ସୁଜାତା
ସୁଜାତା
"ଝିଅଟିର ନାମ ସୁଜାତା ମହାପାତ୍ର ।ରଙ୍ଗ ସାବନାରଙ୍ଗ ଆଉ ପୁରା ପିଲାଳିଆ ମୁହଁ। ଭାରି ଭଦ୍ର ନମ୍ର ଆଉ ସୁଶିଳା ଝିଅଟି । ବାପା ମାଆଙ୍କ ଆଗ୍ରହ ଆଉ ନିଜ ଗୋଡ଼ରେ ନିଜେ ଠିଆ ହେବା ଇଛା ଯୋଗୁ ସେ software enginer ଭାବରେ ଗୋଟେ ଘରୋଇ କମ୍ପାନୀରେ କାର୍ଯ୍ୟରତ "। ଏତକ କହି ସାରିବା ପରେ ଜ୍ୟୋତିଷ ଆଜ୍ଞା ଟିକେ ଚୁପ୍ରହି ବିନୋଦକୁ ଅନେଇ ପଚାରିଲେ-" ପୁଅ ତମେ କହିବ ଯଦି ସେ ଝିଅଟି ସହ ତମର ପ୍ରସ୍ତାବ ପକେଇବି ନହେଲେ ଆଉ କୋଉ ଝିଅ ଦେଖିବା "। ବିନୋଦ ଟିକେ ଚୁପ୍ରହି ଭାବିବାକୁ ଲାଗିଲା । ପ୍ରଥମେ ପ୍ରଥମେ ଗାଁରୁ ଏତେ ଦୂରରେ ଚାକିରୀ କରିବାକୁ ଅମଙ୍ଗ ହେଲେ ମଧ୍ୟ ଘରର ପରିସ୍ଥିତି ସୁଧାରିବାକୁ ବାପାଙ୍କୁ କରଜରୁ ମୁକୁଳେଇବା ପାଇଁ ସେ ଚାକିରୀରେ ଯୋଗ ଦେଇଥିଲା । ଚାକିରୀକୁ ମାତ୍ର ବର୍ଷ କେଇଟା ହେଇଚି ମାଆର ଜିଦି ଯୋଗୁ ବାଧ୍ୟ ହୋଇ ବିବାହ କରିବାକୁରାଜି ହୋଇଥିଲା ସେ । ପୁଣି ଥରେ ଜ୍ୟୋତିଷ ଆଜ୍ଞାଙ୍କ ଡାକରେ ନିଜକୁ ପ୍ରକୃସ୍ଥିତ କରେଇ ଭାବନାରାଇଜରୁ ବାହାରକୁ ବାହାରି ବିନୋଦ ସୁଜାତା ସାଥୀରେ ପ୍ରସ୍ତାଵ ପକେଇବାକୁ ହଁ ଭରିଥିଲା । ଝିଅ ସହ ଦେଖା କରିବାକୁ ନିଜକୁ ପୂର୍ଣ୍ଣରୂପରେ ପ୍ରସ୍ତୁତ କରି ଛୁଟି ଦିନ ଦେଖି ଗୋଟେରବିବାର ବାହାରି ପଡ଼ିଲା ବିନୋଦ ଜ୍ୟୋତିଷ ଆଜ୍ଞାଙ୍କ ସାଥୀରେ । ଝିଅଟି ଆଉ କେହି ନଥିଲେ , ତାର ଅତି ପରିଚିତ ଚେହେରା ସୁଜାତା ଯ ସୁଜାତା ମହାପାତ୍ର ହୋଇଥିବ ସେ ଭାବି ପାରି ନଥିଲା।ରଣଚଣ୍ଡି ସୁଜାତା ଯିଏ ଆଜି ନୀରିହ ଝିଅଟିଏ ପାଲଟି ଯାଇଛି ତା ଆଖିକୁ ବିଶ୍ୱାସ ହଉନଥିଲା । କସ୍ତା ଶାଢ଼ୀ ଖଣ୍ଡିଏ ପିନ୍ଧି କିଛି ସାମାନ୍ୟ ପ୍ରସାଧନ ସାମଗ୍ରୀ କୁ ମୁହଁରେ ବୋଳି ସୁଜାତା ଯ କୋଉରାଇଜରରାଜକୁମାରି ପରି ଅନୁଭୂତ ହଉଥିଲା। ତାପରେ ଚାଲିଥିଲା ଦୁଇଟି ମନର ଛକା ପଞ୍ଜା। ସୁଜାତା ଆଉ ବିନୋଦ ଦୁହେଁ ପୁରୁଣା ଦିନର ସ୍ମୃତି ଚାରଣ କରୁଥିଲେ । ସୁଜାତାର ନୂଆରୂପ ଦେଖି ମୂକ ପାଲଟି ଯାଇଥିଲା ବିନୋଦ। ଯଦି କେହି ସୁଜାତା କୁ ତା କଲେଜ୍ ସମୟରେ ଦେଖିଥିବ ଆଉ ଏବେ ଦେଖିବ ସେ କିଛି ସମୟ ହତବାତ୍ ହୋଇ ଚାହିଁରହିବ ।
ଯଦିଓ ଵିନୋଦକୁ ଏହି ବଦଳା ଦୃଶ୍ୟ ଆଶ୍ଚର୍ଯ୍ୟ ଚକିତ କରିଥିଲା ତଥାପି ସେଦିନ ଅଭ୍ୟର୍ଥନାରେ ସାମାନ୍ୟ ସନ୍ତୋଷ ପ୍ରକାଶ କରି ସେ ଫେରି ଆସିଥିଲା। ବିନୋଦ ଘରକୁ ଆସି ମନେ ପକାଉଥିଲା କଲେଜ ଇଲେକ୍ସନ ବେଳର ଘଟଣା କ୍ରମ। ଜେନେରାଲ ସେକ୍ରେଟାରୀ ଭାବେ ସୁଜାତା କଲେଜ ପାଇଁ ବୋହୁତ କିଛି କରିଥିଲା, ତାକୁ ଠିକ୍ ଜଣା ଥିଲା ପଇସା କୋଉଠୁ ଆସି କୋଉଠି ଉପଯୋଗ କରିହେବ । ଯେତିକି ଫଣ୍ଡ୍ ତାକୁ ଆସୁଥିଲା ସେତିକି ଫଣ୍ଡ ଉପରେ କଲେଜର କର୍ତ୍ତୃପକ୍ଷ ଙ୍କ ନଜର ଥିଲା ସେଥିପାଇଁ ତାକୁ ବୋହୁତ ଗୁଡେ ଅସୁବିଧାର ସମ୍ମୁଖୀନ ହବାକୁ ପଡ଼ିଥିଲା । ବାସ୍ ଏତିକି ଜାଣିଥିଲା ବିନୋଦ ସୁଜାତା ବିଷୟରେ । ତାକୁ ସେ ନିତି ଦେଖୁଥିଲା କେବେ କୋଉ ଜନମୋର୍ଚ୍ଚାରେ ତ କେବେ କଲେଜର ଲାଇବ୍ରେରୀରେ । ଖୁବ ଚଞ୍ଚଳ, ଜିନ୍ଦାଦିଲ, ପ୍ରଫୁଲ୍ଲିତ ଓ ତେଜମାନ ଚରିତ୍ରଧାରୀ ସୁଜାତା ଯେ ଆରେଞ୍ଜ ମ୍ୟାରେଜ୍ କରିବ କେହି କେବେ ଭାବି ନଥିବେ ।
ଯେଉଁ ସ୍ଥା
ନରେ ଯେଉଁବି ସମୟରେ ସୁଜାତାର ଆବିର୍ଭାବ ହଉଥିଲା,ସେହି ସ୍ଥାନରେ ସେହି ସମୟରେ ଖୁସିର ଲହରି ଖେଳି ଯାଉଥିଲା। ଠିକ୍ ଏତିକି ସମୟରେ ପୁଣି ଥରେ ଜ୍ୟୋତିଷ ଆଜ୍ଞାଙ୍କ ଫୋନ୍ କଲ୍ ଆସିଗଲା, ବିନୋଦ ନିଜର ସବୁ ଭାବନାର ପୂର୍ଣ୍ଣଛେଦ ଟାଣି ସୁଜାତା ସାଥିରେ ବିବାହ ନିମନ୍ତେ ନିଜର ସମ୍ମତି ଜଣାଇଥିଲା। ବିନୋଦ ମନ ଏବେ ବି ମାନୁ ନଥିଲା ଯେ ସୁଜାତାରାଜନୀତି ଛାଡ଼ି software Engineer କୁ ନିଜର ପ୍ରଫେଶନ ବନେଇ ସାରିଥିଲା । ସେ ଯାହା ହଉ ଉଭୟ ପକ୍ଷର ସହମତିରେ ବାହାଘର ସୁରୁଖୁରୁରେ ହୋଇଗଲା। ବିନୋଦ ଅନୁଭବ କରି ପାରୁଥିଲା ସୁଜାତାରରାଜନୀତି ପ୍ରତି ବିମୁଖ ଭାବ କିନ୍ତୁ କିଛି ପଚାରି ପାରୁ ନଥିଲା ।
ସବୁ କିଛି ଠିକ୍ ଠାକ୍ ଚାଲିଥିଲା, ଦିନେ ସେମାନଙ୍କୁ କଲେଜ ତରଫରୁ ପୁରୁଣା ବନ୍ଧୁ ମିଳନ ନିମନ୍ତେ ଡାକରା ଆସିଥିଲା । ସୁଜାତା ପ୍ରଥମେ ଯିବାକୁରାଜି ନଥିଲା କିନ୍ତୁ ବିନୋଦର ଅନୁରୋଧ ଯୋଗୁଁ ରାଜି ହୋଇଗଲା । ପୁରା ଦିନ ସେମାନେ କଲେଜରେ ବୋହୁତ ଭଲରେ ବିତେଇ ଥିଲେ, ପୁରୁଣା ସାଙ୍ଗମାନଙ୍କ ସହ ମିଶି ମଜା କରିଥିଲେ। ସେଦିନରାତିରେ ଫେରିବା ବାଟରେ ବିନୋଦ ସୁଜାତାକୁ ପଚାରି ଜାଣିବାକୁ ଚେଷ୍ଟା କରିଥିଲାରାଜନୀତି ପ୍ରତି ତାର ବିମୁଖ ଭାବ କାହିଁକି ! କାରଣ ବିନୋଦକୁ ଜଣା ଥିଲା ସୁଜାତାର ସମାଜ ସେବା ମନଭାବ ବିଷୟରେ, କିଛିତ ଘଟିଛି ଯୋଉଥିପାଇଁ ସୁଜାତାରାଜନୀତି କୁ ପୁରା ଭୁଲିବାକୁ ଚେଷ୍ଟା କରିଛି । ସେଦିନ ସୁଜାତା କହୁଥିଲା ଆଉ ବିନୋଦ ସୁନା ପିଲାଟେ ପରି ସବୁ ଶୁଣି ଚାଲିଥିଲା। କଲେଜର ସଫଳରାଜନୈତିକ କ୍ୟାରିଅର ଦେଖି କିଛି ଦଳର ଲୋକ ନିଜ ଦଳରେ ମିଶାଇବା ପାଇଁ ଉଦ୍ୟମ କରିଥିଲେ ଆଉ କିଛି ଦଳ ଝିଅ ଟେ ବୋଲି ନାକ ଟେକି ବହୁତ କଥା ଶୁଣାଉଥିଲେ ଶେଷରେ ଘରେ ନିଷ୍ପତ୍ତି ହୋଇଥିଲା ଝିଅ ସ୍ୱାଧୀନ ଭାବରେ ଇଲେକ୍ସନ ଲଢ଼ିବ ବୋଲି । ଇଲେକ୍ସନ କୁ ହାତ ଗଣତିରେ ଦିନ କେଇଟା ବାକିଥାଏ , ହଠାତ ସୁଜାତା ମାଆଙ୍କର ଆକସିଡେଣ୍ଟ ହୋଇଥିଲା ଆଉ କିଛି ଦିନ ଭିତରେ ତା ବାପାଙ୍କୁ ମାରାଣାନ୍ତକ ଆକ୍ରମଣ ହୋଇଥିଲା । ବାରମ୍ବାର ଘରକୁ ଧମକ ଭରା କଲ ଆଉ ଚିଠି ଆସିବାକୁ ଲାଗିଥିଲା। ବାପା ମାଆଙ୍କ ସେବା ଯତ୍ନ କରୁଥିବା ସୁଜାତା ଦିନ କୁ ଦିନ ଭାଙ୍ଗି ପଡୁଥାଏ । ଗୋଟେ ଦିନ କିଛି ଜଣ ଦୁର୍ବୁତ୍ତ ଜୋର ଜବର ଘର ଭିତରେ ପଶି ତା ସାଥିରେ ଅଘଟଣା ଘଟାଇବାକୁ ଚେଷ୍ଟା କରିଥିଲେ , କିନ୍ତୁ ସୁଜାତା କଷ୍ଟେ ମଷ୍ଟେ ନିଜକୁ ବଞ୍ଚେଇ ଦେଇଥିଲା ସତ ନିଜର ମାନସିକ ଭାରସ୍ୟାମ ହରାଇ ସାରିଥିଲା ।
ସୁଜାତା ପୋଲିସର ସହାୟତା ମାଗିଥିଲା କିନ୍ତୁ ବିଫଳ ହୋଇଥିଲା ସହାୟତା ପାଇବାରେ। ପରିବାରର ଜୀବନ ତା ଆଗରେ ସବୁଠାରୁ ଉର୍ଦ୍ଧରେ ଥିଲା ସେଥିପାଇଁ ସେ ସହର ଛାଡ଼ି ଆଉ ଏକ ସହର ଚାଲିଯାଇଥିଲା ମାଆ ବାପାଙ୍କ ସାଥିରେ ଆଉ ନୂଆ କରି ଜୀବନ ଗଢ଼ିଥିଲା ସଫ୍ଟୱାର ଇଞ୍ଜିନିଅର ଭାବରେ ।
ଏତେ ସବୁ ଘଟଣା ସହ ଲଢ଼ିଥିବା ଝିଅ ଯେ ଆଗ ପରି ସେଇ ସମାନ ସୁଜାତା ମହାପାତ୍ର ହୋଈରହିବ ତାର କୌଣସି ଚାନ୍ସ ନଥିଲା, ତଥାବି ବିନୋଦ ଏଥର ତା ନୂଆ ମିଶନ ପାଇ ସାରିଥିଲା।