STORYMIRROR

Sunanda Mohanty

Classics Inspirational Thriller

3  

Sunanda Mohanty

Classics Inspirational Thriller

ସତ୍ୟମେବ ଜୟତେ

ସତ୍ୟମେବ ଜୟତେ

2 mins
312


        ହାତ ପତେଇ ପତେଇ ବୁଢୀଟି ମାଗି ଯାଚି ଚଳିଯାଏ କୌଣସି ମତେ, ପିନ୍ଧିବାକୁ କନା ତ ଦୂରର କଥା, କୋଉ କୋଉ ଦିନ ଉପାସ ଭୋକ ରେ ପେଟରେ ଓଦାକନା ପକେଇ ଶୋଇବାକୁ ହୁଏ l

   ଆଉ ସେଦିନ କାର ପାର୍କିଙ୍ଗ ଜାଗାରେ ବହୁତ ଗାଡି ଲାଗୁଥିବାରୁ, ସେଇଠିକି ଯିବାକୁ ସ୍ଥିର କରି ବୁଢୀଟି ବାହାରିଗଲା, ଗଲାବେଳେ ହେ ପ୍ରଭୁ ରକ୍ଷାକର କହିବାକୁ ବି ଭୁଲିନଥିଲା l

   ସେଦିନ ପଟ୍ଟନାୟକ ପରିବାର ବାହାରିଥାନ୍ତି ଦିଲ୍ଲୀରୁ ଆଗ୍ରା, ଆଉ ଫେରିଲା ବେଳେ ମଥୁରା ବୃନ୍ଦାବନ ହୋଇ ଆସିବାର ଯୋଜନା ରଖି, ରାତିରୁ ଦିଲ୍ଲୀ ଜଗନ୍ନାଥଙ୍କ ମନ୍ଦିରରୁ ଆସିଥିବା ମହାପ୍ରସାଦ ପ୍ୟାକେଟଟି ମଧ୍ୟ ସଙ୍ଗରେ ନେଇଆସିଥିଲେ, ବାଟରେ କିଛି କୋଉଠି ନମିଳିଲେ ସାଙ୍ଗରେ ଥିବା ଛୋଟ ଛୁଆଗୁଡା ଅନ୍ତତଃ ପ୍ରସାଦ ଖାଇପାରିବେ l

   ରାତି ତିନିଟାରୁ ବାହାରି ଆସିଥିଲେ ତ ଆଗ୍ରାରେ ତାଜମହଲ ବୁଲା ମାତ୍ର ଆଠଟା ଭିତରେ ସରିଯିବା ଫଳରେ, ନଅଟା ସୁଦ୍ଧା ଟିଫିନ କରିବାକୁ ପୁରୁଷ ଲୋକମାନେ ଗଲେ ତ ସ୍ତ୍ରୀ ଲୋକମାନେ ପ୍ରସାଦ ପ୍ୟାକେଟ ଖୋଲି ଭଲମନ୍ଦ ପରଖ କଲାବେଳକୁ ଝରକା ପାଖରେ ବୁଢ଼ୀର ମୁଁହଟି, ଆଉ ପତେଇଛି ହାତ, ପଟ୍ଟନାୟକ ବାବୁଙ୍କ ସ୍ତ୍ରୀ ବଢ଼େଇଦେଲେ ବୁଢୀଙ୍କୁ ପ୍ୟାକେଟ ସହ ଲେମ୍ବୁ ଲୁଣ ଲଙ୍କା ଓ କିଛି ଖୁଚୁରା ଟଙ୍କା, ଆଉ ସାମିଲ ହୋଇଗଲେ, ଟିଫିନରେ l

  ବାଟରେ ପଟ୍ଟନାୟକ ବାବୁ ଓ ତାଙ୍କ ପୁଅ ଭୀଷଣ ବିରକ୍ତ ଯେ କାଳେ ପ୍ରସାଦ ଖରାପ ହୋଇଯାଇଥିବ, ତଦାରଖ ନକରି ବୁଢୀକୁ ଦେବାର ମାନେ କଣ ?, ଗରୀଗବ ବୋଲି ତାର କଣ ଋଚି ନାହିଁ, ନା ଦେହ ମୁଣ୍ଡ ଖରାପ ହେବନାହିଁ??, ସେତିକି ବେଳକୁ ମଥୁରା ପ୍ରାୟ ପାଖ, ଆଉ ଛୁଆଗୁଡା କଣ ବାହାରୁ କିଣି ଖାଇବାକୁ ବ୍ୟଗ୍ର ତ ଘରୁ ଆସିଥିବା ଦୁଇ କିଲୋ ଫଳ, ସେଓ ଖୋଜିଲା ବେଳକୁ ନଥିଲା l

   ସେପଟେ ବୁଢୀଟି ପରମ ତୃପ୍ତିରେ ଭଲ ଥିବା ପ୍ରସାଦ ଖାଇ ସେଓ ଗୁଡିକୁ ଆସନ୍ତା ଦିନ ପାଇଁ ସାଇତି ରଖୁଥିବା ବେଳେ ଏପଟେ ପଟ୍ଟନାୟକ ବାବୁ ଓ ତାଙ୍କ ପୁଅ ବୁଢ଼ୀମାଉସୀ ପାଖରେ ଫଳ ପହଂଚିଥିବାରୁ, ପରମ ତୃପ୍ତି ଅନୁଭବ କରୁଥିଲେ ଆଉ କୃଷ୍ଣ ଜନ୍ମଭୂମି ମଥୁରା ପାଖେଇ ଆସୁଥିଲା ତ କାନରେ ପଡୁଥିଲା, "ଜୟ କହ୍ନେଇ ଲାଲ କି ", ପଟ୍ଟନାୟକ ବାବୁଙ୍କ ପାଟିରୁ ବାହାରି ଆସୁଥିଲା, ସତ୍ୟମେବ ଜୟତେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics