ମୁଁ ଖୁସି ଖୁସିରେ ମରି ପାରିବି
ମୁଁ ଖୁସି ଖୁସିରେ ମରି ପାରିବି


ତୋ ଦେଇପାଠଶାଠ କିଛି ହେଲା ନାହିଁ,ପଢ଼ା ବେଳେ ଆ ଘର,ତା ଘର ନିତି ବାର ଦ୍ୱାର ହେଇ ବୁଲିଲୁ।ବାତରାମି କରି କୁସଙ୍ଗରେ ପଡ଼ି ନିଜର ବୁଦ୍ଧି, ବିବେକ ଭ୍ରଷ୍ଟ କଲୁ।ସବୁ ତୋ ବୁଢା ବାପଟା ସହିଲା ଆଉ କି ବଳ ବୟସ ଆସୁଛି,ରୋଗୀଣା ମାଆ ଇଆଡ଼େ ତାର ସେବା
ପୁଣି ଘର କାମ ଏକୁଟିଆ କେତେ କରିବି।କାମଦାମ ନ ଗଲେ କଣ ଦ୍ବି ପଇସା ଆସିବ,ନ ହେଲେ ଭୋକ ଉପବାସରେ ଆମେ ରହିବା।ଚାଲିବାକୁ ବଳ ପାଉନି କି ମନରେ ଆଉ ସେ ସାହସ ବି ନାହିଁ କଠିନ ପରିଶ୍ରମ କରି ଘର ଚଳେଇବାକୁ।ଆଖିକୁ ବି ଭଲ ଦିଶୁନି।ସତରେ ତୋତେ କଣ କିଛି ଦିଶୁନି ନା ଦିଶି ବି ଆଖି ବୁଜି ରହି ଯାଉଛୁରେ।ବୁଢା ବାପାଟାକୁ ଥରେ ଚାହାଁ ମନ କୁ ପଚାର କଣ ଏବେ ବି ତୁ କିଛି ଗୋଟେ କରି ଘର ଚଲେଇବା କଥା ଭାବ।
ଛୋଟ ବେଳରୁ ପର ଘରେ କାମ କରି କରି ଆଉ କେଇ ଦିନ ଗଲେ ମଶାଣିରେ ମୋ ଶେଷ ଦିନ ହେବ।ବାବୁରେ ମୋ କଥା ଛାଡ ମୁଁ ତ ପାଚିଲା ପତର କେତେ ବେଳେ ବି ଝଡି ଯିବି ଆଉ ତୋ ମାଆ ବଞ୍ଚିବି ମରିବା ସହ ସମାନ।ଯାହାର ହାତ ଗୋଡ଼ କାମ କରେନି ସେ ବା କୋଉ କାମକୁ କହିଲୁ ଦେଖି।ହେଲେ ଏତେ ବଡ଼ ଦୁନିଆରେ ଆମେ ବୁଢା ବୁଢ଼ି ଦୁଇଟା ଚାଲିଗଲା ପରେ ତୁ ପୁରା ଏକୁଟିଆ ହେଇ ଯିବୁନା।ଯଦି ଘର କରଣା ଜାଣି ନ ଯିବୁ ତେବେ ତୁ ଏକୁଟିଆ କେମିତି ବଞ୍ଚିବୁ, କେମିତି ଚଳିବୁ।କେମିତି ଅନ୍ୟ ସହ ଚଳିବୁରେ ଟିକିଏ ଥରେ ଭାବେ।ଆଜି ସିନା ତୋ ବାପା ଅଛି ସବୁ ଚଳେଇ ନେଉଛି,ହେଲେ କାଲି!ଆଉ କଣ ସେ ଦିନ ଥିବ ନା ଆସିବ ଥରୁଟିଏ ଚିନ୍ତା କର।ଧନରେ ଛୋଟ ଛୁଆଁଙ୍କୁ ଅବାଟରେ ଗଲେ ଶାସନ କରାଯାଏ।ଛାଟ ମାରି ବାଟକୁ ଅଣାଯାଏ।ହେଲେ କଣ ତୋର ସେ ବୟସ ଆଉ ଅଛି।ତୋତେ ତ ବାସ ମୋର ଦ୍ବି ପଦ କଥା କହି ବଞ୍ଚିବାର ମନ୍ତ୍ର ଶିଖେଇ ଦେଇ ସଂସାର ଛାଡିବାର ଅଛି।ମୋର ସମୟ ହେଇ ଆସିଲାଣି ଆଗକୁ ତୋତେ ମୋ ଦାୟିତ୍ୱ ନେବାର ଅଛି ଆଉ ବଢିବାର ଅଛି।ଜୀବନରେ ଦୁଃଖରେ କେବେ ଭାଙ୍ଗି ଯିବୁ ନାହିଁ କି ସୁଖରେ ଭାବ ବିହ୍ଵଳିତ ହେବୁ ନାହିଁ।ଧୈର୍ଯ୍ୟର ସହ କାମ କଲେ ସଫଳତା ନିଶ୍ଚିତ ମିଳିବ।
ଏଇ କଥା ଆଗରୁ ବି କହୁ ଥିଲି ଆଉ ଏବେ ବି ବାସ ଫରକ ଏତିକି ସେଦିନ ଆଉ ଆଜିର ଦିନରେ ଆକାଶ ପାତାଳ ଫରକ।ଏବେ ଦାୟିତ୍ୱ ନେବାର ବେଳ।ଆଉ ସେ ପିଲାଳିଆମୀ ଚଳିବ ନାହିଁ।ନିଜକୁ ନିଜେ ଗୋଡ଼ରେ ଛିଡା ହେବାକୁ ପଡ଼ିବ ଆଉ ପ୍ରତ୍ୟେକ ସ୍ଥିତିକୁ ମୁକାବିଲା କରିବାକୁ ପଡ଼ିବ। ଜୀବନ ରଥକୁ ଆଗକୁ ନେବାକୁ ପଡିବ।ବାସ ଏତିକି ଟିକିଏ କଥା ମାନି ପାରିଲେ ମୁଁ ଖୁସି ଖୁସିରେ ମରି ପାରିବି।