ସୁହାଗ
ସୁହାଗ
ବଡ ପରିବାର । ଧନ ସମ୍ପତ୍ତି ବେଶି ନଥିଲେ ବି କମ୍ ନଥିଲା । ଝିଅ ଟିଏ ଜନ୍ମ ହେଲା । ଖୁସିରେ ଘରେ ଉବୁଟୁବୁ । ବାପା ମା ଙ୍କର ପ୍ରଥମ ଝିଅ ହେଲେ କାଳେ ବାପା ମା କୁ ବେଶି ଭଲ ପାଆନ୍ତି ବୋଲି କୁହାଯାଏ । ଆଉ ସେଇଆ ବି ହୁଏ । ରାଧୁ ବୁଢ଼ା ନାଲି ବୁଢ଼ୀ କୁ ଭାରି ଭଲ ପାଏ । ତା ମନ ଲାଖି ମାଛ , ଭେଳିକି ଭେଳି ରୋଷେଇ କରି ଦୋକାନରୁ ପଠାଏ । ବୁଢ଼ୀ ପେଟେ ଖାଏ । ଝିଅ ହେଲା ପରେ ଝିଅ ବି ଗେଲ ବସରରେ ବଢେ । ଝିଅ ବଢ଼ି ଯେବେ ବଡ ହୁଏ । ତା ବାହାଘର ହୁଏ । ସେତେବେଳେ ବାଲ୍ୟ ବିବାହ ଥିଲା । ଆଉ ପୁଅ ପାଟି ଝିଅ ପାଟି କୁ ପଇସା ଦେଇ ଝିଅ କିଣି ନେଉଥିଲେ । ସେବେ ଥିଲା ଅଜବ ପରମ୍ପରା । କାହିଁକି ନା ବାପା ମା ଘରେ ଝିଅ କୁ ଏତେ କଷ୍ଟରେ ପାଳିଥିବେ । ଆଉ କନ୍ୟା ଦାନ ମହା ପୁଣ୍ୟ । ସେଥିପାଇଁ ପାଉଣା ଦେଇ ଝିଅ ବାହା ହୁଅନ୍ତି। ଆଉ ଏବେ ଝିଅ ବାହା ହଉଛି ଯୌତୁକ ନେଇ ଆଉ ଯୌତୁକ ନହେଲେ ସେ ଜୀଵନ କେବେ ରେଳ ଲାଇନ ରେ ତ କେବେ ଝୁଲୁଛି ଦଉଡି ଦେଇ । ପୁଣି କେବେ ଗ୍ୟାସ ଟାଙ୍କି ଫାଟି ସେ ମରୁଛି ପୋଡ଼ି ହେଇ । ହଉ ଛାଡ଼ ଆଜିକା କଥା । ଚାଲ ଫେରିଯିବା ସେଇ ପୁରୁଣା ଯୁଗକୁ ।
ଝିଅ ଟି ନା ପଦ୍ମାବତୀ । ଘରର ପ୍ରଥମ ଝିଅ ସେ ପୁଣି ଲକ୍ଷ୍ମୀ ହୋଇ ଘରକୁ ଆସିଛି । ହସ ଖୁସିରେ ଜୀଵନ କଟିଚି ତାର । କିନ୍ତୁ ଯାହା ହାତ ଧରିଛି । ସେ ଯେ ତାକୁ ବୁଝିପାରିବ ନାହିଁ ବୋଲି ସେ କଣ ଜାଣିଥିଲା । ସମୟ ଗଡିବା ସହ ସେ ନିଜକୁ ଶକ୍ତ କରି ବଢ଼ି ଚାଲିଥିଲା । ସେଇ ଦୁଃଖେ କଷ୍ଟରେ ଜୀବନ ବଞ୍ଚିବା ସେ ଶିଖି ଯାଇଥିଲା । ଶାଶୁ ଶଶୁର ଜ୍ଵାଳା ସହ ସ୍ବାମୀ ର ଜ୍ଵାଳା ବି ସହି ନିଜ କର୍ମ କରି ବଞ୍ଚି ଚାଲିଥିଲା । ଝିଅ ପୁଅ ନେଇ ପାଞ୍ଚ ଟା ହେଲେ । ତିନି ଟା ଝିଅ , ଦୁଇଟା ପୁଅ । ସମସ୍ତଙ୍କୁ ବାହା ଦେଲା । ସେଇ ଭିତ ରେ ସେ ନିଜ ସଂସାର ଚଲେଇ ଥିଲା । ଶେଷରେ ଥିଲା ସାନ ଝିଅ । ସେ ଯେବେ ବଡ ହେଲା ମା କାନ୍ଧ କୁ କାନ୍ଧ ମିଶାଇ ତାକୁ ସାହାଯ୍ୟ କଲା। ତା ଦେହରେ ଯେମିତି ଭୀମ ପରି ବଳ ଥିଲା। ସଙ୍ଗେ ସଙ୍ଗେ ସବୁ କାମ କରି ପକାଏ । ତା ନା ଥିଲା ଆନି। କିନ୍ତୁ ତା ବାହାଘର ର ବର୍ଷେ ପରେ ଯେବେ ତା ର ଛୁଆ ହେବାର ଥିଲା । ଛୁଆ ଜନ୍ମ ଦେଇ ସନ୍ନିପାତ ରେ ଚାଲିଗଲା। ଆଉ ଛୁଆ ଟା ବି ତା ସହ ଚାଲିଗଲା ।
ଝିଅ କୁ ହରାଇଲା ପରେ ପଦ୍ମାବତୀ ର କଷ୍ଟ କହିଲେ ନସରେ । ତା'ପରେ ପୁଅ ମାନେ ଆଉ ପଚାରନ୍ତି ନାହିଁ ପଦ୍ମାବତୀ କୁ । କିନ୍ତୁ ତା ଛୁଆ ଙ୍କ ଊପରେ ତାର ଭାରି ଲୋଭ। ଯେତେ ହେଲେ ଜନ୍ମ ଦେଇଛି ଅନ୍ତ ଫାଡିକି । କଣ ବା କରିଥାନ୍ତା । ସେମିତି ରେ ଦିନ ରାତି କଟେ । ଧିରେ ଧିରେ ବୟସ ସରିଆସେ । ମୁଣ୍ଡ ଚୁଟି କଳା ରୁ ଧଳା ହେବାକୁ ଲାଗେ । ଦେହରୁ ବଳ ସବୁ କମି କମି ଯାଏ । କିଏ ବା ସାହା ହେବ ତାକୁ । ଯୋଉ ଗେରସ୍ତ ର ହାତ ଧରିଥିଲା ଛୁଆ ବେଳୁ ବାଲ୍ୟ ବିବାହରେ ସେ ତ ସାଜିଲା ନିକମା । ଧିରେ ଧିରେ ତା ଗେରସ୍ତ ବଣ କୁ ଯାଏ ଯାବତୀୟ ଜିନିଷ ଆଣେ । ବୁଢ଼ା ବୁଢ଼ୀ ସେମିତି ଚଳନ୍ତି।
ପଦ୍ମାବତୀ ତା ବାପ ଘରକୁ ବେଳେ ବେଳେ ଆସେ ନାତୁଣୀ କୁ ଧରି। ଯାବତୀୟ ବାର ବ୍ରତ କରେ। ବହୁତ୍ ଧାର୍ମିକ ସେ । ଯେତିକି ଓଷା ବାର ବ୍ରତ ସବୁ କରେ । ଦାନ କରେ ସ୍ଵଳ୍ପ ଥିଲେ ବି ସୁଦ୍ଧା । ଶ୍ରଦ୍ଧାର ସହ ଦିଏ । ସେ ବୁଦ୍ଧି ରେ ପାରଙ୍ଗମ । ଗାଁ ବୁଲି ଶୋଲା ମୋଟର ବିକି ବେପାର କରି ଚଳେ ।
କିଛି ବର୍ଷ ପୂର୍ବେ ସେ ଯାଇଥିଲା ତା ବାପ ଘର ତା ଗେରସ୍ତ ସହ । ତା ଗେରସ୍ତ କିନ୍ତୁ କେବେ ଇଚ୍ଛା କରେନି ଶଶୁର ଘରକୁ ଆସିବାକୁ । କିନ୍ତୁ ସେଥର ଯାଇଥିଲା । ତା ସଳା ଝିଅର ବାହାଘର । ପେଟ ପୁରେଇ ମନ ଭରି ଖାଇଲା ବାହାଘର ରେ । ବସି ବସି ଭଲ ଭଲ କଥା କହିଲା । ସେଦିନ ତାର ଅଧିକା ଖାଇବା ପ୍ରତି ଲୋଭ ଥିଲା । ବେଶି ଖାଇବା ରୁ ପେଟ ଢେଶି ଧରିଲା । ସେ ମଇଦାନ ଯିବାକୁ ବାହାରିଲା । ହେଲେ ପାଇଖାନା ରେ ତାର ମଇଦାନ ଯିବାର ଅଭ୍ୟାସ ନଥିଲା । କହିଲା ମୁଁ ପଡିଆ କୁ ଯିବି । ସେତେବେଳେ ରାତି ଦଶ କି ଏଗାର । ସମୟର ସହ ହେଇଗଲା ସେ ଅନ୍ତର ଧ୍ୟାନ । ଯେମିତି ଆକାଶ ଉଠେଇ ନେଲା କି ଧରତି ଗିଳି ଦେଲା ପରି । ଯେତେ ଖୋଜିଲେ ବୁଢ଼ା କୁ ଖୋଜି ପାଇଲେନି । ରାତି ଯାଇ ଦିନ ହେଲା । ପଦ୍ମାବତୀ ର ବାପ ଘର ଲୋକ ଖୋଜି ଖୋଜି ନୟାନ୍ତ । ପୋଲିସ କୁ କେଶ୍ ଦେବାକୁ ଗଲେ କାଗଜ ପତ୍ର ଯୋଗାଡ କରି ।
କିନ୍ତୁ ୨୪ ଘଣ୍ଟା ହୋଇନଥିବା ହେତୁ ନେଲେ ନାହିଁ ହଜିଥିବା କେଶ୍ । ଫେରି ଆସିଲେ ସେଠୁ । ଖୋଜି ବୁଲିଲେ ଏଣେ ତେଣେ । ସାମାଜିକ ଗଣ ମାଧ୍ୟମରେ । ଧିରେ ଧିରେ ସବୁ ଜାଣିଲେ । ନଈ , ନାଲ , ବାଡି ,ବଗିଚା , ଖାଲ ଢିପ ସବୁଆଡେ ଖୋଜା ହେଲା । ସକାଳ ଯାଇ ସୁରୁଜ ମୁଣ୍ଡ ଉପରକୁ ଆସିଲେ । ଖବର ମିଳିଲା କେହି ଜଣେ ନଈ ଗଣ୍ଡ ରେ ଭାସି ବୁଲୁଛି ବ। ସେ ଆଉ ପଦ୍ମାବତୀ ର ଗେରସ୍ତ ନୁହଁ ତ !!! ପଦ୍ମାବତୀ ର ବାପା ଘର ଲୋକ ଯାଇ ଦେଖିଲେ ତା ପୁଅକୁ ଡକେଇଲେ । ସବୁ ଯାଇ ଦେଖିଲା ରୁ ଜାଣିଲେ କି ସେ ହିଁ ପଦ୍ମାବତୀ ର "ସୁହାଗ" । ଯେ ଭାସି ଯାଇଛି ଉଛୁଳା ନଈ ର ସ୍ରୋତରେ , ନଈର ଶ୍ରୋତ କୁ ସେ ଆଉ ଶକ୍ତି ଦେଇ କାଟି ପାରିନି । ଯୋଉ ବାପା ଘରୁ ସେ ଶଙ୍ଖା ସିନ୍ଦୁର ନାଇ ସଧବା ହେଇ ଯାଇଥିଲା । ସେଇ ଘର ପାଖରୁ ସେ ଗଲା ସିନା ଶଙ୍ଖା ସିନ୍ଦୂର ହାତରେ ହେଲେ ସେତେବେଳ କୁ ହଯାଇ ଦେଇଥିଲା ନିଜ ସୁହାଗ କୁ ଉଚ୍ଛୁଳା ନଈ ର ସୁଅ ରେ । ଦିନ ପରେ ଦିନ କଟିଲା । ସେ ବି ସୁହାଗ ହରେଇ ବଞ୍ଚି ଚାଲିଛି , କେବେ ନିଃଶ୍ୱାସ ପ୍ରଶ୍ୱାସ ତାକୁ ଛାଡ଼ିଯିବ । ଆଉ ସେ ମୁକ୍ତି ପାଇବ ଏ ଜୀବନରୁ । କିନ୍ତୁ ମଣିଷ ଜନ୍ମ ଯେହେତୁ ପାଇଛି ଯେତିକି ଦିନ ବଞ୍ଚିଛି ସେ ସେହି ଭଗବାନ ଙ୍କ ନା ଧରି ଚାଲିଛି ।
ବି : ଦ୍ର:- କେତେବେଳେ କିଏ ସାଥି ହୋଇ ରହିବ ଆଉ କିଏ ମୋହ ମାୟା ତ୍ୟାଗ କରି ଦୁରେଇ ଯିବ କହି ହେବନି । କିନ୍ତୁ ଧର୍ମ ପଥେ ଯଦି ଥିବ ସାରା ଜୀବନ ଏମିତି ଭଗବାନ ଙ୍କ ନାମ ଧରି ଜୀଵନ ଚାଲିଥିବ । ଆଉ ଯେବେ ଆଖି ଚିରଦିନ ପାଇଁ ବନ୍ଦ ହେବ , ସେ ବି ସେଇ କର୍ମ ପଥେ ନୂଆ ଶରୀର ଆଶାରେ ଆତ୍ମା ହୋଇ ବୁଲୁଥିବ ।
