ଆଉ କେତେଦିନ
ଆଉ କେତେଦିନ


ବିଶ୍ୱ ଆଜି ଆତଙ୍କିତ କରୋନା ନାଁ ରେ କୁଢ଼ କୁଢ଼ ଶବ ଗଡ଼ିଲେଣି ଚୀନ ଇଟାଲୀ ଭଳି ରାଷ୍ଟ୍ର ଗୁଡିକରେ ,ସତରେ ଏ କରୋନା ଏବେ କକୁଆ ଭୟ ସୃଷ୍ଟି କରିଛି ସାରା ବିଶ୍ୱରେ, ଏଥିପାଇଁ କର୍ଫ୍ୟୁ ଜାରି ହୋଇଛି ସମଗ୍ର ଭାରତ ବର୍ଷରେ ମାର୍ଚ୍ଚ ବାଇଶି ବିଶ୍ୱ ଇତିହାସରେ କର୍ଫ୍ୟୁ ଦିବସରେ ପରିଗଣିତ ହେଇଗଲା।ସାମାନ୍ୟ ସ୍ୱାର୍ଥନ୍ୱେଷୀ ହୋଇ ନିଜର ଶିର ଉଚ୍ଚରେ ରଖିବାକୁ ଯାଇ ଆଜି ସାରା ବିଶ୍ୱର ଯେଉଁ ଅବସ୍ଥା ସତେ ଅଳ୍ପ କେଇ ଦିନ ଭିତରେ ସାରା ବିଶ୍ୱ ଧ୍ୱଂସ ହୋଇ ଯିବ।ଲୋକେ ପୋକ ମାଛି ଭଳି ସବୁ ଟଳି ପଡିବେ।ବାପକୁ ପୁଅ କାନ୍ଧ ଦେବାକୁ ବି ନ ଥିବ କି ମାଆ ପୁଅର ଶବକୁ ବି ଛୁଇଁ ପାରିବନି।ଭାବନ୍ତୁ ଥରେ ବିଚାର କରନ୍ତୁ ଥରେ ସତରେ ଯେଉଁ ଭୟାବହ ସ୍ଥିତି ସୃଷ୍ଟି ହେବାକୁ ଯାଉଛି ଆମେ କଣ ସେଥିରୁ ସହଜରେ ମୁକୁଳି ପାରିବା!!
ଖାଲି ଯୋଜନା କରି ଦେଲେ ହେବନି ଆଉ ଉପରଠାଉ ରାଣିଆ କିଛି ପଦକ୍ଷେପ ନେଲେ ହେବନି ବରଂ ଆତ୍ମସଚେତନ ହେବାର ଆବଶ୍ୟକତା ରହିଛି ଅନ୍ୟକୁ ଭୟାବହ ବାବଦରେ କହିବାର ଅଛି।ଯେଉଁ କରୋନା ଭାଇରସ ପାଇଁ ଆଜି ସାରାବିଶ୍ଵ ଥର ହର ଯେଉଁଥିରେ କି ହଜାର ହଜାର ବ୍ୟକ୍ତିବିଶେଷ ମରି ସାରିଲେଣି ସେଇ ଭାଇରସର ଲକ୍ଷଣ ଆଉ ପ୍ରଭାବ ବାବଦରେ ଆମେମାନେ ଅବଗତ ହେବା ଦରକାର ଆଉ କେଉଁ ପରିସ୍ଥିତିରେ କି ଭଳି ଉପାୟରେ ଏହାର ବହୁଳ ସଂକ୍ରମଣ ହେଉଛି ତାହା ଜାଣି ସଚେତନ ହେବା ଦରକାର।ଜଣେ ସଚେତନ ନାଗରିକ ନିଜର ସଚେତନତା ବଳରେ ହିଁ ଏହି ରୋଗର ସଂକ୍ରମଣ ରୁ ନିଜକୁ ରକ୍ଷା କରି ପାରିବ।
ସାରା ଭାରତରେ ମୋଦିଜୀଙ୍କ ପ୍ରିୟ ବାର୍ତ୍ତାକୁ ଭୁରି ଭୁରି ପ୍ରଶଂସା କରା ଯାଉଛି ଆଉ ସେଇ ପଦକ୍ଷେପ ବଳରେ ଆମେମାନେ ନିଜକୁ ଅନ୍ତତଃ ଗୋହଳି ମୁକ୍ତତ କରି ପାରିବା ତା ଛଡା ଅନେକାଂଶରେ ସଂକ୍ରମଣରୁ ମଧ୍ୟ ରକି ପାରିବା।ସାଧାରଣତଃ 12ରୁ 14 ଘଂଟା ମଧ୍ୟରେ କରୋନା ଭାଇରସ ନଷ୍ଟ ହୋଇ ଯାଇଥାଏ।ଯଦି ସେତିକି ସମୟ ଆମେ ମାନେ କାହା ସଂସ୍ପର୍ଶରେ ନ ଆସିବା ତାହାଲେ ହୁଏତ ତାର ପ୍ରସାର ସେତେମାତ୍ରାରେ ହୋଇ ପାରିବ ନାହିଁ।ତେଣୁ ସର୍ବାଗ୍ରେ ଆମେ ସଚେତନତା ଅବଲମ୍ବନ କରିବା। ବିଦେଶାଗତଙ୍କ ଉପରେ ଯଥେଷ୍ଟ ଧ୍ୟାନ ଦେବା,ଯେପରି ସେମାନଙ୍କ ଦ୍ବାରା ଏହି ଭାଇରସ ଆମ ନିକଟକୁ ନ ଆସେ ସେଭଳି ପରିସ୍ଥିତିର ସାମାନ୍ୟ ଲକ୍ଷଣର ସତ୍ତା ମିଳିଲେ ତାଙ୍କୁ ଡାକ୍ତରଙ୍କ ପରାମର୍ଶ କରେଇବା ସହ ତାହାର ପରୀକ୍ଷା କରେଇ ନେବା।
ବିଶେଷ କରି ଦେଶର ବଡ଼ ବଡ଼ ସହର ଗୁଡିକୁ କିଛି ଦିନ ପାଇଁ ଜନଗହଳିରୁ ମୁକ୍ତ କରିବା ସମସ୍ତ ଟ୍ରେନ ଚଳାଚଳ ବ୍ୟବସ୍ଥାକୁ ବନ୍ଦ କରିବା,ବାହ୍ୟ ରାଜ୍ୟ ବା ଦେଶ ସହ ସମ୍ପର୍କକୁ କିଛି ମାସ ପାଇଁ ବନ୍ଦ କରି ଦେବା।
ଅତି ଜରୁରୀ ହେଲେ ମାସ୍କ ଲଗାଇ ବାହାରକୁ ଯିବା ଆଉ ପ୍ରତି ଚାରି ଘଣ୍ଟା ରେ ମାସ୍କ ବଦଳାଇବା। କାଶୀଲା,ଛିଙ୍କିଲା ବା ହାଇ ମାରିବା ସମୟରେ ମୁହିଁ ରେ ରୁମାଲ ବ୍ୟବହାର କରିବା ବା ଟିସୁ ପେପର। ଯେମିତି ଥଣ୍ଡା କାଶ ନ ହୁଏ ସେଥି ପ୍ରତି ଯତ୍ନବାନ ହେବା।ବାହାରକୁ ଗଲେ ବା କୌଣସି ଜିନିଷ ଛୁଇଁଲେ ହାତ ଗୋଡ଼କୁ ଭଲ ଭାବରେ ସାବୁନ,ଡେଟଲରେ ଧୋଇବା ବିଶେଷବ କରି ଖାଇବା ପୂର୍ବରୁ ଓ ପରେ। ଶୌଚ ହେଲା ପରେ ହାତକୁ ସାବୁନରେ ଧୋଇବାକୁ ଭୁଲିବା ନାହିଁ। ନିଜ toilet ର ଉପଯୁକ୍ତ ରକ୍ଷଣା ବେକ୍ଷଣା କରିବା ସବୁବେଳେ ପରିଷ୍କାର ପରିଛନ୍ନ ରଖିବା ସହିତ ଫିନାଇଲ ଛିଞ୍ଚନ କରିବା,ବାରମ୍ବାର ପାଣି ଦେଇ ଧୋଇବା। ଆଉ ଶୌଚାଳୟ ରେ ସାବୁନ,ଡେଟଲ ମହଜୁଦ କରି ରଖିବା।
ଜଣେ ସଚେତନ ନାଗରିକ ହିସାବରେ ଅନ୍ୟକୁ ସଚେତନ କରେଇବା ଆଉ କରୋନା ଭାଇରସ ଠାରୁ ନିଜ ମୂଲ୍ୟବାନ ଜୀବନକୁ ବଞ୍ଚେଇବା।
ଜନ ହିତରେ ଜାରି.. ସଚେତନତାରେ ଜାରି.....
ସଚେତନ ହୁଅ କରୋନାଠାରୁ ଦୂରେଇ ଯାଅ....
କରୋନା ଭାଇରସ ବଡ଼ ଭୟଙ୍କର
ଅଚିରେ ନେବ ଜୀବନ ଆମର....
ଆସ ଆମେ ଏକ ହେବା
ବିଜ୍ଞାପନ ବାର୍ତ୍ତା ମାନି ଚଳିବା
କରୋନାକୁ ଆମେ ତୋଡିବା...