ସୁନା ବୋହୂ ଭାଗ -୨୨
ସୁନା ବୋହୂ ଭାଗ -୨୨
【 ପୂର୍ଵ ଭାଗରେ ଆପଣ ମାନେ ପଢିଥିଲେ , ଈଶ୍ୱରୀ ଘରକୁ ଆସିଲା ପରେ ବାପା ବୋଉଙ୍କ ମନ ଖୁସି ଥାଏ । ଆଉ ଅନୁ ରାଗରେ ମନେ ମନେ ଜଳି ଚାଲି ଥିଲେ ....ଆଉ ଏବେ ଆଗକୁ】
ଅନୁଙ୍କର ସମ୍ନାରେ ମନ୍ଦିର ଯିବା ପାଇଁ ଈଶ୍ୱରୀ ଆଉ ମୁଁ ବାଇକରେ ଚାଲିଗଲୁ ।
ଏହା ଭିତରେ ଆମେ ମହାଦେବଙ୍କର ଦର୍ଶନ ସାରି , ମନ୍ଦିର ପାଖରେ ଥିବା ଦହିବରା ଵାଲା ପାଖରୁ ଦହି ବରା ଖାଇ ଫେରି ଆସିଲୁ । ପିଲାଦିନର ଅନେକ ସ୍ମୃତି ଏଇ ପଖାରେ ଥିବା ସ୍କୁଲ , କଲେଜ , ନଦୀ ବନ୍ଧ ଠାରୁ ଆରମ୍ଭ କରି ସବୁ ଆଡେ ବୁଲି ଆସିଲୁ ।
:- ସତରେ ରାମ , ତୁମ ପରି ପିଲାକୁ ଜୀବନ ସାଥି ପାଇ ଅନୁ ଖୁସି ହେବା କଥା କିନ୍ତୁ ଅନୁର ବ୍ୟବହାର ଆଉ ଅହଙ୍କାର କଣ ବାହାଘର ଆଗରୁ ଏମିତି ଥିଲା । ତୁମେ ଅନୁର ଭଲ ପାଇବାରେ କେମିତି ପଡ଼ିଲ ??
:- ବାହାଘର ଆଗରୁ ଅନୁଙ୍କର ସେମିତି କିଛି ବି ମୁଁ ନୋଟିସ କରି ନାହିଁ କିନ୍ତୁ ହଁ , ସେ ଟିକେ ନିଜ ଦୁନିଆରେ ରହିବାକୁ ପସନ୍ଦ କରୁଥିଲେ । ପ୍ରଥମ ଦେଖା ପର ଠାରୁ , ଏମିତି ଜଷ୍ଟ ଫ୍ରେଣ୍ଡସିପ ଥିଲା କିନ୍ତୁ କାହିଁକି କେଜାଣି ଅନୁଙ୍କର ବାରମ୍ବାର ଫୋନ ଆସିବା , ଏକାଧିକ ବାର ହକ୍ ମୋ ଉପରେ ସାବ୍ୟସ୍ତ କରିବାକୁ ଯାଇ ବାହାରେ ସପିଙ୍ଗ ଆଉ ଡିନର ଆଦି କରିବା ଭିତରେ , ଅନୁ ଶେଷରେ ମତେ ପ୍ରପୋଜ କରିଥିଲେ ।
ସେ ସମୟରେ ନିଷ୍ପତ୍ତି କଣ ନେବି କିଛି ବୁଝି ପାରୁନଥିଲି । ସେ ମତେ ପାଇବା ପାଇଁ କିଛି ବି କରି ପାରନ୍ତି କହିଲା ପରେ ମୁଁ ଡରି ଯାଇଥିଲି । ଥରେ ହୋଟେଲରେ ଡିନର କରିବା ସମୟରେ ମୁଁ କାହିଁକି ତାଙ୍କୁ ଭଲ ପାଏ ବୋଲି କହୁ ନାହିଁ ରାଗିକି ସେଥିପାଇଁ ଛୁରୀରେ ମୋ ସମ୍ନାରେ ହାତ କାଟି ଦେଇଥିଲେ ।
ତାଙ୍କର ଜିଦି ଆଉ ମୋ ପ୍ରତି ଦୁର୍ବଳତା ଭରା ଭଲ ପାଇବା ଦେଖି ଶେଷରେ ମୁଁ ତାଙ୍କ ପ୍ରସ୍ତାବରେ ରାଜି ହୋଇ ଯାଇଥିଲି । ତା ପରେ ଧୀରେ ଧୀରେ ଆମ ଭିତରେ ସବୁ କିଛି ନରମାଲ ହୋଇଗଲା । ମୋର ସବୁ ଭଲ ମନ୍ଦ ବୁଝାସୁଝା କରୁଥିଲେ । ବାହାଘର ପୂର୍ବରୁ ବି ଜେଜେ ମାଆ ଯାହା ସବୁ କହୁଥିଲେ , ପାଖରେ ବସି ଶୁଣି ଦାୟିତ୍ୱର ସହ କରିବେ ବୋଲି କଥା ମଧ୍ୟ ଦେଇଥିଲେ ।
କିନ୍ତୁ ଆଜି ମୋ ଭାଗ୍ୟର ବିଡ଼ମ୍ବନା ଦେଖ ଅନୁକୁ ଏତେ ଭଲ ପାଇବା ଦେଲା ପରେ ବି ସେ ମତେ ଆଉ ମୋ ପରବାରକୁ ବୁଝିବା ପାଇଁ ଥରୁଟିଏ ବି ଚେଷ୍ଟା କରୁନାହାନ୍ତି ।
:- ଡୋଣ୍ଟ ଓରି ରାମ ! ଏଭରିଥିଙ୍ଗ ଉଇଲ ବି ଅଲ ରାଇଟ ସୁନ।
ଦେଖ ରାମ , ମୁଁ ଚାହୁଁ ନାହିଁ ତୁମ ଦି ଜଣଙ୍କ ଭିତରେ ମୋ ପାଇଁ ଆହୁରି କିଛି ବେଶି ଝଗଡା ହେଉ । ଜେଜେ ମାଆଙ୍କ ସହ ତୁମ ପରିବାରର ସମସ୍ତଙ୍କର ମୁହଁରେ ମୁଁ ହସ ଦେଖିବାକୁ ଚାହେଁ । ପିଲାଟି ଦିନରୁ ଦେଖି ଆସିଛି ସେଇ ଖୁସି ଆଉ ପରସ୍ପରଙ୍କ ଭିତରେ ଥିବା ଉତ୍ତମ ବୁଝାମଣାର ସଂପର୍କର ଡୋରକୁ ପରିବାର ମଧ୍ୟରେ। ଆଜି ଅନୁକୁ ଭଲ ବାଟକୁ ଫେରେଇ ଆଣିଲେ ତୁମ ପରିବାର ଆଉ ଥରେ ହସି ଉଠିବ ।
:- ତୁମ ସହ ମୁଁ ଅଛି ଆଉ ଆଗକୁ ମଧ୍ୟ ଥିବି । ସମାଜରେ ଆଉ ମୁଣ୍ଡ ଉଠାଇ ଚାଲିବା ସମ୍ଭବ ହେଉ ନାହିଁ । ଶିକ୍ଷିତ ବୋହୂ ଘରକୁ ଆଣି ଏମିତି କାଣ୍ଡ କରୁଛି ଯେ , ଲୋକେ ଥଟାରେ ଦାଣ୍ଡରେ କହି ଘର ର ମଜାକ ଉଡାଉଛନ୍ତି ।
ଏ ସବୁ ଶୁଣି ଆଉ ଦେଖି , କେତେ ଲୋକଙ୍କର ମୁହଁକୁ ମୁଁ ଚୁପ କରେଇ ପାରିବି ! ଜାଣିଛ ଅରୁ ଆଜିର ଦୁନିଆଁରେ ଭଲ ପାଇଁ ବିବାହ କରିବା ଯେତିକି କଷ୍ଟ ତା ଠୁ ବି ଅଧିକ ଦୁଃଖ ଲାଗେ ଘର ଭିତରେ ଯଦି ସମସ୍ତଙ୍କର ସମ୍ପର୍କରେ ଉତ୍ତମ ବୁଝାମଣା ନ ରୁହେ । ଆଜି ମୁଁ ସେମିଟିକା ଏକ ଅଡ଼ୁଆ ସୂତାର ଖିଅକୁ ହାତରେ ଧରି ବସିଛି । ଯେତେ ଚେଷ୍ଟା କରୁଛି ତାକୁ ସଜାଡି ଠିକ କରିବାକୁ ଅନୁ ଆହୁରି ବେଶି ତାକୁ ଅଡ଼ୁଆ କରିବାକୁ ଲାଗି ପଡିଛନ୍ତି ।
ଦୁହେଁ କିଛି ସମୟ ନଈ କୂଳରେ ବସି କଥା ହୋଇ ଫେରି ଆସିଲୁ ଘରକୁ ।
ମୁଁ ଆସି ରୁମ୍ ରେ ପହଞ୍ଚି ଦେଖ ତ ବୋଉର ଦେହ ଭଲ ନାହିଁ । ତାକୁ ହଠାତ୍ ଭୀଷଣ ଜ୍ୱର ହୋଇଛି । ବୋଉଙ୍କୁ ନେଇ ଡାକ୍ତର ଦେଖେଇ ଆସିଲା ପରେ ଜାଣିଲି , ୟୁରିନ ଇଂଫେକ୍ସନରେ ଜର ଆସିଛି । ଈଶ୍ୱରୀ ବୋଉଙ୍କ ପାଖରେ ରହି ସବୁ କିଛି ବୁଝା ସୁଝା କରିବା ସହ ରୋଷେଇ ବି ରାତି ପାଇଁ ସାରି ଦେଇଥାଏ ।
ସମୟ ଆସି ଆଠଟା ବାଜିବ , ଘର ସମ୍ନାରେ କାରରୁ ଓଲେଇ ଆସି ଅନୁ ଧୁମ ଧୁମ ହୋଇ ନିଜର ବେଡ଼ ରୁମ ଭିତରକୁ ଚାଲିଗଲେ ।
ବାପା ସୋଫାରେ ବସି ଟିଭି ଦେଖୁଥିଲେ ଆଉ ମୋ ସହ ଅରୁ ମାଆଙ୍କ ପାଖରେ ବେଡ଼ ଉପରେ ବସି ରହିଥିଲେ ।
ଉପର ମହଲାରୁ ରୁମରେ ଥାଇ ଅନୁ ମତେ ଡାକିବାରୁ ମୁଁ ଉଠିକି ଆସିବାକୁ ବାହାରିଲା ବେଳକୁ ଈଶ୍ୱରୀ ମତେ ଅଟକାଇ ଦେଲେ ।
ମୋ ଯିବାରେ ବିଳମ୍ବ ହେବାରୁ , ଅନୁ ରାଗରେ ମୁହଁ ନାଲି କରି ଆସି ବୋଉଙ୍କର ରୁମରେ ପହଞ୍ଚି ଗଲେ ।
:- ତୁମକୁ କଣ ଶୁଣା ଯାଉନି । କେତେ ଥର ଆଉ ଡାକିଲେ ଶୁଣିବ !
:- ମୋ ପାଖରେ ଏମିତି କଣ ତୁମର ଇମ୍ପୋଟାଣ୍ଟ କାମ ଥିଲା କି?
ଦେଖୁଛ ବୋଉଙ୍କର ଦେହ ଭଲ ନାହିଁ , ଯାହା କହିବାର ଅଛି ଏଇଠି କୁହ ।
:- ଆମ ସ୍ୱାମୀ ସ୍ତ୍ରୀଙ୍କର କଥା ମୁଁ କୌଣସି ବାହାର ଅପରିଚିତ ଲୋକଙ୍କ ସମ୍ନାରେ କଥା ହୋଇ ପାରିବି ନାହିଁ ।
:- କାହାକୁ ଅପରିଚିତ ଆଉ ବାହାର ଲୋକ କହୁଛ , ଈଶ୍ୱରୀ ଏଇ ଘରର ସଦସ୍ୟ । ତାଙ୍କରର ସମସ୍ତ ଅଧିକାର ଏ ଘର ଉପରେ ଅଛି ।
:- ତୁମେ ଆସିବ ନାହିଁ ତ ଠିକ ଅଛି । ବୋଉଙ୍କର କଣ ଏମିତି ହେଇଛି ଯେ ସମସ୍ତେ ଘେରି କି ବସିଛ ଶୁଣେ ?
:- ବୋଉଙ୍କର ୟୁରିନ ଇଂଫେକ୍ସନ ହୋଇ ଜର ହୋଇଛି ।
:- ସାମାନ୍ୟ ଜର ପାଇଁ ତୁମର ଏତେ ଚିନ୍ତା । ଆଣ୍ଟି ବାୟଟିକ ଦେଇ ଦେଲେ ଜର ଆପେ କମିଯିବ । ମତେ ବହୁତ ଭୋକ ହେଲାଣି ଘରେ କିଛି ରୋଷେଇ ହୋଇଛି ନା ନାହିଁ ।
:- କିଏ ରୋଷେଇ କରିବ ଈଶ୍ୱରୀ ପଚାରିଲେ ଅନୁକୁ ?
:- ମୁଁ କିଛି ତୁମକୁ ପଚାରିଲି କି ? ମୋ ସ୍ୱାମୀଙ୍କ ସହ କଥା ହେଉଛି । ତୁମେ ଚୁପ ରୁହ । ମୁଁ ବାହାର ଲୋକଙ୍କ ମୁହଁରେ ଲାଗେ ନାହିଁ ।
:- ଆଛା , ଏମିତି କଥା ତା ହେଲେ ଅରୁ କହୁଥିଲେ , ଯଦି ବାହାର ଲୋକଙ୍କ ମୁହଁରେ ଲାଗିବ ନାହିଁ ତା ହେଲେ ବାହାର ଲୋକଙ୍କର ହାତ ତିଆରି ଖାଦ୍ୟ ବି ତୁମେ ବୋଧ ହୁଏ ଖାଇବା କେମିତି । ଆଉ ମୁଁ ଯଦି ବାହାର ଲୋକ ହେଲି ହୋଟେଲ ଵାଲା କଣ ଆମ ଘର ଲୋକ କି ? ତା ମାନେ ଆଜି ଭାଉଜ ସଆନ୍ତାଣୀଙ୍କର ହାତ ରନ୍ଧା ଖାଇବାକୁ ମିଳିବ ,ବା ଦେଖିବା କଥା ତୁଳନାରେ କାମରେ ଭାଉଜ ଆମର କେତେ ମାହିର !
:- ମୁଁ ସେ ରୋଷେଇ କାମ କରି ପାରିବି ନି , ଏତେ କାମ କରି ମଣିଷ ଅଫିସରୁ ଆସି ଏଠି ସମସ୍ତଙ୍କୁ କିଏ ବା ମୋର ରୋଷେଇ କରି ଦେବ ।
ଖାଇଲେ ଖାଅ ନ ହେଲେ ନାହିଁ । ମୁଁ ଯାଉଛି ଜୋମାଟ କି ସ୍ୱିଗରେ ମୋ ପାଇଁ ଅଡ଼ର୍ର ଦେଇ ଦେବି ।
ଏତିକି କହି ଅନୁ ରାଗିକି ଚାଲିଗଲେ ।
:- ବୋଉ କହୁଥିଲେ , କଣ ପାଇଁ ପିଲାଟା ସହ ଲାଗୁଛୁ ଅରୁ । ସମୟ ଆସିଲେ ନିଶ୍ଚିତ ସେ ଆପେ ବଦଳି ଯିବ ।
:- ଆଣ୍ଟି ଆପଣ କିଛି ଚିନ୍ତା ନ କରି ଶୋଇ ରୁହନ୍ତୁ । ମୁଁ ଅଛି ପରା , ସବୁ କିଛି ଠିକ କରିଦେବି ।
ରାତି ଆସି ଦଶଟା ବାଜିବ । ଅନୁ ରାଗରେ ସିନା ଈଶ୍ୱରୀଙ୍କ ସହ ଝଗଡା କରି ଚାଲି ଆସିଲେ କିନ୍ତୁ ଅଡ଼ର୍ର ବା କେମିତି ଆଜି ଦେବେ । ମାସ ଶେଷ ରବିବାର ଆଜି ପରିବା ଆଉ ମାଛ ମାର୍କେଟ ଛଡା ବାକି ସବୁ ବନ୍ଦ ।
ଅରୁ ବୋଉ ଆଉ ଜେଜେ ମାଆଙ୍କୁ ଖାଇବା ସହ ମେଡିସିନ ଦେଇ ଆସି ବାପା ଆଉ ମତେ ଡିନର କରିବା ପାଇଁ ଡାକିଲେ ।
ବାପା ଆଉ ମୁଁ ଡିନର ଟେବୁଲରେ ବସି ଥାଉ । ଅରୁକୁ ମର୍ଟନ ବେଶି ପସନ୍ଦ ବୋଲି ବାପା ଆଣି ଥିଲେ । ମର୍ଟନ ବସ୍ନାରେ ଅନୁ ଖାଲି ରୁମ ବାହାରୁ ଭିତରକୁ ଯିବା ଆସିବା କରୁ ଥାନ୍ତି ସିନା ଖାଇବାର ଲାଳସାରେ ଛଟ ପଟ ହୋଇ ତଳକୁ ଆସି କହିପାରୁନଥାନ୍ତି ।
:-ଭାଉଜ ରାଣୀ କଣ ଅଡ଼ର୍ର ଆସିଲା ନାହିଁ କି ?? ଓଃ ହୋ ସୋ ସ୍ୟାଡ଼ ।
ଆଜି ଘରେ ବାହାର ଲୋକ ମର୍ଟନ ରୋଷେଇ କରିଛି । ଯଦି ପେଟରେ ଭୋକ ଅଛି ମୁହଁରେ ରାଗ ରଖି ଆଉ କି ଲାଭ।
:- ବାପା କହୁଥିଲେ , ବୁଝିଲୁ ଅରୁ ତୋ ହାତ ରନ୍ଧାର ଜବାବ ନାହିଁ । ସତରେ ବହୁତ ସୁଆଦିଆ ହୋଇଛି । ଅନେକ ଦିନ ପରେ ଖାଇବାରେ ଟିକେ ଶାନ୍ତି ଲାଗିଲା ।
:- ଈଶ୍ୱରୀ ଆଉ ମୁଁ ଦୁହେଁ ଦୁହିଁଙ୍କୁ ଚାହିଁ ଚୁପ ଚାପ ଥିଲୁ । ଆମେ ଖୁସିରେ ନିଜର ଖାଇବା ସବୁ ସାରି ଦେଇ ଉଠିଗଲୁ ।
ଅନୁ ତ ପୁରା ଜିଦିଆ ଆଉ ଗର୍ବୀ । ଫିର ବି ତାଙ୍କର ଖାଦ୍ୟ ପ୍ରତି ବହୁତ ଦୁର୍ବଳତା ଥାଏ । ବାପା ବି ଖାଇ ସାରି ଘର ଭିତରକୁ ଶୋଇ ବାକୁ ଚାଲି ଗଲେଣି । ବାକି ଥିବା ଖାଦ୍ୟ ଟେବୁଲ ଉପରେ ସେମିତି ଅରୁ ରଖିଥାଏ ।
କିଛି ସମୟ ଘରର ଲାଇଟ ଅଫ ହେଲା ପରେ ଆମେ ଶୋଇବା ବାହାନାରେ ନିଜ ନିଜର ରୁମକୁ ଚାଲି ଗଲୁ । ପଖା ପାଖି ଗୋଟେ ଘଣ୍ଟା ପରେ ଅନୁ ଭାବିଲେ ସମସ୍ତେ ଶୋଇ ଗଲେଣି ମଉକା ପାଇ କେହି ନଥିବା ଜାଣି ଚୁପ ଚାପ ଆସି ଟେବୁଲରେ ଖାଇବା ବାଢ଼ି ଖାଇବା ଆରମ୍ଭ କଲେ ।
କିଛି ସମୟର ତାଙ୍କର ଖାଇବା ଭିତରେ ମୁଁ ଆଉ ଅରୁ ଲୁଚି ଲୁଚି ଦୂରରୁ ଦେଖୁଥିଲୁ । ଖାଇବା ଆଉ ପିଇବା ଏକା ସାଙ୍ଗରେ ତାଙ୍କର ଦେଖି ମତେ ସନ୍ଦେହ ହେବାରୁ ଅରୁକୁ ଚାହିଁବାରୁ , ସେ ହସି କି କହିଲା କଣ ନିଜ ପତ୍ନୀର ଦୁଃଖ ଦେଖି ପାରୁ ନାହୁଁ।
ବୁଝିଲୁ , ଆଜି ମହାରାଣୀ ଯେତିକି ଯେତିକି ଖାଉଥିବ ସେତିକି ରାଗରେ ତାର ପାଟି ଅଧିକ ପୋଡ଼ୁ ଥିବ । କହିଲା କଣ ନା ମୁଁ ବାହାର ଲୋକ ଆଉ ମୋ ହାତ ରନ୍ଧା ଛୁଇଁବ ନାହିଁ । ରହରେ ଝିଅ ମତେ ବି ଭଲ ଭାବରେ ନାମ ଦେଇ ଆସେ । ମୁଁ ଜାଣିଥିଲି ସେ (ଅନୁ) ଖାଇବାକୁ ଆସିବ ସେଥିପାଇଁ ମର୍ଟନରେ ଭଲ କରିରେଡ଼ ଚିଲି ଆମେ ଖାଇ ସାରିଲା ପରେ ମିଶେଇ ଦେଇଥିଲି ।
ମର୍ଟନ ତରକାରୀ ରାଗରେ ଅନୁ ପୁରା ଲୁହ ପୋଛି ପୋଛି ଖାଇ ଚାଲିଥିଲେ । ସେ ଆସିବ ଆଗରୁ ଅରୁ ଆଉ ମୁଁ ଦୁହେଁ ଶୋଇବା ପାଇଁ ଚାଲି ଗଲୁ । ଗଲା ବେଳେ ଅରୁ କହିଲା କାଲି ସକାଳେ ଆଉ ଗୋଟେ ଡ୍ରାମା ଦେଖିବୁ ରହ ।
ବୁଝିଲୁ ତୋ ଧର୍ମ ପତ୍ନୀ କାଲି ଏମିତି ପଥ ପଚାରି ବାପ ଘର ଯିବ ଆଉ ଆଯୋଦ୍ଧା ମନ ନ କରିବ ।
ସକାଳ ହେବା ପାଇଁ ଅପେକ୍ଷା କର ! ଗୁଡ଼ ନାଇଟ କହି ଅରୁ ଚାଲିଗଲା ।
ମୁଁ ଭାବୁଥିଲି ଅରୁ କଣ ଏମିତି କରିବ ଯେ ଅନୁ ଫୁଣି ଥରେ ପ୍ରୋବ୍ଲେମରେ ପଡିବ । ମୁଁ ଭଲ ଭାବରେ ଅରୁ କି ଚିହ୍ନିଛି , ରାଗ ରଖି ବଦଲା ନେବାରେ ସେ ମାହୀର । ମତେ ପିଲାଦିନେ କମ ପ୍ରୋବ୍ଲେମରେ ପକେଇଛି କି ?
ଆଉ ଆଜି ଅନୁର ପାଳି । ଗଲା ସବୁ ସରିଲା ।
ସକାଳ ହେଲେ ବାକି ଯାହା ଜଣା ପଡିବ ।
ମୁଁ ଚୁପ ଚାପ ଯାଇ ବେଡ଼ରେ ଶୋଇ ପଡ଼ିଲି । ଅନୁ ରାଗରେ ବଳକା ମର୍ଟନ ଖାଇ ସୁ ସାଁ ହୋଇ ଆସି କିଛି ନ କରିଲା ପରି ରୁମରେ ଶୋଇ ପଡ଼ିଲା ।
ମଝିରେ ମଝିରେ ତାର ରାଗର ସୁ ସାଁ ଶବ୍ଦ ଶୁଣି ମୁଁ ମନେ ମନେ ବହୁତ ଖୁସି ହେଉ ଥାଏ ।
କ୍ରମଶଃ ........
