍ତ ସେଠି ସଢ଼ି ଥାଏ।
ସେମାନେ ପ୍ରଶାସନ କୁ ଡରନ୍ତି ନାହିଁ କି ପ୍ରଶାସନ ସହିତ ସମ୍ପର୍କ ରଖନ୍ତି ନାହିଁ।ନିଜ ପସନ୍ଦ,ରୁଚି ପାଇଁ ସେମାନେ ମାଂସ ଲୋଭୀ ନର ରାକ୍ଷସ ବି ପାଲଟିବାକୁ ପଛ ଘୁଞ୍ଚା ଦିଅନ୍ତି ନାହିଁ।ନା ତାଙ୍କର ଆଗକୁ କିଏ ଅଛି ନା ତାଙ୍କର ପଛକୁ କିଏ ଅଛି। ସଂସାର ଠାରୁ ସେମାନେ ବହୁ ଦୂରରେ ଥାଆନ୍ତି,ତାଙ୍କଠି ମାୟା ମମତା କିଛି ନ ଥାଏ,ସେମାନେ ହୃଦୟଶୂନ୍ୟ ବର୍ବର ଜଘନ୍ୟ ହତ୍ୟାକାରୀ ରାକ୍ଷସ ପାଲଟି ଯାଆନ୍ତି।
ନିଜ ଖୁସି ପାଇଁ ଅନ୍ୟର ଖୁସି ଛଡାଇ ଆଣିବା ତାଙ୍କରି କାମ।ମାଆ ଠୁ ତା ସନ୍ତାନ ହରା କରିବା ,ଛୋଟ ପିଲାକୁ ଅନ୍ୟତ୍ର ରଖି ଅତ୍ୟାଚାର କରି ପରିବାର ଲୋକଙ୍କୁ ଧମକ ଚମକ ଦେଇ ଟଙ୍କା ଆଦାୟ କରିବା ଆଉ ନ ଦେଲେ ବେକ କାଟି ହତ୍ୟା କରିବା ତାଙ୍କ କାମ।ତାଙ୍କ ଭିତରଟା ଦେଖିବାକୁ ଗଲେ ମଣିଷପଣିଆ କାଣିଚାଏ ବି ନ ଥାଏ,ବରଂ ତାଙ୍କ ଶିରା ପ୍ରଶିରା ରେ ବିଷ ବର୍ଷଣ ହେଉ ଥାଏ।ତାଙ୍କ ମୁଖ ମଣ୍ଡଳରେ ହସ ନ ଥାଏ ବରଂ କ୍ରୋଧର ବେଶ ଝଲକ ବାରି ହୁଏ।
ଏମାନେ ଜୀବନର ମୂଲ୍ୟକୁ ପଶୁପକ୍ଷୀଙ୍କ ଭଳି ତୁଳନା କରନ୍ତି;ଏମାନଙ୍କୁ ଭଲମନ୍ଦ ବିଚାର ଆସେନି କି ଠିକ ଭୁଲ ବିଚାର କରି ପାରନ୍ତି ନାହିଁ।ଦିନର ଦିବା ଲୋକରେ ଗୁମ୍ଫା ଗହ୍ୱର ଭିତରେ ଲୁଚି ରହନ୍ତି ଆଉ ରାତ୍ରିର ଅନ୍ଧାକାର ରେ ନିଜର ସୈତାନି ପାଦୁର୍ଭାଵ ବିସ୍ତାର କରନ୍ତି,ଏମାନେ ଦଷ୍ୟୁ ରତ୍ନାକର ଠାରୁ ବି ଖୁବ ଭୟଙ୍କର ।
ସ୍ୱାମୀଠାରୁ ସ୍ତ୍ରୀକୁ ଅପହରଣ କରି ମାସ ମାସ ଧରି ଧର୍ଷଣ କରନ୍ତି,ଜଣେ ନୁହେଁ ପୁଣି ଜଣ ଜଣ କରି ନିଜର କାମନା,ବାସନା ପୂରଣ ହେଲା ପର୍ଯ୍ୟନ୍ତ ସେମାନେ ନିସ୍ତାର ଦିଅନ୍ତି ନାହିଁ ଶେଷରେ ନର ହନ୍ତା ପାଲଟି ଯାଆନ୍ତି।ମଣିଷ ରୂପ ଧାରୀ ଏପରି ରାକ୍ଷସଙ୍କ ବର୍ବର ଚିତ କାର୍ଯ୍ୟ ସମାଜ ପକ୍ଷେ କଣ ହିତକାଂକ୍ଷୀ ହୋଇ ପାରେ । ଏମାନଙ୍କୁ ଗୋଟି ଗୋଟି କରି ବିଚ ବଜାର ରେ ଗୋଡେଇ ଗୋଡେଇ ଗୁଳି କରି ମାରିବା କଥା,ଏମାନଙ୍କୁ ସିଧା ସଳଖ ମୃତ୍ୟୁ ଦଣ୍ଡ ଦେଲେ ହେବ ନାହିଁ ବରଂ ମରିବା ପୂର୍ବରୁ ଶହେ ଥର ଭାବିବା ର ଶାସ୍ତି ଦେବା ଦରକାର।
ମାସ ମାସ ଧରି ଅନାହାରେ ରଖି ଖଟେଇ ଚାଲିଲେ ବାସ୍ତବିକ ଜୀବନର ମାନେ ଏମାନେ ହୃଦୟଙ୍ଗମ କରି ପାରିବେ।ଏମାନଙ୍କ ବର୍ବରଚିତ କାର୍ଯ୍ୟଠାରୁ ଢେର ଗୁଣ ଶାସ୍ତି ଏମାନଙ୍କୁ ଦେବା ଦରକାର ।ଯେପରି ନାଁ ଶୁଣିଲେ ବରଡା ପତ୍ର ପରି ଥରିବେ ।ଜୀବମ ଥିବା ପର୍ଯ୍ୟନ୍ତ ସେ ପ୍ରକାରର ଭୁଲ କରିବାର ସତ ସାହସ କରିବେ ନାହିଁ।ଶେଷ ପର୍ଯ୍ୟନ୍ତ ନ ସୁଧୁରିଲେ ତାଙ୍କୁ ମୃତ୍ୟ ଦଣ୍ଡ ଦେବା ଦରକାର।
ଅଜୟ କୁମାର ବେହେରା
ମୋରଡ଼ା,ମୟୂରଭଞ୍ଜ।
9776025458