Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Ajay kumar Behera

Classics

3.3  

Ajay kumar Behera

Classics

"ମୁଁ ବେଶ୍ୟା ନୁହେଁ"

"ମୁଁ ବେଶ୍ୟା ନୁହେଁ"

4 mins
567


ମାଆ ମାଆ ଏ ମାଆ ଆମ ଭାଗ୍ୟରେ କଣ ଖାଲି ଦୁଃଖ ଆଉ ଦୁଃଖ ଆମେ କଣ ସମାଜର ମୁଖ୍ୟସ୍ରୋତରେ ସାମିଲ ହେଇ ପାରିବୁନି।ବାପା ଥିଲେ ମୁଁ ତାଙ୍କର ଗେଲ୍ଲୀ ପରି ଥିଲି,ମନ ଖୋଲି ହସୁ ଥିଲି ଆଉ ଯାହା କହୁଥିଲି ସେ ସଙ୍ଗେ ସଙ୍ଗେ ମୋ ହାତ ପାହାନ୍ତାରେ ଧରେଇ ଦେଉଥିଲେ ହେଲେ ଆଜି ସେ ଦିନ ନାହିଁ କି ସେଇ ଖୁସିବି ନାହିଁ।ଭଗବାନ କାହିଁକି ଏତେ ନିଷ୍ଠୁର ସାଜିଲେ ଆମ ଖୁସି ପରିବାରରେ ଅମାବାସ୍ୟା ର କଳା ଅନ୍ଧାକାର ଛାଇ ଗଲା।

ବାପା ମୋର ଭାରି ସ୍ନେହୀ ଆଉ ଆଦର୍ଶବାଦୀ ମଣିଷ ପରି ମଣିଷ ଟିଏ ଥିଲେ କେବେ କାହାକୁ ମୋର ବୋଲି କହନ୍ତି ନାହିଁ କି ବଡ଼ ପାଟିରେ ପଦେ ଲାଲି ଆଖି ଦେଖେଇ ଇଙ୍ଗିତ କରି ବି କହନ୍ତି ନାହିଁ।

     ଆଜିକୁ ଠିକ ବାରବର୍ଷ ତଳେ ଆଜିର ଏଇ ଶ୍ୟାମା କାଳୀ ଅମାବାସ୍ୟାର ଘୋର ଅନ୍ଧାକାର ଭିତରେ ଆଦରଣୀୟ ବାପା ମାଆକୁ ଆଉ ମୋତେ ସବୁଦିନ ପାଇଁ ଏକୁଟିଆ କରି ଛାଡି ଚାଲିଯାଇ ଥିଲେ।ସେଇ ଦିନଠୁ ଆମେ ମାଆ ଝିଅ ଦୁହେଁ ବେସହରା ହୋଇ ଗଲୁ ଏତେ ବଡ଼ ଦୁନିଆରେ ମୁଣ୍ଡଟିକିଏ ଗୁଞ୍ଜିବାକୁ ଆମେ ବାର ଦ୍ୱାର ହୋଇ ବୁଲିଲୁ।ଭୋକ ଉପବାସରେ କେତେ ରାତି କଟିଛି ଆଖି ଲୁହ ପିଇ ପିଇ ତାର ହିସାବ ନାହିଁ।ଲୋକଙ୍କ ଲୋଲୁପ ଦୃଷ୍ଟି ମୋ ମାଆଙ୍କ ଉପରେ ଯେତିକି ପଡୁଥାଏ ମୋ ଉପରେ ତାଠୁ ବେଶି।ମାଂସ ଲୋଭୀ ନର ତାର କୁ ଦୃଷ୍ଟିରେ ମାଆ ମୋର ତୋଳି ତଳାନ୍ତ ହୋଇ ପଡୁଥିଲା, ବାର ଦ୍ୱାର ଯାଇ କାମ ପାଇଟି ନ କଲେ ଆମକୁ ଗୋଣ୍ଡେ ଖାଇବାକୁ ଖଣ୍ଡେ ପିନ୍ଧିବାକୁ ମିଳୁନଥିଲା।ବାଧ୍ୟତାମୂଳକ ମାଆ ମୋର ସବୁ କିଛି ସହି ଯାଉଥିଲା କାହାକୁ କିଛି ପ୍ରତିଉତ୍ତର ଦେବାର ସାହସ ବି ତାର ନ ଥିଲା।ମୁଣ୍ଡ ଉପରେ ଛତା ନ ଥିଲେ ସତରେ ଖରା,ବର୍ଷା,କାକର ଖାଇ ରହିବାକୁ ପଡ଼େ।ଠିକ ସେହି ପରି ମୋ ମାଆର ଅବସ୍ଥା।ଅନେକ ଲୋକଙ୍କ ଟାହି ଟାପରା କେତେ ବା ସହିବ।କିଏ କହେ ହେଇ ଦେଖ ବେ ମୋ ମାଲ ଆସି ଗଲା ଆଜି ଜମେଇ କି ଖେଳ ହେବ, କିଏ କହେ ଇଏ ମୋର ଖୋଦ ନିଜ ଘାଟର ପୁଣି କିଏ କହେ ଆଜି ୟା ସହ ମୋ ବାସର ରାତି ମନେଇବି ପୁଣି କୁହେ ଇଏ ହିଁ ମୋ ଦେହର ଭୋକ ଠିକ ମେଣ୍ଟେଇ ପାରିବ।ଏତେ ସବୁ କଥା ଶୁଣି ଶୁଣି ମୋ ମାଆ ଗମ୍ଭୀର ଆଉ ବଧିର ପାଲଟି ଯାଇ ଥିଲା ଜୀବନ୍ତ କିନ୍ତୁ ଜଡ଼ ସଦୃଶ ସବୁ ଥାଇ ସେ ନିଶ୍ୱ ପାଲଟି ଯାଇ ଥିଲା ଖାଲି ମୋରି

ମୁହଁ କୁ ଚାହିଁ।

    କଲିକତାର ଏଡ଼େ ବଡ଼ ସହର ଭିତରେ ଆମେ ପୁରା ଏକୁଟିଆ ହୋଇ ଯାଇ ଥିଲୁ ଆହା ପଦେ କହିବାକୁ କେହି ନ ଥିଲେ କି ସାହା ଟିକେ ହେବାକୁ କେହି ନ ଥିଲେ।ଭଗବାନ ସତେ 

ଆମ ପାଇଁ ନିଷ୍ଠୁର ଥିଲେ।ଯବାନି ବୟସରେ ମାଆ ମୋର

କିଛି ଉପାୟ ନ ପାଇ ସଇତାନ ର ଲୋଲୁପ ଦୃଷ୍ଟିରେ ଶିକାର ହେଲା ଆଉ ଦିନ କେଇଟାରେ

ସେ ରାଣୀ ମହୁମାଛି ପାଲଟି ଗଲା।ସିଏ ବା ଆଉ କଣ କରି ପାରି ଥାଆନ୍ତା ସମାଜ ତାକୁ ସେଇ ଘୃଣ୍ୟ ପଥରେ ଛିଡା କରେଇବାକୁ ବାଧ୍ୟ କଲା।ଏହା ଛଡା ତା ପାଖରେ ଆଉ କିଛି ବି ଅନ୍ୟଥା ଉପାୟ ମଧ୍ୟ ନ ଥିଲା।ଭଲ ହୋଇ ଲୋକ ଲୋଚନରେ ଖରାପ ଆଖ୍ୟା ସବୁବେଳେ ଖରାପ ହୋଇ ଥାଏ ଠିକ ସେଇଆ ହେଲା ମୋ ମାଆଙ୍କ ସାଥିରେ।

     ଦିନ କେଇଟା ଭିତରେ ଆମର ଅବସ୍ଥାରେ ଉନ୍ନତି ହେବାକୁ ଲାଗିଲା ମାଆ ମୋର ସହର ସାରା ପରିଚିତ ହୋଇ ଗଲା କେତେ ଲୋକଙ୍କର ଆମ ଘରକୁ ଆତ ଜାତ ଲାଗି ରହିଲା।ଦେଖୁ ଦେଖୁ ଆମର ଧୀରେ ଧୀରେ ଉନ୍ନତି ହେବାକୁ ଲାଗିଲା।ସବୁ ଦିନ ମାଆ ମୋର ରଙ୍ଗ ବେରଙ୍ଗୀ ଶାଢୀରେ ସଜେଇ ହେଇ କାମୁକମାନଙ୍କର

ଉପଭୋଗ୍ୟ ପାଲଟି ଯାଉ ଥାଏ।ପଛ କଥା ସବୁ ଧୀରେ ଧୀରେ ମନରୁ ତାର ଲିଭି ଗଲା।ତାଛଡା ସେଇ ପୁରୁଣା କଥା କୁ ବି ଦୋହରେଇ ଲାଭ କଣ।ଦୁଃଖ ଅନୁତାପ ଛଡା ଆଉ ଅଧିକ କିଛି ମିଳିବନି।ତେଣୁ ତାର ସେଇଆ ନ ଭାବିବା ହିଁ ଭଲ।

     ମଣିଷ ଜୀବନରେ ଦୁଇଟି ଦିନ ଆସେ କିଛି ସୁଖ ଆଉ କିଛି ଦୁଃଖ।ସୁଖରେ ଆତ୍ମବିଭର ହୁଏ ଆଉ ଦୁଃଖରେ ଭାଙ୍ଗି ପଡେ।କିନ୍ତୁ ଦୁଃଖରେ ଯିଏ ଭାଙ୍ଗି ପଡେ

ସିଏ ଉପରକୁ ଉଠି ପାରେ ନା।ସୁଖରେ ଯିଏ ଆତ୍ମବିଭର ହୁଏ ସେ ଅଧଃମୁଖୀ ଅବଶ୍ୟ ହୁଏ।

    ଠିକ ସେମିତି ଦେଖୁ ଦେଖୁ

ପାଞ୍ଚ ବର୍ଷ ବିତି ଗଲା ମୋର ବି ଭରା ଯୌବନ ଯିଏ ଥର ଦେଖେ ଦେଖିବାକୁ ରହି ଯାଏ।ମୋ ମାଆଙ୍କଠୁ ମୋର ଆକର୍ଷଣୀୟ ଚେହେରା ଅଧିକ ରହିଲା।ସବୁ ବେଳେ ମୋ ଉପରେ ମାଂସ ଲୋଭୀ ନର ରାକ୍ଷସଙ୍କ ନଜର

ପଡିଲା।ସେତେବେଳକୁ ମୁଁ କଲେଜରେ ପଢୁ ଥାଏ।ଅନ୍ୟ ସାଙ୍ଗ ସାଥି ମାନେ ମୋତେ ଅନେକ ଆକ୍ଷେପ କରି ନାନା କଟୁକ୍ତି କହନ୍ତି ହେଇ ଦେଖ ବେଶ୍ୟାର ଝିଅ ଆଇଲା ଇଏ ଦୁଇ ନମ୍ବର।ଏମାନେ କେବଳ ଅନ୍ୟର ଉପଭୋଗର ପାତ୍ର।ଏମାନେତ ଲେଟ୍ରିନର ଜୋତା ଯିଏ ଆସିବ ପିନ୍ଧି ଭିତରକୁ ଯିବ ଆଉ ଖୋଲି ପୁଣି ରଖି ଦେଇ ଆସିବ।ଏମାନଙ୍କର ନା ଜମି ନା ପଟା ଅଛି।

     ଏତେ କଥା ଶୁଣି ଶୁନି ମୋର ମୁଣ୍ଡ ବ୍ୟଥା ହେଇ ଯାଏ।କାହାକୁ କିଛି କହିବାର ସାହସ ବି ନ ଥାଏ।ଆଖି ଦେଖା ଜିନିଷକୁ କଣ କେହି କେବେ ଅବିଶ୍ୱାସ କରି ରହି ପାରେ ଠିକ ସେଇ ପରି ସେମାନେ ଯାହା ଦେଖିଛନ୍ତି,ଜାଣିଛନ୍ତି, ଶୁଣିଛନ୍ତି କହିବେ ନା,କହିବା ଲୋକକୁ କଣ ବାରଣ କରି ହେବ ନା ନଈ ର ସୁଅ କୁ ଅଟକେଇ ହେବ।

    ମୋର ଆଚରଣ କିନ୍ତୁ ସାମାନ୍ୟ ଅଲଗା ଥିଲା ମୁଁ ଚାହୁଁଥିଲି ମୁଁ ବେଶ୍ୟା ହୋଇ ନୁହେଁ ବରଂ ଜଣେ ମାଆର

ଉତ୍ତମ ଚରିତ୍ରା ସୁ କନ୍ୟାଟିଏ ହୋଇ ମଥାରେ ଓଢଣା ଦେଇ ସିଂଥିରେ ସିନ୍ଦୁର ନାଇ, ପାଦରେ ଅଳତା ପିନ୍ଧି ଲାଜେ ଲାଜେ ଧୀର ଚାଲିରେ ଶାଶୁ ଘରକୁ ହସି ହସି ଭେରି,ତୂରୀ,ମହୁରୀ, ବାଜାର ତାଳେ ତାଳେ ଆଲୋକର ରସଣିରେ ଯିବି। ସ୍ନେହ,ଶ୍ରୋଦ୍ଧା,ଭକ୍ତି,ଆଦରରେ ସଭିଙ୍କୁ ବାନ୍ଧି ରଖିବି।ଗୋଟେ ପରିବାର ଛାଡି ଆଉ ଗୋଟେ ପରିବାରକୁ ଗୋଟାପଣେ ନିଜର କରିବି।ସିଏ ହେବ ମୋ ସ୍ୱର୍ଗ ମୋ ଅମରାବତୀ, ମୋ ସ୍ୱାମୀ ମୋ ଦେବତା ଆଉ ଶାଶୁ ଶଶୁର ମୋର ସବୁକିଛି ନିଜର।

   ମୋ ଭାବନା ଭାବନାରେ ରହି ଗଲା ମୁଁ ଦେଖଗିଥିବା ସ୍ୱପ୍ନ ସ୍ୱପ୍ନରେ ରହି ଗଲା।ବିବାହର ଦ୍ୱିତୀୟ ବର୍ଷରେ ମୁଁ ଆଖ୍ୟାୟିତ ହେଲି ବେଶ୍ୟାର ଝିଅ ଆଉ ଅଣବାପୁଆ ବେଶ୍ୟା ଓ ଚରିତ୍ରହୀନା।ପାଠକେ ବିଚାର କରିବେ ମଣିଷ କଣ ପାଇଁ ବଦଳେ ଆଉ ବଦଳିବା ପଛରେ ସମୟ,ପରିସ୍ଥିତି ଦାୟୀ ନୁହେଁ ତ ।ତଥାପି ଆମେ କାହିଁକି ନୀରିହ, ସରଳ ଆଦରଣୀୟ ପ୍ରତିଭାବତୀ କୁ ଖରାପ ଆଖ୍ୟାୟିତ କରି ତାଙ୍କ ଚରିତ୍ର ଉପରେ ପ୍ରଶ୍ନବାଚୀ ଆଣିବା ତାଙ୍କୁ କାହିଁକି ସମାଜର ତଳ ସ୍ଥାନରେ ରଖିବା ନିଜେ ଆପଣମାନେ ହିଁ ବିଚାର କରନ୍ତୁ।ଆଉ ସୁ ମତାମତ ଦିଅନ୍ତୁ।ଏମିତି ଆଉ କେତେ ଦିନ ଚାଲିବ କୁହନ୍ତୁ ହେ ପାଠକେ।



Rate this content
Log in

More oriya story from Ajay kumar Behera

Similar oriya story from Classics