STORYMIRROR

Ajay kumar Behera

Inspirational

3  

Ajay kumar Behera

Inspirational

ହୃଦୟର କଥା

ହୃଦୟର କଥା

2 mins
253

ବାପା ବାପା ଏଣିକି ମୁଁ ବଡ଼ ହେଇ ଗଲିଣି ହେଇ ଦେଖୁନ ଦେଖ ଦେଖ ମୁଁ ପରା ତମଠୁ ବି ଡେଙ୍ଗା ଆଉ ବଳୁଆ ହେଇ ଗଲିଣି ସତ କହୁଛି ନା ବାପା,କଣ କହୁଛୁ ବୋଉ ମୁଁ ଠିକ କହିଲି ନା,ନା କଣ କହୁଛୁ ତୁ କହ ବୋଉ । ଦେଖୁନୁ ତୁ ସବୁଦିନ ଏଇ ଗୋଟେ ସାର୍ଟ ଆଉ ପ୍ୟାଣ୍ଟ ପିନ୍ଧିବାକୁ ଭଲ ଲାଗୁନି । ଆଉ ଗୋଟିଏ ପ୍ରକାରର ଖାଦ୍ୟ । ଏଣିକି ମୁଁ ବି ବାହାରକୁ ମିଟୁ କକାଙ୍କ ପୁଅ ଭୋଗିଆ ସହ ଯାଇ କମ୍ପାନୀରେ କାମ କରିବି ଆଉ ଦ୍ବି ପଇବା ରୋଜଗାର କରିବି ଆମ ଚାଳ ଛପର ଘରୁ ପାଣି ଖସୁଛି,ରାତିରେ ଚାଳରୁ ଆକାଶର ଜହ୍ନ ଦେଖା ଯାଉଛି କଣ ବାପା ତୁମେ କୁହ ମୋତେ ଏ ସବୁ ଦେଖି ଭଲ ଲାଗୁଛି । ମୁଁ ପରା ବଡ଼ ହେଲିଣି ଏଣିକି ମୁଁ ତମ ଦୁହିଁଙ୍କୁ ପୋଷିବି,ଭଉଣୀର ବାହାଘରରେ ଅନେକ ଋଣ କରି ଦେଇଛ ବାପା ତାର ବି ତୋ ସୁଝିବାକୁ ପଡ଼ିବ, ଇଏ ସିଏ କଣ ପଦେ କହି ଦେଲେ ସତେ ବୋଉଲୋ ଶୁଣିବା କୁ ଜମା ଭଲ ଲାଗୁନି କହ ବୋଉ ତୁ କେମିତି ସହିବି ମୁଁ ପରା ତୋହରି ପୁଅ ତମ ଦୁଃଖ କଣ ମୋର ନୁହେଁ ।

ଧୀରେ ଧୀରେ ମୁଁ କାମ ଶିଖି ଯିବି ଆଉ ଦିନ ରାତି କାମ କରି ସବୁ ଋଣ ଅଳ୍ପ ଦିନରେ ସୁଝେଇ ଦେବି ଆଉ ଦାରିଦ୍ର୍ୟତା ବି ଆମର ରହିବ ନାହିଁ । ପଡିଶା ଘର ର ଲୋକମାନେ କୋଠାବାଡ଼ି କଲେଣି ଆଉ ଭଲରେ ଚଳୁଛନ୍ତି । ତାଙ୍କର ଅଭାବ ଅସୁବିଧା କିଛି ନାହିଁ ।

ସୁଖ ଶାନ୍ତି ରେ ରହୁଛନ୍ତି । ଘରେ ଘରେ ଗାଡ଼ି ଆଉ ଆମେ ଭାଗ୍ୟକୁ ଆଦରି ଏଇ କୁଡ଼ିଆ ଘରେ ଦୁଃଖ ଦାରିଦ୍ର୍ୟତାର କୋଷା ଘାତରେ ଖାଲି ଘାଣ୍ଟି ହେଉଛେ । ମନ ଅଛ ହେଲେ ଧନ ନାହିଁ । ଇଛା ଅଛି ହେଲେ ଯୋଜନା କରିବାର ସାମର୍ଥ୍ୟ ନାହିଁ । ହଁ ଗୋଟିଏ କଥା ତୁମ ପୁଅର ଅସୁମାରୀ ସ୍ୱପ୍ନ ସିଏ ଦିନେ ପୁରଣ କରିବ ନିଶ୍ଚୟ ଆଉ ଯଦି ଅସମର୍ଥ ହୁଏ ତେ ବେ ତା ପାଇଁ ଦୁଃଖ କରିବନି କି ଅନୁତାପ ବି କରିବନି କାହିଁକି ନା ଧର୍ମପଦ ଭଳି ସେ ବି ହସି ହସି ପରିବାରର ଖୁସି ପାଇଁ ବିଦାୟ ନେବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational