Nityananda Sahu

Drama Tragedy Inspirational

4  

Nityananda Sahu

Drama Tragedy Inspirational

ସୁନା ବୋହୂ ଭାଗ-୨୩

ସୁନା ବୋହୂ ଭାଗ-୨୩

11 mins
157


【ଭାଗ-୨୩】


【 ପୂର୍ଵ ଭାଗରେ ଆପଣ ମାନେ ପଢିଥିଲେ , ଈଶ୍ୱରୀ ଘରକୁ ଆସିଲା ପରେ ଅନୁ ଙ୍କ ମନରେ ଅନେକ ସନ୍ଦେହ ଆଉ ଘୃଣା ର ଆଭାସ ପରିଲିକ୍ଷିତ ହେଉ ଥିଲା । ଏହା ଭିତରେ ଈଶ୍ୱରୀ ନିଜର ପ୍ରଥମ ପ୍ଲାନ ରେ ଅନୁ ଙ୍କୁ ହଇରାଣ କରିବା ଆରମ୍ଭ କରି ଦେଇ ଥିଲେ । ..ଆଉ ଏବେ ଆଗକୁ】


   ବୋଧ ହୁଏ ମୁଁ ଗୋଟେ କଥା ଭୂଲି ଯାଇଥିଲି !!! ଅନୁ ଭଲ ପାଇବାରେ ମତେ ପାଇବା ପାଇଁ ସବୁ କିଛି କରିବା କୁ ପ୍ରସ୍ତୁତ ଥିଲେ । ଆଉ ଶେଷ ରେ ସଫଳ ବି ହେଲେ କିନ୍ତୁ ଆଜି ସେ କଣ ଅରୁ ଠାରୁ ପରାସ୍ତ ସହଜ ରେ ମାନି ନେବେ । ଏ କଥା ଭାବିଲା ବେଳ କୁ ମନ ଭିତର ଟା ଅସ୍ଥିର ହେଇ ଉଠୁଛି ।


   ଅନୁ ଯେମିତିକା ଝିଅ ସେ କିଛି ବି କରି ଦେଇ ପାରନ୍ତି । ରାତି ର ରାଗ କୁ ସହି ଯିବା ର ପ୍ରୟାସ ରେ ଅନୁ ଯେ ତାଙ୍କ ଭିତର ର କ୍ରୋଧ କୁ ଉତ୍ତପ୍ତ କରି ସାରି ନ ଥିବେ , ବୁଝିବା ଟା ଭାରି କଷ୍ଟ ହେଉଅଛି ।

    ଆଜି ମୋ ଭଲପାଇବା ଆଉ ମୋ ପରିବାର ମଧ୍ୟ ରେ ହେବା କୁ ଯାଉଥିବା ପ୍ରବ୍ଲେମ କୁ ସଲ୍ଭ କରିବାର ଉପାୟ ମୋ ପାଖରେ ନ ଥିଲା ।

      ରାତି ଆସି ବାର ଟା ବାଜିବ । ମୋବାଇଲେ ରେ ଅନୁ କାହା ସହିତ ଗପିବା ସହ ଲାପଟପ ଅନ କରି କିଛି ଗୋଟେ ଅଫିସ କାମ ବୋଧ ହୁଏ କରୁଛନ୍ତି । ରେଡ଼ ଚିଲି ର ରାଗରେ ସୁଂ ସାଁ ହୋଇ କାମ କରିବାରେ ବ୍ୟସ୍ତ ।

   ମତେ ନିଦ ଆସିବାରୁ ମୁଁ ଶୋଇପଡ଼ିଲି ।


                    

ବିଳମ୍ବ ରାତିରେ ଶୋଇ ଥିବାରୁ ସକାଳୁ ଶୀଘ୍ର ଉଠି ପାରିଲି ନାହିଁ । ଝରକା ଫାଙ୍କା ଦେଇ ସୂର୍ଯ୍ୟ କିରଣ ର କଅଁଳ ଖରା ସ୍ପର୍ଶ ରେ ମୋ ନିଦ ଭାଙ୍ଗିଗଲା । ଆଖି ଖୋଲି ଦେଖେ ତ ବେଡ଼ ରୁମ ଭିତରେ କିଛି ଲଗେଜ ପ୍ୟାକ ହୋଇ ଥୁଆ ହୋଇଛି । ଆଉ ସବୁ ଯାକ ଲଗେଜ ବି ଥିଲା ଅନୁ ଙ୍କର ।

   ଆଉ ଥରେ ପୁଣି କି ପାଲା ଆରମ୍ଭ ହେଲା ଜାଣିବା ପାଇଁ ବେଡ଼ ରୁମ ରୁ ବାହାରି ଆସି ଦେଖେ ତ ଅନୁ ସୋଫା ଉପରେ ରାଗ ଗର ଗର ହୋଇ ବସିଛନ୍ତି । ଯେମିତି ନାଗୁଣୀ ଆଜି ପ୍ରତିଶୋଧ ନେବା ପାଇଁ ବ୍ୟାକୁଳ । ଘର ର ଚାରି ଆଡ଼େ ଆଖି ବୁଲେଇ ଦେଖିଲି , ମାଆ ଙ୍କର ଜର ବୋଧ ହୁଏ ଟିକେ କମି ଯାଇଛି , ମାଆ ରୋଷେଇ ଘରେ ଖାଦ୍ୟ ତିଆରି କରୁଛନ୍ତି । ଆଉ ବାପା ବୋଧ ହୁଏ ମର୍ଣିଂ ୱାର୍କ ରେ ଯାଇଛନ୍ତି ।

     ଈଶ୍ୱରୀ....... ଈଶ୍ୱରୀ କହି ଅନୁ ଡାକ ପକାଉ ଥିଲେ । କିଛି ଗୋଟେ ଅଘଟଣ ଘଟିବ ବୋଲି ମତେ ଅନୁଭବ ହେଲା । ଆଉ ଡେରି ନ କରି ସେଠା କୁ ଚାଲିଲି ।


ଅରୁ:-ଗୁଡ଼ ମର୍ଣିଂ ଭାଉଜ । ଆଜି ସକାଳୁ କଣ ଏମିତି ମୋ କଥା ମନେ ପଡ଼ିଲା ଯେ , ମତେ ଅପେକ୍ଷା କରିବା କୁ ତୁମର ଧର୍ଯ୍ୟ ନାହିଁ । କଣ ହେଇଛି !!!!

ଅନୁ:- ସେ ସରି ଟୁ ମି । 

ଅରୁ:- ବଟ ହ୍ଵାଏ । ମୁଁ ତ କିଛି କରିନି । ସରି ମାଗିବାର କିଛି ଚାନ୍ସ ନାହିଁ ।

ଅନୁ :- ନିଜକୁ ଆଉ ବେଶି ଦେଡ଼ ସିଆଣୀ ଭାଵ ନି । କାଲି ରାତିରେ ମଟନ ରେ ତୁମେ ରେଡ଼ ଚିଲି ବେଶି ପକେଇ ଥିଲ ନା !! ମୁଁ ବୁଝି ପାରୁନି , ଘର କୁ ଅତିଥି ହୋଇ ଆସିଛ ଅତିଥି ହୋଇ ରୁହ । ନିଜକୁ ଘର ର ମାଲିକ ଭାବିବା ର ସାହସ କେମିତି କରୁଛ !!!

    ନ ହେଲେ କଥା ଟା ଆଦୌ ଭଲ ହେବ ନାହିଁ ।

ଅରୁ:- ଆଛା ତୁମେ କେମିତି ଜାଣିଲ , ମୁଁ ଖାଇବା ରେ ରେଡ଼ ଚିଲି ମିଶେଇ ଥିଲି ??? ତା"ମାନେ ତୁମେ କାଲି ଶେଷ ରେ ତୁମର ବ୍ରତ ଭାଙ୍ଗିଦେଲ । ଗୋଟେ ବାହାର ଲୋକ ର ହାତ ରନ୍ଧା ଶେଷ ରେ ମହାରାଣୀ ଖାଇ ପାରିଲେ ।ଜାଣି ଏ ଜୀବନ ମୋର ଧନ୍ୟ ହେଇ ଗଲା ।

    ଆମେ ସମସ୍ତେ ଖାଇଲୁ , କାହାକୁ ବି ରାଗ ଲାଗିଲା ନାହିଁ ।

ଏବେ କିନ୍ତୁ ଆମ ଉପରେ ଶେଷରେ ଦୋଷ ଲଦି ଦେଉଛ। ନିଜକୁ ପ୍ରଥମେ ଦର୍ପଣ ରେ ସମ୍ପୂର୍ଣ୍ଣ ଦେଖିବା କୁ ଚେଷ୍ଟା କର । ଯେଉଁ କାଦୁଅ ଧରି ତୁମେ ଅନ୍ୟ ଉପର କୁ ପକେଇବ ,ସେଇ କଦୁଅ ହିଁ ତୁମର ହାତ ରେ ଲାଗିକି ରହିବ ।

     

ଅନୁ:- ମୋ ଘରର ସମସ୍ତ ଙ୍କ ସମ୍ନାରେ ତୁମର ସାହସ କେମିତି ହେଲା , ମତେ ଭୂଲ କରି ଦେଖେଇବା ପାଇଁ ।

ରାମ:- ଏ କଣ କହୁଛ ଅନୁ । ଅରୁ ଙ୍କର ଏ ଘରେ ସବୁ କିଛିର ଅଧିକାର ଅଛି । ତୁମେ ତ ଏବେ ଆସିଲ ,ହେଲେ ଅରୁ ଛୋଟ ରୁ ବଡ଼ ଏଇ ଘରେ ରହି ଆସୁଛନ୍ତି । ଆଉ ଆଜି ବି ଏ ଘର ଉପରେ ତାଙ୍କର ହକ୍ ସାବ୍ୟସ୍ତ କରି ପାରିବାର ସମ୍ପୂର୍ଣ୍ଣ ଅଧିକାର ଅଛି ।


ଅନୁ :- ଆରେ ବାଃ, ତୁମ ଠାରୁ ଏମିତି କିଛି ଉତ୍ତର ମୁଁ ଆଶା କରି ନ ଥିଲି ତ ରାମ !! ଭଲପାଇ ବାହା ହେବ ଜଣ କୁ ଆଉ ସାଥିରେ ଧରି ବୁଲିବ ଆଉ କାହାକୁ ( ଅରୁ କୁ ଦେଖେଇ), ସେଥିପାଇଁ ତୁମ ପୁରୁଷ ଜାତି କୁ କେହି ବି ବିଶ୍ୱାସ କରନ୍ତି ନାହିଁ।


        ଆଜି ଠାରୁ ଏ ସବୁ ପାଲା ଆଉ ହେବା କୁ ମୁଁ ଦେବି ନାହିଁ । ବ୍ୟାଙ୍କ କଲୋନୀ ରେ ମତେ କ୍ବାଟର ମିଳିଛି । ତୁମେ ଆଜି ଠାରୁ ମୋ ସହ ସେଇଠି ରହିବ । ଯେଉଁ ଘରେ ବୋହୂ କୁ ସମ୍ମାନ ଦିଆ ଯାଏ ନାହିଁ ବାହାର ଲୋକଙ୍କ ସମ୍ନାରେ ,ସେ ଘରେ ମୁଁ କେବେ ବି ରହି ପାରିବି ନାହିଁ । 

      ବୋଉ, ( ନିହାରିକା,ଶାଶୁ )ଆଜି ଠାରୁ ଆମେ ସବୁ ଦିନ ପାଇଁ ଏ ଘର ଛାଡ଼ି ଚାଲିଯିବୁ । ଆଉ ଏଠି ରହିବୁ ନାହିଁ । ବହୁତ ହୋଇଗଲା , ତୁମେ , ତୁମର ପାଳିତା ଝିଅ କୁ ନେଇ ଖୁସି ରେ ରୁହ । ହଁ......


ଅରୁ :- ଆରେ ବାଃ । ଏ ଘରେ ତୁମେ(ଅନୁ) ସମ୍ମାନ ଖୋଜୁଛ । ଆଜି ପ୍ରଯ୍ୟନ୍ତ ବୋହୂ ହେବାର କର୍ତ୍ତବ୍ୟ କେବେ ପାଳନ କରିଛ। ଆଉ ଆଜି ସମ୍ମାନ କଥା କହୁଛ । ଶାଶୁ ଶଶୁର ଘରେ ନ ଥିଲା ବେଳେ ,ନିଜର ଅୟାସୀ ପାଇଁ ସାଙ୍ଗ ମାନଙ୍କୁ ଡକାଇ ନାଚ ଗୀତ କରିବ, ବୋହୂ ହୋଇ ଆସିବା ଆଗ ରୁ ଏ ସବୁ ଘରୁ ଶିଖି ଆସିଥିଲ । ଆରେ ଯିଏ ବୋହୂ ହେବାର ସଂସ୍କାର ଆଉ ପରମ୍ପରା କିଛି ଜାଣିନି , ସେ କେଉଁ ସମ୍ମାନ ର କଥା କହୁଛି ।

  ମତେ ତ ଆଶ୍ଚର୍ଯ୍ୟ ଲାଗୁଚି ବାପା ମାଆ ଙ୍କ ପରି ଏ ଘରେ ଶାଶୁ ଶଶୁର ପାଇ ବି ତୁମେ ଖୁସି ନାହଁ । ଆଜି ଯାଏ ଆସିଲା ଦିନ ରୁ ତୁମକୁ ଝିଅ ପରି ଆଣ୍ଟି ସବୁ କିଛି ବୁଝା ସୁଝା ତୁମର କରୁଛନ୍ତି , ତା ପରେ ବି ତୁମ ବିବେକ ବାଧା ଦେଉ ନାହିଁ ଥରେ , ତାଙ୍କ ହାତ ରୁ କାମ ଛଡେଇ ନିଜେ କରିବା ପାଇଁ ।

  ଯାହା ଙ୍କ ପାଇଁ ଆଜି ତୁମେ ଦୁହେଁ ଏକତ୍ର , ଆଜି ଦେଖ ଜର ରେ ପଡି ବେଡ଼ ରେ ବି ସେ ତୁମର ଭଲ ଚିନ୍ତା କରୁଥିଲେ , ହେଲେ ତୁମକୁ ସମ୍ମାନ ର ଚିନ୍ତା ପଡିଛି ।ହଁ ,ପଡିବ ନାହିଁ ବା କେମିତି ଖଟ ରେ ଖାଇ ଯେଉଁ ମଠ ରେ ଶୋଇ ପଡୁଛ । ଛିଃ ......ଛିଃ !!!!!


 ଏତକ ଶୁଣିଛନ୍ତି କି ନାହିଁ ଅନୁ କ୍ରୋଧ ର ଅଗ୍ନି ରେ ନିଜର ନିୟନ୍ତ୍ରଣ ହରାଇ , ଅରୁ ଙ୍କୁ ହାତ ଉଠାଇ ମାରିବା କୁ ଉଦ୍ଧେତ ହୁଅନ୍ତି ,........ ମୁଁ ଆଶ୍ଚର୍ଯ୍ୟ ହୋଇ ରୋକିବା କୁ ଯିବି କଣ ,


     ବୋଉ ଆସି ଅନୁ ଙ୍କର ହାତ କୁ ଧରି ନେଇ ଭିଡି ଆଣନ୍ତି ।


ବୋଉ ( ନିହାରିକା) :- ବାସ , ବହୁତ ହେଇ ଗଲା । ଆଉ ନୁହେଁ ଅନୁ । ବୋହୂ ହେବାର ସୀମା କୁ ତୁ କ୍ରସ କରି ସାରିଲୁଣି। ହେଲେ ଆଉ ନୁହେଁ । ଆରେ ତତେ ଝିଅ ପରି ଭାବୁଥିଲି , ତୋର ସମସ୍ତ ଭଲ ମନ୍ଦ କୁ ଆଜି ଯାଏ ମାଫ କରି ଆସିଛି କିନ୍ତୁ ଆଜି ତୋର ଅହଙ୍କାର ପାଇଁ ଆଉ ଥରେ ତୁ ଭୂଲ ପରେ ଭୂଲ କରି ଚାଲିଛୁ । ଶାଶୁର ବ୍ୟବହାର ବହୁତ ଆଗରୁ ତତେ ଦେଖାଇ ବାର ଥିଲା , ନିଜର ଝିଅ କରି ମାଆ ର ବ୍ୟବହାର ନୁହେଁ ।


     ଆରେ ଆଜି ଯଦି ମୁଁ ଚୁପ ଥିଲି ମୋ ପୁଅ ର ଖୁସି ପାଇଁ । ଆଉ ତାର ଖୁସି ଥିଲୁ ତୁ । ମୁଁ ଚାହିଁଥିଲେ ମୋ ପୁଅର ବାହାଘର ଆଉ କେଉଁଠି ବି ଠିକ କରି ଦେଇ ପାରିଥାନ୍ତି କିନ୍ତୁ ଯଦି ସେମିତି କରି ପାରିଥାନ୍ତି , ତା ହେଲେ ଆମେ ଆଜି ଖୁସି ରେ ରହି ପାରି ଥାନ୍ତୁ ସିନା କିନ୍ତୁ ରାମ ନୁହେଁ ।

    ବିବାହ ମାନେ ଦୁଇଟି ମନ ର ମିଳନ ର ପରିଭାଷା ହୋଇଥାଏ । ଆଉ ମୁଁ ଯେତେବେଳେ ଜାଣିଲି ରାମ ତତେ ପସନ୍ଦ କରେ ଆଉ ତାର ସମସ୍ତ ଖୁସି ତୋ ପାଖରେ ଅଛି । ସେଥିପାଇଁ ତୋ ସହ ତାର ବିବାହ କରେଇବା ପାଇଁ ମୁଁ ଇଛା ପ୍ରକାଶ କଲି କାହିଁକି ଜାଣିଛୁ ?

 ସବୁ ସମ୍ପର୍କର ପରିଭାଷା ଉତ୍ତମ ବୁଝାମଣା ରୁ ହୋଇ ଥାଏ । ଆଉ ସେଇ ଉତ୍ତମ ସମ୍ପର୍କ ର ଆରମ୍ଭ ହୋଇଥାଏ ଭଲ ପାଇବାରୁ । ଗୋଟେ ଝିଅ ଯେବେ ନିଜର ବାପା ଘର ଛାଡ଼ି ଆସେ , ତାର ପ୍ରଥମ ବିଶ୍ୱାସ ଆଉ ପରିଚିତ ହୋଇଥାଏ ତାର ସ୍ୱାମୀ । ପରେ ଯାଇ ତାର ଶାଶୁ ଶଶୁର ଆଉ ଅନ୍ୟମାନେ ।

   ତୁମ ଦୁହିଁଙ୍କ ର ଭଲ ପାଇବା ଦେଖି ମତେ ଲାଗିଥିଲା, ତୁମ ଭିତରେ ଉତ୍ତମ ବୁଝାମଣା ଅଛି। ଜାଣିଛୁ ଆଜି କାଲି ର ଦୁନିଆଁ ରେ ଲଭ ମ୍ୟାରେଜ ବହୁତ ସାଧାରଣ କଥା ହୋଇଯାଇଛି । ଭଲ ପାଇବା ପରେ ବି ସବୁ ଲଭ ମ୍ୟାରେଜ ର ହାପି ଏନ୍ଡିଙ୍ଗ ହୋଇ ପାରୁ ନାହିଁ କାହିଁକି ନା ଦୁହେଁ ଦୁହିଁଙ୍କୁ ଭଲ ପାଇବି ଠିକ ସେ ଚିହ୍ନି ପାରୁ ନାହାନ୍ତି । ସେଥିପାଇଁ ଅଧିକାଂଶ ଘରେ ବିବାହ ବଛେଦ ର କାହାଣୀ ଦେଖିବା କୁ ମିଳୁଛି ।


   ଆମ ବେଳେ ବିବାହ ପୂର୍ବରୁ ବର କନ୍ୟା କେହି କାହାକୁ ଦେଖି ପାରୁ ନ ଥିଲେ , ହୃଦୟ ର ବୁଝାମଣା କେଉଁ ଦୂର ର କଥା । ବିବାହ ପରେ ବି ଘର ଲୋକଙ୍କ ଆକଟ ଆଉ ସଂସ୍କାର ଭିତରେ ସ୍ୱାମୀ ଆଉ ସ୍ତ୍ରୀ ଦୁହେଁ ଦୁହିଁଙ୍କୁ ଜାଣିବା ପାଇଁ ଗୋଟେ ବର୍ଷ ରୁ ଅଧିକ ସମୟ ଲାଗି ଯାଉଥିଲା । ତା ପରେ ବି ସେମାନ ଙ୍କର ଭିତରେ ମନ ମାଳିନ୍ୟ ହେବାର ଏତେ ପରିଲେଖିତ ହେଉ ନ ଥିଲା ।

   କିନ୍ତୁ ତୁମ ମାନଙ୍କ ର ଏ ଭଳି କାରନାମା ଦେଖିଲା ପରେ ,ଆଜି ତୋ ପରି ଅନେକ ବୋହୂ ମାନେ ନିଜ ନିଜର ସ୍ୱାମୀ ମାନଙ୍କୁ ଶିଖେଇ ଘର ଛାଡ଼ି ଚାଲି ଯାଉଛନ୍ତି ଶାଶୁ ଶଶୁର ଙ୍କୁ ଘରେ ଏକା କରି । ଖାଲି ଝିଅ ମାନଙ୍କର ହାତ ଅଛି ତା ନୁହେଁ ପୁଅ ମାନେ ବି ଏଥିପାଇଁ ଅନେକାଂଶ ରେ ଦାୟୀ ।

  ଆଜି କାଲି ର ଦୁନିଆଁ ରେ ସମାଜ ରେ ଘରେ ଘରେ ସମ୍ପର୍କରେ ଫାଟ । ପୁଅ ବୋହୂ ଙ୍କୁ ହରେଇ ବାପା ମାଆ ବି ଘରେ ଥାଇ ବୃଦ୍ଧାଶ୍ରମ ରେ ରହିଲା ପରି ଅନୁଭବ କରୁଛନ୍ତି ।

   

    ଆଜି ତୁ ଯେଉଁ ନିଷ୍ପତ୍ତି ନେଇଛୁ , ତତେ ବାଧା ମୁଁ ଦେବି ନାହିଁ । ବରଂ ସମର୍ଥନ ନିଶ୍ଚିତ କରିବି କାହିଁକି ନା ତୁମେ ସବୁ ହେଲ ଶିକ୍ଷିତ ଆଉ ତୁମ ଶିକ୍ଷା ଆଜି ଉଚ୍ଚ କୋଟିର । ତୁମେ ଠାରୁ ଭବିଷ୍ୟତ ପିଢି ଶିକ୍ଷା ପାଇବେ । ଆଉ ମୁଁ କି ରାମ ର ବାପା କେହି ବି ଆମେ , ତୁମ ଦୁଇ ଜଣଙ୍କୁ ଆମେ ରୋକିବୁ ନାହିଁ ।

   ଆଜି ବି ଆମ ଭିତରେ ସକ୍ଷମ ଅଛି ନିଜେ ସବୁ କିଛି କରି ବଞ୍ଚିବାର । ଆଉ ଆମ ଆଶୀର୍ବାଦ ସବୁ ବେଳେ ତୁମ ଉପରେ ଅଛି । ବାପା ମାଆ ହୋଇ ଅଭିଶାପ ତ ଦେଇ ପାରିବୁନି କିନ୍ତୁ ତୁମ ଉଜ୍ଜ୍ୱଳ ଭବିଷ୍ୟତ ର କାମନା ଅବଶ୍ୟ କରି ପାରିବୁ ।

    ଅରୁ କୁ ନେଇ ଯେଉଁ କଥା ତୋ ମନରେ ଅଛି ଆଜି ବୁଝି ଯାଅ କହୁଛି । ଏ ଘର ଆଉ ଯେତେ ସମ୍ପତ୍ତି ଅଛି ରାମ ସହ ଅରୁ ର ବି ସମାନ ଅଧିକାର ଅଛି । ଦରକାର ପଡ଼ିଲେ ଆମେ ଦୁହେଁ ତୁମ ଠାରୁ ଦୂରେଇ ଅରୁ ପାଖରେ ରହିଲେ ବହୁତ ଖୁସି ଅନୁଭବ କରିବୁ ।

       ଆଉ ଅରୁ ସେମିତି ବି କିଛି ମହାପାପ କରି ଦେଇ ନି ଯେ , ସେ ତତେ ଭୂଲ ମାଗିବ । ବରଂ ଅରୁ କୁ ତୁ ଭୂଲ ମାଗିଦେଲେ , ମୁଁ ସବୁ କିଛି ଭୂଲି ଯାଇ ତତେ ମାଫ କରି ଦେଇ ପାରେ !!!!


  ଅନୁ କେବେ ବି ବୋଉ ଠାରୁ ଏମିତି କିଛି କଡା ଗଳା ରେ ଶୁଣିବ ବୋଲି ବିଶ୍ୱାସ କରି ନ ଥିବେ । ଆଜି ଯାଏ ସେ ଘରେ ବୋଉ କୁ ଆଙ୍ଗୁଠି ରେ ନଚେଇ ଖୁସି ହେଉଥିଲେ ଆଉ ଆଜି କିନ୍ତୁ ବୋଉ ର ରାଗ ଆଉ ରୋକ ଠକ କଥାରେ ଅନୁ ଙ୍କର ମୁହଁ ପୁରା ରାଗ ରେ ସବୁ ଶୁଣି ଲାଲ ପଡ଼ି ଯାଇଥିଲା ।


     :- ବାପା ବି ମର୍ଣିଂ ୱାର୍କ ରୁ ଆସି ଘର ବାରଣ୍ଡାରେ ସବୁ ଚୁପ ଚାପ ଠିଆ ହୋଇ ଶୁଣୁଥିଲେ ।


:- ଅନୁ କହୁଥିଲେ ,ତା ହେଲେ ଠିକ ଅଛି ଆଜି ଯଦି ଘର ର ଏରୁଣ୍ଡି ଡେଇଁ ବୋହୂ ଘର ଛାଡ଼ି ଚାଲିଯାଏ ତେବେ ସମାଜ ରେ ଆପଣ ମାନଙ୍କ ର ଆଉ ସମ୍ମାନ ରହିଯିବ ତ ? ତେବେ ସେମିତି ହିଁ ହେଉ । ମୁଁ ବି ଆଉ ଏ ଘରେ ଗୋଟେ କ୍ଷଣ ରହିବା କୁ ଚାହେଁ ନାହିଁ । ଯେଉଁ ଘରେ ନିଜର କିଛି ବି ଭ୍ୟାଲୁ ନାହିଁ , ସେଠି ରହିବା ମୋ ପାଇଁ ଆଦୌ ଠିକ ହେବ ନାହିଁ ।

      ଆଉ ଏ ଅନୁ ଆପଣଙ୍କ ର ନାଲି ଆଖି ଦେଖି ଡରି ଯିବାର ଝିଅ ନୁହେଁ । ଠିକ ସମୟରେ ଜବାବ ବି ଦେଇ ପାରିବ। ଆପଣ ସମସ୍ତେ ମୋ କ୍ରୋଧ ର ଅଗ୍ନି ରେ ଜଳି ପୋଡି ପାଉଁଶ ହୋଇଯିବେ ।

ରାମ:- ଚୁପ କର , ବୋଉ ଆଉ ଅରୁ କୁ କ୍ଷମା ମାଗ ।

ଅନୁ:- କେବେ ନାହିଁ । ସେମାନେ ଖାଲି ଟା ରେ ମତେ ଗାଳି କରିଛନ୍ତି ଆଉ ମୁଁ ଭୂଲ ମାଗିବି । ତୁମେ ମାଆ ପଣତ ରେ ବାନ୍ଧି ହୋଇ ମତେ ଭୂଲ ଠିକ ର କଥା କୁହ ନାହିଁ ।

      ଯିଏ ନିଜ ସ୍ତ୍ରୀ ଥାଉ ଥାଉ ଆଉ ଜଣ ଙ୍କ ସହ ବୁଲି ପାରେ , ସେ କି ପୁରୁଷ !!! ଛିଃ......ଛିଃ । ତୁମକୁ ଲାଜ ଲାଗୁନି।


  ଆଜି ଆଉ ମୋ ହାତ ନିଜର ଆୟତ୍ତ ବାହାରେ ହୋଇ ଯାଇଥିଲା । ଆଉ ଯେଉଁ ହାତ ଧରି ମୁଁ ଅନୁ ଙ୍କୁ ସାରା ଜୀବନ ସାଥି କରି ତାଙ୍କର ହାତ ଧରି ଜୀବନ ର ସବୁ ଦୁଃଖ ସୁଖ ରେ ସାଥି ହୋଇ ବାଟ ଚାଲିବାର ପ୍ରତିଜ୍ଞା ଖାଇଥିଲା । ପ୍ରଥମ ଥର ଆଜି ସେ ଅନୁ ଙ୍କୁ ଆଘାତ ଦେଇ ସାରିଥିଲା ।

  ବାସ ....ଚୁପ କର ଆଉ ନୁହେଁ ।


ଅନୁ ମୋ ଠାରୁ ଥାପଡ଼ ଖାଇ ସାରି ରାଗ ରେ ଉପର ଘରକୁ ଯାଇ ପୂର୍ବରୁ ପ୍ୟାକିଙ୍ଗ ବ୍ୟାଗ ଧରି ବାହାରି ଆସିଲେ ।

:- ଦେଖ ରାମ , ସ୍ୱାମୀ ହିସାବରେ ତୁମର ମାଡ଼ କୁ ମୁଁ ଭୁଲି, ଶେଷ ଥର ପାଇଁ କହୁଛି । ମୋ ସହ ଘର ଛାଡ଼ି ଚାଲି ଆସ !!! ମୁଁ ଆଉ କ୍ଷଣ ଟିଏ ପାଇଁ ବି ଏ ଘରେ ରହି ପାରିବି ନାହିଁ ।


:- ମୁଁ କିଛି କହିବା ଆଗରୁ , ମତେ ଘର ଛାଡ଼ି ଅନୁ ଙ୍କ ସହିତ ଚାଲି ଯିବା ପାଇଁ ବାପା କହୁଥିଲେ।

   ବୋଉ କୁ ଚାହିଁବା ରୁ , ସେ ବି ଚୁପ ଥିଲା ଆଉ ବାପା ଙ୍କର କଥା ମାନିବା କୁ କହୁଥିଲା । ମୁଁ ବି ବୁଝି ପାରୁ ନ ଥିଲି , ମୋର ଭୂଲ କେଉଁଠି ରହିଲା ।

     ହାତ ଯୋଡି ଅନୁ ର ବ୍ୟବହାର ପାଇଁ ଦୁହିଁଙ୍କ ପାଖରେ ଭୂଲ ମାଗିଲେ ବି ସେମାନେ ମତେ ରାଣ ଦେଇ ଘର ଛାଡ଼ି ଚାଲିଯିବା କୁ କହୁଥିଲେ ।

 

ଆଜି ର ଏ ଅଗ୍ନି ପରୀକ୍ଷା କୁ କେମିତି ବା ସମ୍ନା କରିବି କିଛି ବୁଝି ପାରୁ ନ ଥିଲି । ସମସ୍ତ ଙ୍କର ଆଖିରେ ଆଜି ଲୁହ । ଶେଷ ରେ ବାପା ବୋଉ ଙ୍କର ରାଣ କୁ ସମ୍ମାନ ଦେଇ ଘର ଛାଡ଼ି ଅନୁ ଙ୍କ ସହ ଯିବା ପାଇଁ ଘରୁ ବାହାର କୁ ଆସେ ତ ......


        ଘର ସାମନାରେ ପୋଲିସ ଗାଡି ଆସି ଲାଗିଲା ।

ଏ ସମୟ ରେ ଆମ ଘରେ ପୋଲିସ ଗାଡି ଆସି ଲାଗିବା ର କାରଣ କେହି ବି କିଛି ବୁଝି ନ ପାରି ପରସ୍ପର ର ମୁହଁ କୁ ଚାହିଁ ରହିଥିଲୁ ।

     ମୁଁ ଭାବୁଥିଲି ସତରେ କଣ ଅନୁ ବାପା ବୋଉ ଙ୍କ ନାଆଁ ରେ ପୋଲିସ ରେ ବଧୂ ନିର୍ଯାତନା ର କେସ ଫାଇଲ କରି ଦେଇଛନ୍ତି ଫୋନ କରି ।

    ଆଉ ସେମିତି ଯଦି ହୋଇଥିବ , ମୁଁ କେବେ ବି ଅନୁ ଙ୍କୁ ମାଫ କରିବି ନାହିଁ !!!!!!

     ଗାଡି ରୁ ଓଲ୍ଲେଇ ପୋଲିସ ଆମ ପାଖକୁ ଆସୁଥିଲେ ।

  

        କ୍ରମଶଃ...............

   


Rate this content
Log in

Similar oriya story from Drama