Priyaranjan Biswal

Comedy Horror

5.0  

Priyaranjan Biswal

Comedy Horror

ତିନି ବନ୍ଧୁ ଓ ଭୂତୁଣୀ ବୁଢି

ତିନି ବନ୍ଧୁ ଓ ଭୂତୁଣୀ ବୁଢି

3 mins
242


ରତନପୁର ପଞ୍ଚାୟତର ରତନପୁର ଓ କୃଷ୍ଣପୁର ନାମରେ ଦୁଇଟି ଗାଁ ଥିଲା । ଉଭୟ ଗାଁ ମଧ୍ଯରେ ଦୂରତା ପ୍ରାୟ ଚାରି କି.ମି ହେବ । ରତନପୁରରେ ବିନୁ ରହୁଥିଲା, ଯିଏ ଚାକିରି ଅନ୍ୱେଷଣରେ ଦିନ କାଟୁଥିଲା ଓ ଟିଉସନ କରି ନଜର ଗୁଜୁରାଣ ମେଣ୍ଟାଉଥିଲା । କୃଷ୍ଣପୁରରେ ଶରତ ଓ ସଞ୍ଜୟ ରହୁଥିଲେ । ଶରତ ଭାରତୀୟ ସେନାବାହିନୀରେ କର୍ଯରତ ଥିଲା ଆଉ ସଞ୍ଜୟ ବ୍ଯବସାୟ କରୁଥିଲା । ତିନିଜଣଯାକ ଅତି ଘନିଷ୍ଠ ବନ୍ଧୁ ଥିଲେ ।


ଶରତ ଛୁଟିରେ ଘରକୁ ଆସିଲେ ସବୁଦିନ ଉପରବେଳା ବିନୁ ନିଜ ସ୍କୁଟି ଧରି ପହଁଞ୍ଚି ଯାଏ କୃଷ୍ଣପୁର ଗାଁରେ, ଆଉ ତିନିବନ୍ଧୁ ବସି ଯାଆନ୍ତି ଗପକରିବାକୁ । ବାଇକ୍ ଧରି ବୁଲିବାକୁ ତିନିବନ୍ଧୁ ବହୁତ୍ ପସନ୍ଦ କରନ୍ତି । ତେଣୁ ଅଧିକାଂଶ ସମୟ ବାଇକ୍ ଧରି ବୁଲିବାକୁ ମଧ୍ଯ ଯାଆନ୍ତି । ଦିନେ ସନ୍ଧ୍ଯବେଳେ ତିନି ବନ୍ଧୁ ବସି ଗପ କରୁ ହଠାତ୍ ଶରତ କହିଲା ଚାଲ ଆଜି ଟିକିଏ କେଶରପୁର ଯିବା । କେଶରପୁର କୃଷ୍ଣପୁର ଠାରୁପାଖାପାଖି ଚାଳିଶି ରୁ ପଇଁଚାଳିଶ କି.ମି ହେବ ଏବଂ ଏହା ସେଇ ଅଞ୍ଚଳର ସବୁଠାରୁ ବଡ ବଜାର । ତିନି ବନ୍ଧୁ ବିନୁର ସ୍କୁଟି ଧରି ପହଞ୍ଚିଲେ କେଶରପୁରରେ ଥିବା ଶରତର ପିଲା ଦିନର ବନ୍ଧୁ ଗଗନ ପାଖରେ । ଯିଏ ଶରତ ସହ ଗୋଟିଏ ବିଦ୍ଯାଳୟରେ ପଢୁଥିଲା । ତାଙ୍କ ଘର ରତନପୁରରେ କିନ୍ତୁ ଅନେକ ଦିନ ତଳେ ତାଙ୍କ ପରିବାର କୃଷ୍ଣପୁରରେ ବାସ କରୁଛନ୍ତି । ତାପରେ ଚାରିଜଣଯାକ ମିଶି ବାହାରିଲେ ବଜାରକୁ ଶୁଖିଲା ଖଜୁରୀକୋଳି ଡବା ଖୋଜିବାକୁ, କିନ୍ତୁ କଉଠି ବି ନପାଇ ନିରାଶ ହୋଇ ତିନିବନ୍ଧୁ ବାହାରିଲେ ଘରକୁ ଫେରିବା ପାଇଁ ।


ଗଗନ ମଧ୍ଯ ସେମାନଙ୍କ ସହ ବାହାରିଲା ଗାଁକୁ ଆସିବା ପାଇଁ । ଗୋଟିଏ ହୋଟେଲରେ ଖାଦ୍ଯଖାଇ ଘରକୁ ଆସିବା ବାଟରେ ଗଗନ ବାଇକ୍ ରୁ ତେଲ ସରିଗଲା । ଆଖପାଖରେ ଗୋଟିଏବି ପେଟ୍ରୋଲ ପମ୍ପ ନଥାଏ । ଟଣାଟଣି ହୋଇ ବହୁ କଷ୍ଟରେ ଗୋଟିଏ ପେଟ୍ରୋଲ ପମ୍ପ ନିକଟରେ ପହଞ୍ଚିଲେ କିନ୍ତୁ ସେଇଟା ବି ସେତେବେଳକୁ ବନ୍ଦ ହୋଇଯାଇଥାଏ । ବହୁ କଷ୍ଟରେ ସେଠାରେ ପେଟ୍ରୋଲ ପକାଇ ଗୃହ ଅଭିମୁଖେ ଆଗେଇଲେ ସବୁ । ସେତେବେଳକୁ ସମସ୍ତଙ୍କ ଘରଲୋକ ବାରମ୍ବାର କଲ କରିବାରେ ବ୍ଯସ୍ତ । କିଛିବାଟ ଆସିବା ପରେ ସଞ୍ଜୟ କହିଲା ବିନୁ ଭାଇ ତୁମେ ଆଜି ଆମ ଗାଁରେ ରହିଯାଅ । ଗାଁରେ ପହଞ୍ଚୁ ପହଞ୍ଚୁ ସାଢେ ଏଗାରଟା ହୋଇଯିବ । ରାତି ଏଗାର ପରେ ଆମ ଗାଁ ଠାରୁ ତୁମ ଗାଁ ମଧ୍ଯରେ ଗୋଟେ ଭୂତୁଣୀ ବୁଢି ବାହାରି ରାସ୍ତାରେ ଗାଡିବାଲାଙ୍କୁ ଲିଫ୍ଟ୍ ମାଗିକି ହଇରାଣ କରୁଛି । କିଛିଦିନ ତଳେ ଆମ ଗାଁର ଗୋଟିଏ ପିଲାକୁ ଏମିତି ହଇରାଣ କଲା ଯେ ସିଏ ଗାଁ ଛକରେ ଚେତା ଶୂନ୍ଯ ହୋଇ ପଡିଗଲା । ଶରତ କହିଲା କହନିରେ ସେଦିନର କଥା, ମୋ ଲୋମ ମୂଳ ଟାଙ୍କୁରି ଉଠୁଛି । କୃଷ୍ଣପୁରରେ ପହଞ୍ଚିବା ପରେ ଶରତ,ସଞ୍ଜୟ ,ଗଗନ ନିଜ ନିଜ ଘରକୁ ଗଲେ । ବିନୁ କିନ୍ତୁ ନିଜ ଗାଁକୁ ପଳେଇବାକୁ ବାହାରିଲା ।


ରାତି ପ୍ରାୟ ୧୧:୩୦ ହେବ । କିଛିବାଟ ଗଲାପରେ ହଠାତ୍ ବିନୁକୁ ଲାଗିଲା ଯେମିତି ରାସ୍ତା କଡରେ ଧଳା ଲୁଗା ପିନ୍ଧି କେହି ଜଣେ ଠିଆ ହୋଇଛି । ବିନୁର ସଞ୍ଜୟ ଓ ଶରତ କହିଥିବା ଭୂତୁଣୀ ବୁଢି କଥା ମନେପଡିଗଲା । ଡରରେ ତାର ସରମ ଝାଳ ବୋହିଗଲା । ଗାଡିକୁ କିଛିଦୂର ପିଛାରେ ରଖି ରାସ୍ତାରେ ଛିଡା ହେଲା । ମନରେ ସାହସ ବାନ୍ଧି ଆଗକୁ ଯିବାକୁ ଚିନ୍ତା କଲା । ଗାଡି ସ୍ଟାର୍ଟ କରି ଆଉ ଟିକିଏ ନିକଟକୁ ଯାଇ ଗାଡିର ହେଡଲାଇଟ କୁ ସେଇ ରାସ୍ତା କଡରେ ଠିଆ ହୋଇଥିବା ଲୋକ ଉପରେ ପକାଇଲା କିନ୍ତୁ ସେଠି କେହି ନଥିଲେ । ପୁଣି ଲାଇଟ୍ ଲିଭିଗଲେ କେହିଜଣେ ଠିଆ ହୋଇଥିବା ପରି ଲାଗେ । କିନ୍ତୁ ଏଇଟା କେମିତି ସମ୍ଭବ? ପାଖକୁ ଯାଇ ଦେଖିବାକୁ ନିଷ୍ପତି କରି ପାଖକୁଗଲା ଆଉ ମନେ ମନେ ହସିବାକୁ ଲାଗିଲା କାରଣ ସେଠାରେ କେହି ଭୂତୁଣୀ ବୁଢି ନଥିଲେ ବରଂ ଥିଲା ଏକ ପୁରୁଣା ଟେଲିଫୋନ ଖୁଣ୍ଟି । ଯାହାକୁ ଜହ୍ନର କିରଣ ଓ ପାଖରେ ଥିବା ଗଛର ଛାଇ ମିଶି ଭୂତୁଣୀ ବୁଢି ର ଆକୃତି ଦେଇଥିଲେ ।


ମନୋବିଜ୍ଞାନ ଅନୁଯାଇ ଆମ ମଷ୍ତିସ୍କର ଏକ ଅଂଶ ଆମ ଚିନ୍ତାଧାରା ଅନୁସାରେ ପ୍ରତିଛବି ତିଆରି କରିଥାଏ । ରାତିରେ ଏକୁଟିଆ ନିଛାଟିଆ ରାସ୍ତାରେ ଗଲାବେଳେ ଅଧିକାଂଶ ସମୟରେ ଲୋକମାନେ ଭୂତ କଥା ଚିନ୍ତା କରନ୍ତି ତେଣୁ ଏହା ତାଙ୍କ ମଷ୍ତିସ୍କର ଭ୍ରମ ଛଡା ଆଉକିଛି ନୁହେଁ । ବାକି ରହିଲା ବଭିନ୍ନ ଲୋକ କହୁଥିବା ଭୂତୁଣୀ ବୁଢିର କାହାଣୀ, ତିନି ତୁଣ୍ଡରେ ଛେଳି କୁକୁର ଆଉ ତୁଣ୍ଡ ବାଇଦ ସହସ୍ର କୋଶ ଲୋକ କଥାଭଳି ଏଗୁଡିକ ମଧ୍ଯ କପୋତକଳ୍ପିତ । ତା ପରଦିନ ଦିନରେ ବିନୁ ସେଇ ଖୁଣ୍ଟିରେ ରିଫ୍ଲେକଟର ପ୍ଲଟ୍ ଲଗାଇଦେଲା । ସେହିଦିନ ଠାରୁ ସେ ରାସ୍ତାରେ ଆଉ କେହି କେବେ ଭୂତୁଣୀ ବୁଢିକୁ ଦେଖି ନାହାଁନ୍ତି ।



Rate this content
Log in

Similar oriya story from Comedy