STORYMIRROR

Sunanda Mohanty

Action Others Children

4  

Sunanda Mohanty

Action Others Children

ସରାଗାତ

ସରାଗାତ

3 mins
5

  ସମ୍ପର୍କ ଯୋଡି ହୋଇଗଲା କୋଉ ବାଟେ କଲ୍ୟାଣୀଙ୍କ ପରିବାର ସହିତ ଶେଫାଳିଙ୍କର. କୋଉ କଥାରେ ଅଭାବ ନଥିଲା ଆଜି କଲ୍ୟାଣୀ ଓ ଶେଫାଳିଙ୍କର କିନ୍ତୁ ଭାଗ୍ୟ ସାଥ ଦେଉନଥିଲା ଦୁଇ ପରିବାରକୁ. ଏଇ ଯେମିତି ଦୁଇ ପୁଅ ଭାରତ ବାହାରେ ଥିବାରୁ କଲ୍ୟାଣୀ ଓ ତାଙ୍କ ସ୍ୱାମୀଙ୍କୁ ଜୀବନ ଲାଗୁଥିଲା ଦୁର୍ବିସହ ଆଉ ଶେଫାଳି ଭାବି ପାରୁନଥିଲେ ଓଡିଶା ବାହାରେ ରହୁଥିବା ସ୍ୱାମୀଙ୍କ ବୟସ୍କ ବାପାମାଆ ଓ ସନ୍ତାନ ପରି ଅମାନତମାନଙ୍କୁ କିପରି ରଙ୍ଗ ଦେବେ ତାଙ୍କ ଭାଗ୍ୟ ଭବିଷ୍ୟ ସଜାଡି. କଲ୍ୟାଣୀ ଓ ତାଙ୍କ ସ୍ୱାମୀ ଏବେ ଝିଅ ବୋଲି ମାନିନେଇଥିଲେ ଶେଫାଳିଙ୍କୁ ତ ଉଭୟ ଉଭୟଙ୍କ ସମସ୍ୟା ସହିତ ଜଡିତ ଥିଲେ. ଶେଫାଳି ପୁଅକୁ ଇଂରାଜୀ ମାଧ୍ୟମ ସ୍କୁଲରେ ପଢ଼ାଇବାକୁ ଚାଁହୁଥିଲେ ତ କଲ୍ୟାଣୀ ଓ କଲ୍ୟାଣୀଙ୍କ ସ୍ୱାମୀ ତାଙ୍କୁ ଉଦାହାରଣରେ ମରିସସ ପ୍ରଧାନମନ୍ତ୍ରୀଙ୍କ କଥା କହୁଥିଲେ.ଯିଏ ବିହାରର ମୂଳ ଅଧିବାସୀ ଥିଲେ. ନିଜର ଜନ୍ମମାଟି ହରିଗାଓଁକୁ ଥରେ ଆସିଥିଲେ ମରିସସର ପ୍ରଧାନମନ୍ତ୍ରୀ. ସେଠାରେ ସେ ଯଦି ଇଂରାଜୀ ଭାଷାରେ କହିଥାଆନ୍ତେ ତାଙ୍କୁ କେହି ଶୁଣିନଥାନ୍ତେ ତ ତାଙ୍କୁ ଭୋଜପୁରି ଭାଷା ଜଣା ଥିଲା. ତାଙ୍କ ଜେଜେ ତାଙ୍କୁ ଭୋଜପୁରି ଭାଷା ଶିକ୍ଷା ଦେଇଥିଲେ. ନିଜ ଭାଷାର ଆଦୃତି ଥିଲେ ନିଜ ମାତୃଭୂମିରେ ମନୁଷ୍ୟ ଆଦୃତି ପାଏ. ବିହାରର ମୂଳ ଭାଷା ଭୋଜପୁରି ହୋଇଥିବାରୁ ସେହି ଭାଷାରେ କହି ନିଜ ମାତୃଭୂମିରେ ମରିସସ ପ୍ରଧାନମନ୍ତ୍ରୀଙ୍କ ସୁଖ୍ୟାତି ହୋଇଥିଲା. ଜଣେ ସବୁଦିନ ନିଜ ପଦ ପ୍ରତିଷ୍ଠାକୁ ନେଇ ବଞ୍ଚି ରହେ ନାହିଁ ବରଂ ନିଜ ମାତୃଭୂମି ଓ ମାତୃଭାଷାର ଆଦର ଥିଲେ ବଞ୍ଚିଯାଇ ପାରେ ଭାବ ବିନିମୟରେ ନିଜ ଲୋକଙ୍କ ଗହଣରେ.ପୁଣି କଲ୍ୟାଣୀ କହିଥିଲେ ତାଙ୍କ ବଡ଼ପୁଅ ଭାରତ ବାହାରେ ଅଧ୍ୟାପକ ଅଛି ଓ ଇଂରାଜୀ କହି ଓ ପଢ଼େଇ ପାରୁଥିଲେ ମଧ୍ୟ ନିଜ ମାତୃଭାଷା ଓଡ଼ିଆରେ ସେ ଲେଖୁଥିବା କବିତାକୁ ଆବୃତ୍ତି କରି ସେ ସେଠାରେ ଖୁବ ଆଦୃତି ଲାଭ କରିପାରିଛି. ଜୀବନରେ ସରକାରୀ ଚାକିରୀରୁ ଅବସର ଗ୍ରହଣ କଲାପରେ କଲ୍ୟାଣୀ ଓ ତାଙ୍କ ସ୍ୱାମୀ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଖୁବ ରୁଚି ରଖିଥିଲେ. କବିତା ଆସରରେ କବିତାକୁ କେହି ଗୀତ ପରି ସ୍ୱର ଲୟ ତାଳ ଦେଇ ଗାଇଲେ ତାହାକୁ ସେ ପ୍ରଥମେ ଭୁଲ ଭାବୁଥିଲେ କିନ୍ତୁ ବଡପୁଅର ବିଦେଶ ମାଟିରେ ଓଡ଼ିଆ କବିତା ବୋଲିବା ଦ୍ୱାରା ସେ ଯେଉଁ ଆଦୃତି ପାଇଥିଲା ପ୍ରକୃତରେ ଧ୍ୱନି ସମୁହର ପୂର୍ଣ୍ଣ ଭାବରେ ଭାବରେ ପ୍ରକାଶ ପାଇଲେ ସେ ଭାଷା ନଜାଣି ମଧ୍ୟ ଅନେକ ବୁଝି ହୋଇଯାଏ ବୋଲି ଧାରଣା ପରେ କବିତା ଆସରରେ କବିତା ପରି ଖାଲି ଆବୃତ୍ତି ନକରି ଗୀତଟିକୁ ସ୍ୱର, ଲୟ, ତାଳ ଦେଇ ଗାଇବାରେ ଆଉ ଆପତ୍ତି ନଥିଲା କଲ୍ୟାଣୀ ବା ତାଙ୍କ ସ୍ୱାମୀଙ୍କର ।

      ଏତେସବୁ କଥା ସେମାନେ ଶେଫାଳିକୁ କହିବାର କାରଣ ତା ପୁଅକୁ ସିଏ ଓଡ଼ିଆ ହିଁ ପଢ଼ାଉ. ଦଇବ ଦଉଡି ମଣିଷ ଗାଈ... ଯେଣିକି ଟାଣିଲେ ସେଣିକି ଯାଇ ତ ଶେଫାଳିର ବୃଦ୍ଧ ଶାଶୁ ଓ ଶଶୁର ଚାଲିଗଲେ. ପୁଅକୁ ଓଡ଼ିଆ ସ୍କୁଲରେ ପଢ଼ାଇବା ବନ୍ଦୋବସ୍ତ କଲା ଶେଫାଳି. ପୁଅ ପଢୁଥିଲା ଛବିଳ ବର୍ଣ୍ଣବୋଧ. ଟେଲିଫୋନର ମଜ୍ଜା.. ଶହେ କୋଶରୁ ଆଈ ସାଥିରେ କଥା କହୁଛି ଅଜା. ତାର ଦରୋଟି ଭାଷାରେ ଏ ପଦ୍ୟାଂଶ ଖୁବ ଆନନ୍ଦ ଦିଏ କଲ୍ୟାଣୀ ଓ ତାଙ୍କ ସ୍ୱାମୀଙ୍କୁ ଯିଏ ଏବେ ଶେଫାଳି ପୁଅର ଅଜା ଆଈ ହୋଇସାରିଥିଲେ. ଶେଫାଳି ସ୍ୱାମୀ ମଧ୍ୟ କଲ୍ୟାଣୀ ଓ ନବଘନବାବୁଙ୍କ କଥାରେ ପରିଚାଳିତ ହେବାକୁ କହିଯାଇଥିଲେ ଶେଫାଳିକୁ.ଶେଫାଳି କିନ୍ତୁ ଲକ୍ଷ କଲା ପୁଅକୁ ଓଡ଼ିଆ ପଢେଇବା ପରେ ସହକର୍ମୀ ମାନେ ତାକୁ ବିଦ୍ରୁପ କରୁଛନ୍ତି. ତାଙ୍କ ପିଲାମାନେ ମଧ୍ୟ ଶେଫାଳିଙ୍କ ପୁଅ ମୁନାକୁ ଛୋଟ ନଜରରେ ଦେଖୁଛନ୍ତି. ସେଦିନ ଗୋଟେ ସମାନ୍ୟ କଥାରେ ଶେଫାଳି ଖୁବ ଲଜ୍ଜିତ ହେଲେ. ଜଣେ କେହି ପରିଦର୍ଶନରେ ଆସିଥିବା ଅଫିସର ଶେଫାଳିଙ୍କ ପୁଅ ମୁନା ଓ ଶେଫାଳିଙ୍କ ଜଣେ ସହକର୍ମୀଙ୍କ ପୁଅ ଲିପୁନକୁ ଗୋଟେ ପ୍ରଶ୍ନ ପଚାରିଥିଲେ ଯେ ଆମେ ପଇସା କିପରି ସଞ୍ଚୟ କରିବା? ଲିପୁନ ବ୍ୟାଙ୍କରେ ସଞ୍ଚୟ କରିବା କହିଥିଲା ବେଳେ ମୁନା ସରାଗାତରେ କହିଥିଲା ତ ସମସ୍ତ ସହକର୍ମୀମାନେ ହସାହସି ହୋଇଥିଲେ ବୋଲି ଶେଫାଳି ମନଦୁଃଖ କରିଥିଲେ କିନ୍ତୁ ସେହି ଅଫିସର ଯେବେ ମୁନାର ଭାଷାପ୍ରୀତି ସମ୍ପୃକ୍ତି ସହିତ ନିଜ ଭାଷା ସଂସ୍କୃତିରେ ଜ୍ଞାନ ଅଛି କହି ପ୍ରଶଂସା କରିଥିଲେ ସେତେବେଳକୁ ସେ ପ୍ରଶସ୍ତି ଶୁଣି ଛାତି କୁଣ୍ଢେମୋଟ କରିବାକୁ ଝଡ଼ାପତ୍ର ସାଜି ଆଗ ପଛ ହୋଇ ଗୋଟେ ଦିନ ବ୍ୟବଧାନରେ କଲ୍ୟାଣୀ ଚାଲିଗଲା ପରେ ନବଘନମଧ୍ୟ ଚାଲିଯାଇଥିଲେ ସେହି ଅଫେରା ରାଇଜକୁ . ସେହି କଲେଜ ଜୀବନର ସେଦିନର ସେହି ଶୁଖି ଶୁଖି ଆସୁଥିବା ପତରେ ପତରେ ନିଜ କାହାଣୀ ପଢି ଶେଫାଳି ମନେପକାଉଥିଲେ ଦିନେ ଦଶଟା ଟଙ୍କା ନଥିଲା ବୋଲି କଲ୍ୟାଣୀ ଦେବୀ ଓ ନବଘନବାବୁ ତାଙ୍କୁ ସାହାଯ୍ୟ କରି ତାଙ୍କ ମାନ ସମ୍ମାନ ରଖିଦେଇଥିଲେ ବସ ଭିତରେ. ସେହି ଦଶ ଟଙ୍କା ଆଉ ଶୁଝିବାର ଆବଶ୍ୟକତା ପଡ଼ିନଥିଲେ ବି ଆଜି ସେ ତାଙ୍କ ପିଲାଦିନର ସରାଗାତ ଭାଙ୍ଗି ଖଇ କଉଡ଼ି ସହ ଦଶ ଟଙ୍କିଆ ଓ ପାଞ୍ଚ ଟଙ୍କିଆ ଗୁଡିକୁ ମାଆ କଲ୍ୟାଣୀ ଦେବୀ ଓ ପିତୃତୁଲ୍ୟ ନବଘନ ବାବୁଙ୍କ ଶବ ସଂସ୍କାର ପାଇଁ କାମରେ ଲଗାଇବା ବେଳେ ସରାଗାତ ଭାଙ୍ଗିଯିବା ଦେଖି ମୁନା କାନ୍ଦି ଉଠିଥିଲା ତ ଶେଫାଳି ପୁଅକୁ ବୁଝେଇ ଦେଇଥିଲେ ଜାଗରଯାତ୍ରାରୁ ନୂଆ ସରାଗାତ କିଣିଦେବେ କହି ।

    



Rate this content
Log in

Similar oriya story from Action