Nityananda Sahu

Drama Tragedy Inspirational

3.5  

Nityananda Sahu

Drama Tragedy Inspirational

ସୁନା ବୋହୂ ଶେଷ ଅଧ୍ୟାୟ

ସୁନା ବୋହୂ ଶେଷ ଅଧ୍ୟାୟ

7 mins
231


(ଶେଷ ଅଧ୍ୟାୟ)


【ଭାଗ-୩୩】


【 ପୂର୍ଵ ଭାଗରେ ଆପଣ ମାନେ ପଢିଥିଲେ , ଅନୁ ବଦଳି ଯାଇ ପରିବାର ଲୋକଙ୍କ ର ଆଦର ର ବୋହୂ ହେବା ଚେଷ୍ଟା ଜାରି ରଖିଥାଏ। ଭାଗ୍ୟର ଖେଳ ରେ ଆଜି ରାମ କୁ ବଞ୍ଚାଇବାକୁ ଯାଇ, ସେ ଆଜି ବ୍ୟାଙ୍କ ମ୍ୟାନେଜର ସ୍ତ୍ରୀର ଗୁଳିରେ ରକ୍ତାକ୍ତ ହୋଇ ମେଡିକାଲ ରେ ଆଡ଼ମିଶନ ହୋଇଛି। ସମସ୍ତେ ଅନୁର ଆରୋଗ୍ୟ କାମନା ପାଇଁ ପାର୍ଥନା କରୁଥାନ୍ତି।  ....   ଆଉ ଏବେ ଆଗକୁ】


ଡାକ୍ତର ଆସି କହିଦେଇଗଲା ପରେ, ଅନୁ ର ଜୀବନ ସଙ୍କଟାପନ୍ନ। ଆଜି ଆମେ ସମସ୍ତଙ୍କର ମନରେ ଦୁଃଖ ର ଛାୟା ଖେଳି ଯାଇଛି। ଜେଜେ ମାଆ , ବୋଉ , ଅରୁ ଆଉ ଶାଶୁ ମାଆ ମେଡିକାଲ ର କରିଡ଼ରେ ଥିବା ଗଣେଶ ମହାପ୍ରଭୁ ଙ୍କୁ ଅନୁର ଆରୋଗ୍ୟ ପାଇଁ ପାର୍ଥନା କରୁଥାନ୍ତି । ନିଜର ପ୍ରାଣ ପ୍ରିୟା ର ଜୀବନର ତ୍ୟାଗକୁ ଆଜି ମୋ ଜୀବନ ପ୍ରତିବଦଳରେ ଗ୍ରହଣ କରିପାରୁ ନ ଥିଲି । ବାପା ପାଖରେ ବସି ଧର୍ଯ୍ୟ ଧରିବାକୁ ପରାମର୍ଶ ଦେଇଥିଲେ।

    ଆଜି ରାତି ଟା ବହୁତ ଇମ୍ପୋଟାଣ୍ଟ ଅନୁଙ୍କର ଜୀବନ ପାଇଁ। ଅନୁ , ମେଡିକାଲ ଆସିଲା ବେଳେ କହିଥିଲେ, ସେ ମାତୃତ୍ୱ ଲାଭ କରିଛନ୍ତି। ଦୁଇ ଦୁଇଟି ଜୀବନ ଆଜି ବିପଦରେ ।

  ସତରେ ନାରୀର ତ୍ୟାଗ ଆଉ ପରିବାର ସେବା କରିବାର ଆଗ୍ରହ ପାଖରେ ପୁରଷ ର ସମର୍ପଣ ମାହାନ ହୋଇ ନ ପାରେ କିନ୍ତୁ, ଉଭୟ ଉଭୟଙ୍କ ପାଇଁ ଖୁବ ଯତ୍ନଶୀଳ ଅଟନ୍ତି ।

       ପରିବାର ମଧ୍ୟରେ କିଛି ବି ଆପୋଷ ବୁଝାମଣା ରେ ଯେତେ ଝଡ଼ ଆସିଲେ ମଧ୍ୟ, ଜଣଙ୍କର ବି ବିପଦ ସମୟ ରେ ସମସ୍ତେ ପାଖରେ ଠିଆ ହୋଇ ସାହସ ଦେଇଥାନ୍ତି। ଅନୁ ସୁସ୍ଥ ହେବା ପାଇଁ ଜେଜେ ମାଆ କେତେ ଦେବା ଦେବୀ ଙ୍କ ପାଖରେ ମାନସିକ ମନେ ମନେ କରି ହେଉଥିଲେ ।


    ଝିଅ ପରେ ବୋହୂ ହେବାର ଦାୟିତ୍ୱ ର ମାପକାଠିରେ ଅନେକ ଆଜି ନିଜର ଜୀବନର ସୁଖ ସ୍ଵଛାନ୍ଦ କୁ ମନ ତଳେ ଚାପି ଦେଇଛନ୍ତି । ବିନା ମଜୁରି ରେ ସକାଳୁ ସଞ୍ଜ ଯାଏ ସମସ୍ତ ଙ୍କ ପାଇଁ ଏକାଗ୍ରତାର ସହ ସବୁ କାର୍ଯ୍ୟ ବୋହୂ କି ମାଆ ଟିଏ କରିଚାଲିଥାଏ । ନିଜର ଇଛାଶକ୍ତି ପରି ପ୍ରକାଶ କରିବାର ତାକୁ ସୁଯୋଗ ଦିଆଯାଏ ନାହିଁ । କିଛି ବି କରିବାକୁ ଚାହିଁଲେ, ପରିବାରରେ , ଶାଶୁ ଶଶୁର କି ସ୍ୱାମୀ ଙ୍କୁ ପଚାରି କରେ ।

   ସେଥିପାଇଁ ନିଜର ସକଳ ତ୍ୟାଗ କରି, ପରିବାର ଲୋକଙ୍କର ମୁଖରେ ହସ ଫୁଟାଇବା ପାଇଁ ଦିନରାତି ପରିଶ୍ରମ କରିଚାଲିଥାଏ। ପ୍ରତିବଦଳରେ ବେଳେ ବେଳେ ସମ୍ମାନ ପାଏ ତ ଆଉ କେବେ ଘରୁ ବିତାଡିତ କିମ୍ବା ନିଜର ଲୋକଙ୍କ ଦ୍ୱାରା ନିର୍ଯ୍ୟାତନାର ଶିକାର ହୁଏ ।

    ନାରୀ ର ଅଶ୍ରୁ ର ବହ୍ନି ରେ , ଅନେକ ପରିବାର ଧ୍ୱଂସ ହୋଇଯାଇଛି। ମହାଭାରତ ରେ ଧର୍ମ ର ଯୁଦ୍ଧ ବି ହୋଇଛି। କେବଳ ଏଇଥିପାଇଁ ସମାଜରେ ନାରୀ ଙ୍କୁ ନିଜର ସମ୍ମାନ ଦେବା ଉଦ୍ଦେଶ୍ୟରେ।

  

     ସତରେ ଅନୁ , ଆଜି ଯେଉଁ ତ୍ୟାଗର ମାର୍ଗ ନିଜ ପାଇଁ ଆଉ ଦୁଇ ପରିବାର କୁ ଏକତ୍ର କରିବାକୁ ଯାଇ କରିଆସିଲେ, ସ୍ୱାମୀ ହୋଇ ବି ସହଯୋଗ ର ହାତ ବି ବଢ଼େଇ ପାରିଲି ନାହିଁ। ହେଲେ ଜେଜେ ମାଆଙ୍କର ଅନେକ କଟୁ ଆପେକ୍ଷ ପରେ ମଧ୍ୟ ,ନିଜର ଜୀବନ ବଦଳରେ ଆଜି ଜେଜେ ମାଆଙ୍କର ଉତ୍ତରାଧିକାରୀ ର ଜୀବନ ସେ ରକ୍ଷା କରିଛନ୍ତି। କାହିଁକି ନା ସମାଜ ଆଜି ବି ଝିଅ ବଦଳରେ ପରିବାରରେ ପୁଅ ଙ୍କୁ ଅଗ୍ରାଧିକାର ସବୁ କ୍ଷେତ୍ରରେ ଦିଆଯାଇ ଆସୁଅଛି।

    ଆଜି ଯଦି ଅନୁଙ୍କର କିଛି ହୋଇଯାଏ, ମୋ ନିଜକୁ କେବେ ବି କ୍ଷମା କରିପାରିବି ନାହିଁ। ଏହା ଭିତରେ ରାତି ପାହି ସକାଳ ହୋଇସାରିଥାଏ।

    ସମସ୍ତେ ମେଡିକାଲ ରେ ଅନୁ ଙ୍କର ଆରୋଗ୍ୟ ପାଇଁ ପାର୍ଥନା କରୁଥାଉ। ଆଇ ସି ୟୁ ଭିତରୁ, ଷ୍ଟାର୍ପ ନର୍ସ ଦିଦି ଆସି କହିଲେ, ପେସେଣ୍ଟ ର ହୋସ ଆସିଯାଇଛି। କେବଳ ଜଣେ ହିଁ ଦେଖା କରିବାକୁ ଭିତରକୁ ଯାଇପାରିବେ।

    

       ଶେଷ ରେ ଜେଜେ ମାଆ ଆସି, ମତେ କହିଲେ ଭିତରକୁ ଯିବା ପାଇଁ ।

   ଛାତିରେ କୋହ ଆଉ ଆଖିରେ ଲୁହ କୁ ଧରି ଭିତରକୁ ଯାଇ ଦେଖିଲି, ମୋ ଆଡ଼କୁ ଚାହିଁ ଅନୁ ମୁରୁକି ହସୁଥିଲେ।

  ପାଖକୁ ଯାଇ ହାତ ଧରି ତାଙ୍କର କାନ୍ଦିବାକୁ ଲାଗିଲି ।

 ------ ଏ କଣ କରୁଛ ତୁମେ, ମୁଁ ଠିକ ଅଛି ରାମ। ତୁମ ଭଲପାଇବା ଆଉ ପରିବାର ର ସ୍ନେହ ହିଁ ମୋ ଜୀବନ ର ରକ୍ଷା କବଚ ଥିଲା ରାମ । ମୁଁ ଏବେ ଠିକ ଅଛି।

------- ତୁମର କିଛି ହୋଇଯାଇଥିଲେ, ମୋ ନିଜକୁ କେବେ ବି ମୁଁ କ୍ଷମା କରିପାରି ନ ଥାନ୍ତି। କାନ୍ଦି କାନ୍ଦି କହୁଥିଲି।

-------- ତୁମେ ଥାଉ ଥାଉ ମୋର କେମିତି କିଛି ହେବ ଭାବୁଛ ରାମ । ଭଲପାଇବାର ଶକ୍ତି ହିଁ ସେତିକି ଆମର ପାୱାରଫୁଲ ରାମ । ଧୀର କଣ୍ଠରେ ଅନୁ କହୁଥିଲେ ।

 

  ଡାକ୍ତର ସାର ଆସିଲା ପରେ, ଚେକ ଅଫ ପାଇଁ ମତେ ବାହାରକୁ ଯିବା ପାଇଁ ନିର୍ଦ୍ଦେଶ ଦେଲେ ନର୍ସିଂ ଦିଦି ।


ମୁଁ ବାହାରକୁ ଆସି ଅନୁ ଠିକ ଅଛି କହିଲା ପରେ , ସମସ୍ତେ ଖୁସି ହୋଇଗଲେ । ଯାହା ହେଉ ଭଗବାନ ମୋ ପ୍ରାର୍ଥନା ଶୁଣିଲେ କହି, ଜେଜେ ମାଆ ଖୁସିରେ ହାତ ଯୋଡି ମୁଣ୍ଡିଆ ଠାକୁର ଙ୍କର ଉଦ୍ଦେଶ୍ୟ ରେ ମାରୁଥିଲେ।

 

  ସମସ୍ତ ଚେକ ଅଫ ପରେ, ଡାକ୍ତର ସାର ଆସି କହିଲେ, ପେସେଣ୍ଟ ସମ୍ପୂର୍ଣ୍ଣ ବିପଦ ମୁକ୍ତ।

   ଆଉ ହଁ, ପେସେଣ୍ଟ ର ପେଟରେ ଥିବା ପିଲାର ବି କିଛି କ୍ଷତି ହୋଇନାହିଁ । ଦୁହେଁ ସମ୍ପୂର୍ଣ୍ଣ ଭାବରେ ଠିକ ଅଛନ୍ତି। ଆଉ କିଛି ସମୟ ପରେ ଆପଣ ମାନେ ପେସେଣ୍ଟ କୁ ଭେଟି ପାରିବେ କହି ଚାଲିଗଲେ ।

  ସମସ୍ତେ ଅନୁ ସହ ପିଲା ସୁସ୍ଥ ଥିବା ଜାଣି ଖୁସିରେ ଆତ୍ମବିଭୋର ହୋଇଯାଉଥିଲେ।

   କିଛି ସମୟ ପରେ, ସମସ୍ତେ ଅନୁ କୁ ଦେଖାକରିବାକୁ ଗଲୁ।

ଅନୁ କୁ ଜାବୁଡି ଧରି ଜେଜେ ମାଆ କାନ୍ଦୁଥିଲେ।


-------ମାଆ ରେ ପାରୁଛୁ ଯଦି ଏ ବୁଢ଼ୀ ଟା କୁ ତୋର କ୍ଷମା କରିଦେ। ତତେ କଷ୍ଟ ଦେଇଥିବାରୁ, ମୁଁ ବହୁତ ଦୁଃଖିତ ।

 ମୋ ଦୋଷ ର ପ୍ରାୟଶ୍ଚିତ ନାହିଁ ।


------ଆପଣ ଏ କଣ କହୁଛନ୍ତି ଜେଜେ ମାଆ ! ଆପଣ ଙ୍କର ଯଦି କଥା ମୁଁ ପୂର୍ବରୁ ମାନି ଚଳିଥିଲେ ହୁଏତ ଆଜି ଏ ଦିନ ମତେ ଦେଖିବାକୁ ମିଳି ନ ଥାନ୍ତ । ଆପଣ ଙ୍କର ମନକୁ ଆଉ ପରିବାର ରେ ସମସ୍ତ ଙ୍କର ମନରେ ଦୁଃଖ ମୁଁ ଦେଇଥିଲି । ଆଉ ତାର ଶାସ୍ତି ଭଗବାନ ମତେ, ଏଇ ମେଡିକାଲ ବେଡ଼ ରେ ଶୁଆଇ ଦେଇ ଦେଲେ । ଆପଣ ସମସ୍ତେ ମତେ କ୍ଷମା କରି ଦିଆନ୍ତୁ । ହାତ ଯୋଡି ଅନୁ କହିବାରୁ.....


ଜେଜେ ମାଆ କହିଲେ,

            ତୋ ଉପରେ ଆମେ କେହି ବି ରାଗି ନାହୁଁ । କ୍ଷମା ମାଗିବାର କିଛି ଆବଶ୍ୟକତା ନାହିଁ । ଅଭିମାନ ରେ ବେଳେ ବେଳେ ଏମିତି କିଛି ହୋଇଥାଏ । ସମ୍ପର୍କରେ ମାନ ଅଭିମାନ ନ ରହିଲେ, ଜୀବନ ଟା ପରା ସ୍ୱାଦ ହୀନ ହୋଇଯାଏ। ସେଥିପାଇଁ ଏ ସବୁ ସାମାଜିକ ଜୀବନରେ ଆମ ସହିତ ଘଟେ। କେହି ବି ନିଜର ସତ ପ୍ରତିଶତ ସବୁ କାର୍ଯ୍ୟ ରେ ଦେଇ ନ ଥାଏ। ସମସ୍ତେ କିଛି ନା କିଛି ଭୂଲ କରିଥାନ୍ତି ।

      ମୋ ନାତୁଣୀ ବୋହୂ କୁ ମୁଁ କଣ ଏମିତି ଅବସ୍ଥାରେ ଏକା ଛାଡି ଦେଇ ପାରିଥାନ୍ତି। ମୋ ବଂଶ ଆଉ କୂଳ କୁ କିଏ ଉଦ୍ଧାର କରିଥାନ୍ତା ।

 

   ଜେଜେ ମାଆ ଆଉ ଅନୁ ଙ୍କର ଏ ମିଳନ ଦେଖି ଆମେ ସମସ୍ତେ ଖୁସି ହୋଇଯାଇଥିଲୁ । ବାପା ଆଉ ବୋଉ ବି ଅନୁ କୁ ନିଜର ଯତ୍ନ ସହ ପିଲାର ଯତ୍ନ ନେବା ପାଇଁ କହୁଥିଲେ ।

   

      ଜେଜେ ମାଆ କହିଲେ , ତୁମେ ସବୁ କାହିଁକି ବ୍ୟସ୍ତ ହେଉଛ। ମୋ ଅଣ ନାତିକି କି ନାତୁଣୀ ନ ଆସିବା ଯାଏ କୋଳ କୁ, ମୁଁ କଣ ଏତେ ସହଜରେ ଅନୁ କୁ ଛାଡି ଦେବି । ଗୋଡେ ଗୋଡେ ଜଗି ତାର ସବୁ କିଛି ତାର ବୁଝାସୁଝା କରିଥିବି। ଯେତେ ହେଲେ ଅନୁ , ଏ ଘର ର ଲକ୍ଷ୍ମୀ । ଆଉ ଆମ ସମସ୍ତ ଙ୍କର ସୁନା ବୋହୂ । ଶାଶୁ ମାଆ ନିଜର ଭୂଲ ପାଇଁ ଜେଜେ ମାଆଙ୍କୁ କ୍ଷମା ମାଗିବାରୁ, ଜେଜେ ମାଆ କହିଲେ

       କଥାରେ ନାହିଁ ;-


   " ସିନ୍ଦୁକ ଭିତରେ ନାଲି ମନ୍ଦାର

     ଝିଅ ଚାଲି ଗଲେ ଘର ଅନ୍ଧାର"

        ( ଝିଅ ହିଁ ଘରେ ଲକ୍ଷ୍ମୀ)


ସେଥିପାଇଁ ଘର ର ଦାୟିତ୍ବ କୁ ଯଦି ଠିକ ଭାବରେ ଝିଅ ଟିଏ ନିଜର ଦାୟିତ୍ୱ ନ ଭାବି କରେ, ତେବେ ସେ ଘରର ବିନାଶ କୁ କେହିବି ରକ୍ଷା କରିପାରିବେ ନାହିଁ । ସକଳ ଶକ୍ତି ଆଉ ସୃଷ୍ଟି ର ଉର୍ଜା ନାରୀ ହିଁ ଧାରଣା କରିଥାଏ ।

   


 କେହି ବି ମୋ ନାତୁଣୀ ବୋହୂ କୁ ଯେମିତି ହଇରାଣ ନ କର । ଆଜି ଠାରୁ ସବୁ କାମ ଛାଡି , ସେ ରେଷ୍ଟ ନେବ । ଆଉ ରାମ , ଅନୁ ର ସବୁ କାର୍ଯ୍ୟ କରିବ ।

  ---କଣ ରେ କରିବୁ ନା ନାହିଁ ।

------ ,ମୁଣ୍ଡ ହଲାଇ ହଁ ମାରିଲି ।


------ ଥାଉ ଜେଜେ ମାଆ, ସେ କଣ ପାଇଁ ଖାଲିଠାରେ ହଇରାଣ ହେବେ । ମୋ କାମ ମୁଁ କରିଦେଇ ପାରିବି ।

------- ଆଲୋ ଆଲୋ ସତରେ ଏତେ ପ୍ରେମ ତୁମ ଦୁହିଁଙ୍କ ଭିତରେ ଲୁଚି ରହିଛି , ଆଜି ହିଁ ଜାଣା ପଡିଲା ।

 ସମସ୍ତେ ହସୁଥିଲେ। ଅନୁ ମୋ ଆଡ଼କୁ ଚାହିଁ ମୁରୁକି ମୁରୁକି ହସୁଥିଲେ।

ମେଡିକାଲ ରୁ ଅନୁ ସୁସ୍ଥ ହୋଇ ଘରକୁ ଫେରିବା ଯାଏଁ, ଜେଜେ ମାଆ ଅନୁ ପାଖେ ପାଖେ ଥାଇ , ତାଙ୍କର ସବୁ କିଛି ବୁଝାସୁଝା କରୁଥିଲେ। ଆମେ ସମସ୍ତେ ବି ଅନୁ ଙ୍କର ପାଖେ ପାଖେ ଥିଲୁ।


    ଦୀର୍ଘ ସାତ ଦିନ ପରେ ଅନୁ ମେଡିକାଲ ରୁ ଡିସଚାର୍ଜ ହୋଇ ଘରକୁ ଫେରିଲେ । ଘର ଭିତରକୁ ଜେଜେ ମାଆ ଫୁଲ ଚନ୍ଦନ ଆଉ ଦୀପ ରେ ବନ୍ଦେଇ ଆଉ ଥରେ ଗୃହ ପ୍ରବେଶ କରାଇଲେ । ପୂର୍ଵ ପରି ଘର ଭିତରେ ସମସ୍ତେ ଖୁସି ରେ ରହିବକୁ ଲାଗିଲେ । କିଛି ଦିନର ରହଣୀ ଭିତରେ ଈଶ୍ୱରୀ ବି ନିଜର କାର୍ମ କ୍ଷେତ୍ରକୁ ଚାଲିଗଲେ ।


ଅନୁ ଙ୍କର ପାଖରେ ରହି ଜେଜେ ମାଆ, ଖୁବ ଯତ୍ନ ଦଶମାସ ଯାଏ ନେଲା ପରେ ଶେଷ ରେ ଘରକୁ ନୂଆ ଅତିଥି କନ୍ୟା ସନ୍ତାନ ରୂପେ ଆସିଲା ପରେ, ଘରେ ଆଜି ଉତ୍ସବର ଧୁମ ଧାମ ଆୟୋଜନ ଚାଲିଥାଏ ।

   ଜେଜେ ମାଆ କହୁଥିଲେ ଅଣ-ନାତୁଣୀ କୁ ଧରି, ତତେ ଦୁନିଆର ସବୁ କିଛି ଭଲ ମନ୍ଦ ଶିକ୍ଷା ଦେଇ , ଲକ୍ଷ୍ମୀ ରୂପରେ ବଡ଼ କରିବି । ଆଉ ତୁ ସମସ୍ତ ଙ୍କର ଆଦର୍ଶ ର ପାତ୍ରୀ ହେବୁ। ତା ପରେ ଯାଇ ମୁଁ ଜୀବନ ହାରିବି। ସମସ୍ତେ ଶୁଣିକି ହସୁଥିଲେ ।

 

       ଆଜି ଆମେ ଦୁହେଁ ପଖା ପାଖି ରହି, ଜେଜେ ମାଆ ଆଉ ନାତୁଣୀ ର ଖେଳ ଦେଖି ଉପଭୋଗ କରୁଥିଲୁ ।


                       【 ସମାପ୍ତ 】


Rate this content
Log in

Similar oriya story from Drama