STORYMIRROR

Ajay kumar Behera

Abstract

2  

Ajay kumar Behera

Abstract

"ବଢ଼ିଲା ଝିଅର"

"ବଢ଼ିଲା ଝିଅର"

1 min
375

ବାପ ଯାଏ ଭାଟି

ନିତି ସକାଳରୁ ସଞ୍ଜ ଯାଏ

ମାଆ ଲୁହ ପିଇ

ଫେରିବା ବାଟକୁ ଚାହିଁ ଥାଏ


ବଢ଼ିଲା ଝିଅର

ମନ କଥା ଭାବି ମାଆ ପରା

କାନ୍ଦି ମରୁ ଥାଏ

ତା ପରି ଆଉ ହେବସେ କିଏ


ବାପ ବୁଝେ ନାହିଁ

ଭଲ ମନ୍ଦ କିଛି କଥା ସିଏ

ଘର କଥା ନେଇ

ମହାଭାରତ ସେ କରୁଥାଏ


ମାଡ଼ ପିଟ କରେ

ଭଲମନ୍ଦ କିଛି ବୁଝେ କାହିଁ

ଥିଲା କି ନ ଥିଲା

କିଛି କଥା ସିଏ ବୁଝେ ନାହିଁ


ଘରୁ ଚୋରି କରି

ଭାଟିରେ ବିକଇ ନିତି ସିଏ

ସାଇତା ଧନକୁ

ଭାଟିରେ ନେଇକି ଦେଇ ଦିଏ


ପ୍ରତିବାଦ କଲେ

କାହା କଥା କି ଶୁଣୁଛି ସିଏ

ନିଶା ପାଣି ସେତ

ଆପଣା ଆପଣା ଲାଗୁ ଥାଏ


ଛିଣ୍ଡା ପଣତରେ

ଦିନ ଯାଏ ବିତି କି ଦୁଃଖରେ

ଏକଥା କୁ ପୁଣି

ପତି ସହଜେ ବୁଝି ନ ପାରେ


ମାଘୁଆ ମାସରେ

ବାଘୁଆ ଶୀତରେ ଦେହ ଥରେ

ଉପବାସେ ଝିଅ

ରାତି ଅଧେ ଘରେ କାନ୍ଦି ମରେ


ଭାଗ୍ୟକୁ ନିନ୍ଦିଲେ

କି ଲାଭ ହୋଇବ କୁହ 

ନିଜ ଲୋକ ଯଦି

ବୁଝେ ନାହିଁ ଥରେ ଆଖି ଲୁହ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract