STORYMIRROR

Subhashree Behera

Classics Crime Inspirational

3  

Subhashree Behera

Classics Crime Inspirational

ସମୟ ଭଉଁରୀ

ସମୟ ଭଉଁରୀ

4 mins
194


ଏହା ହିଁ ନର୍କ...

ଏ ହେଉଛି ଏକ ଘୁର୍ଣ୍ଣୟମାନ ଭଉଁରୀ..

ଏହା ଏକ ବିଭତ୍ସ ଯନ୍ତ୍ରଣା...

ଏ ହେଉଛି ନର୍ତ୍ତକୀ ର ନୂପୁର ପରିହିତ ଯନ୍ତ୍ରଣା...."

(ନାମଦେଓ ଢ଼ସଲ୍ ଙ୍କ କବିତା)


ଯେତେ ବେଳେ ସନ୍ତାନ ଟିଏ ଜନ୍ମ ନିଏ , ସେତେବେଳେ ବାପା ମା ଠାରୁ ଆରମ୍ଭ କରି ଆତ୍ମୀୟ ପରିଜନ ତଥା ସାହି ପଡିଶା ଖୁସି ହୋଇଥାନ୍ତି। କୌଶଲ୍ୟା ଆଉ ସୁବ୍ରତ ଉଭୟ ସ୍ବାମୀ ସ୍ତ୍ରୀ କିପରି ସେଥିରୁ ବାଦ୍ ପଡିଥାନ୍ତେ..???.. କେତେ ଦିଅଁ ଦେବତା ମାନସିକ କରି ଆଜି ତାଙ୍କ କୋଳରେ ସନ୍ତାନ ଟିଏ ଭଗବାନ ଦେଇଛନ୍ତି। ଦୁଃଖ ର ଯବନିକା ପକାଇ ଖୁସି ର ବାତାବରଣ ଟିଏ ତିଆରି କଲେ ଭଗବାନ। ଆଉ ମନ ର ସିଲଟ ରେ ନିଜର ଖୁସି ର ମୁହୂର୍ତ୍ତ କୁ ହାତରେ ଗାରେଇ କଣ ସବୁ ଲେଖି ପକାଉଥିଲା କୋଶଲ୍ୟା..!!


ମାର୍ଗଶିର ମାସ ଗୁରୁବାର ସକାଳ ର କଅଁଳ କିରଣ ନିଜର ତାରୁଣ୍ୟ ଆଭାରେ ଆଲୋକିତ କରିବ ବୋଲି ପୃଥିବୀ ପୃଷ୍ଠ କୁ ଗୋଡ଼ କାଢି ବସିଛି । ସମସ୍ତ ଙ୍କ ଘରେ ଲିପାପୋଛା ଅଗଣା... ନୂଆ ଅରୁଆ ଚାଉଳ.. ଲକ୍ଷ୍ମୀ ପାଦ ଚିତା... ଏସବୁ ଦେଖି ଦାଣ୍ଡ ଦୁଆର ମୁହଁ ସବୁ ହସୁଛି । ମାଆ ଲକ୍ଷ୍ମୀ ତା ଉପରେ ପାଦ ଦେଇ ଘରେ ପ୍ରବେଶ କରିବେ। ସେ ପଟେ ଡାକ୍ତର ଖାନା ରେ ଏକ କନ୍ୟା ଶିଶୁ କ୍ରନ୍ଦନ ର ସ୍ୱର ଶୁଭିଲା । କୋଶଲ୍ୟା ମା ହେବାର ସୌଭାଗ୍ୟ ପାଇଲା। ସୁବ୍ରତ କହି ଦେଉ ଥିଲା... ହେଇଟୀ ଶୁଣୁଚ... ଆମ ଘର କୁ ଲକ୍ଷ୍ମୀ ସାଆନ୍ତାଣୀ ଆସିଲେ। ଆମର ଏବେ ଆଉ କିଛି ଅସୁବିଧା ହେବ ନାହିଁ। ସ୍ବାମୀ ସ୍ତ୍ରୀ ଙ୍କ ଜୀବନରେ ଖେଳିଗଲା ଖୁସିର ଲହରୀ... ଆଉ ଶୁଣିବାକୁ ପଡ଼ିବ ନାହିଁ ... ସାହି ପଡିଶା ଙ୍କ ଟାହି ଟାପରା ଓ ତାସ୍ଚଲ୍ୟ ଭରା କଟୁ ସମାଲୋଚନା । ଗାଆଁ ର ସ୍ତ୍ରୀ ଲୋକ ମାନେ ଆଉ ଗାଆଁ ରେ ଆଲୋଚନା କରିବେ ନାହିଁ କୌଶଲ୍ୟା ର ମାଆ ହେବା କଥା... 

ସେ ସବୁ ଅନ୍ତ ଘଟିଛି..ସେଥିରେ ଆଜି ପୂର୍ନଛେଦ ପଡ଼ିଛି । 


କୌଶଲ୍ୟା ର ମନର ଆକାଶ ରେ ଯେମିତି ଇନ୍ଦ୍ରଧନୁ ଖେଳିଯାଇଛି। ତା ପୁନେଇଁ ଚାନ୍ଦ କୁ ତା କୋଳରେ ପାଇ ଛାତି ଉପରକୁ ଆଉଜେଇ ନଉଚି। ତାକୁ ମନ ଭରି ଗେଲ କରୁଛି ଆଉ କହିଦେଉଚି... ତୋ କୁନି କୁନି ଓଠରେ କେବେ ମା ବୋଲି ଡାକିବୁରେ..???... ସାର୍ଥକ ହେବ ମୋର ଜନ୍ମ। ଶୁଣିଥିଲି ଗୋଟେ ନାରୀ ପୂର୍ଣ୍ଣତା ର ମାପକାଠି ହେଉଛି ତା ସନ୍ତାନ। ଏମିତି ଖୁସି ଭରା ସକାଳ ସମୟ ଟା ଗଡ଼ି ଚାଲେ । 


କିଛି କ୍ଷଣ ପରେ ପେପର୍ ବିକାଳୀ ବୁଲି ବୁଲି ଡାକ୍ତର ଖାନା ପରିସର ରେ ପେପର୍ ବିକୁଥାଏ। କହି ଉଠୁଥିଲା.. ଆଜି ପଢନ୍ତୁ... ନାରୀ କୁ ସମାଜର ନ୍ୟାୟ ଦରକାର। ଗୋଟେ ଡାକ୍ତରାଣୀ ଙ୍କୁ ଗଣ ଦୁଷ୍କର୍ମ ପରେ ଜାଳି ଦେଲେ। ସୁବ୍ରତ ଙ୍କ ମନ ଅସ୍ତବ୍ୟସ୍ତ ହୋଇ ପଡ଼ିଲା । ଖଣ୍ଡେ ପେପର୍ କିଣି ଆଣି ଗୋଟେ ନିଃଶ୍ୱାସ ରେ ପଢ଼ି ଦେଇଗଲେ। ଖବର କାଗଜ ରୁ ଉଠୁଥିବା ତତଲା ବାମ୍ଫ ତା ଆଖିରୁ ପାଣି ବାହାର କରିଦେଲା। ହସ ହସ ମୁହଁଟା ସାଂଗେ ସାଂଗେ ଲୁହ ଥମ୍ ଥମ ହୋଇ ଉଠିଲା। ଆଖିର ପତା ଡେଇଁ ଅବାଧ ଲୁହ ବୁନ୍ଦା କେତେକ ଝରି ପଡ଼ିଲା । ଖବର କାଗଜ ରେ ଗଣଦୁଷ୍କର୍ମ ର ଖବର ମଣ୍ଡନ କରୁଛି। ନାରୀ ମାନେ ଯେ କେତେ ଅସୁରକ୍ଷିତ.. ଏବଂ ରାକ୍ଷସ ଙ୍କ ଦ୍ଵାରା ଧର୍ଷଣ ର ଶିକାର ହେଉଛନ୍ତି। କିଛି ରାକ୍ଷସ ପ୍ରଭୃତି ର ରାତି ର ଅନ୍ଧକାର ଭିତରେ ଭୟଙ୍କର ଦାନବଟେ ସାଜି ନାରୀ ଦେହରେ ମାଂସ କୁ କେମିତି ଉପଭୋଗ କରୁଛନ୍ତି । ନିଜର କ

ୁତ୍ସିତ ଲାଳସା ମେଣ୍ଟାଇବା ପରେ ତାକୁ ମାରି ଦେଇ ରାସ୍ତା କଡ଼ରେ ଫିଙ୍ଗି ଦେଉଛନ୍ତି। ସୁବ୍ରତ ଙ୍କ କେଇ ପଦ କଥାର ତରଙ୍ଗ କୌଶଲ୍ୟା ର କର୍ଣ୍ଣ ପଟରେ ଝଙ୍କୃତ ହେଉଥିଲା। ସୁବ୍ରତ ଛେପ ଢ଼ୋକି ଖବର ଟାକୁ ଓଠ ତଳେ ଚାପି ଦେଲେ ଯେମିତି କୌଶଲ୍ୟା ଧଡକିନା ଉଠି ପଡ଼ି ସୁବ୍ରତ ଙ୍କ ହାତରୁ ଖବର କାଗଜ ଟା ଝାଂପି ନେଲା ଏବଂ ପଢିବାକୁ ଲାଗିଲା। ପ୍ରଥମ ପୃଷ୍ଠାର ହେଡଲାଇନ୍ ସବୁ ... ଗଣ ଦୁଷ୍କର୍ମ.. ନାରୀ ଅସୁରକ୍ଷିତ.. ଗୋଟେ ମା ର କୋଳ ଶୂନ୍ୟ ପଡ଼ିଛି... ଏମିତି କେତେ କଣ ଖବର ପଢି କୌଶଲ୍ୟା କୁ ଯେମିତି ଲାଗିଲା ସେ ଗୋଟେ ଭୂମିକମ୍ପ ରେ ହଲିଲା ଭଳି। ଝାଳରେ ତିନ୍ତି ଗଲାଣି ତା ସମଗ୍ର ଶରୀର। ଦିନକୁ ଦିନ ମାନବିକତା ମରିବାରେ ଲାଗିଲାଣି । ସମସ୍ତେ ଧିକ୍କାର କରୁଛନ୍ତି ସେଇ ପୃଷ ପଣିଆ କୁ ... ଯେଉଁ ପୁରୁଷ କେବଳ ହାରି ଯାଉଚି ଦେହ ର ଭୋକରେ... । 


ଏହି ସମୟରେ ୫ ନଂ କ୍ୟାବିନ୍ ଭିତରକୁ ପଶିଆସିଲେ ଡାକ୍ତର ସୌମ୍ୟ ରଞ୍ଜନ । ଯିଏ କି ସୁବ୍ରତ ଙ୍କ ଘନିଷ୍ଠ ବନ୍ଧୁ । ତାଙ୍କୁ ଦେଖି କୌଶଲ୍ୟା ନିଜର ଲୁହ କୁ ଗୋପନ ରଖି ମୁହଁ ବୁଲେଇ ଦେଲେ। ଡାକ୍ତର ସୌମ୍ୟ ପଚାରିଲେ... ଆରେ ଭାଉଜ.. ଏମିତି ମୁହଁ କଣ ବୁଲେଇ ଦେଲ ଯେ.. ମୋତେ ଦେଖି... କଣ ମିଠା ପ୍ୟାକେଟ ଏକ୍ସଟ୍ରା ଦବ ବୋଲି.. ତମ ଘର କୁ ଲକ୍ଷ୍ମୀ ଆସିଛନ୍ତି ... ଭାଉଜ.. ଆଉ ତମେ ଦୁହେଁ ଏମିତି କଣ ମୁହଁ ଆମ୍ବିଳା କରିଛ। .. ସେଠୁ କୌଶଲ୍ୟା କହିଲେ ... ନାଇଁ ସୌମ୍ୟ .. ତୁମେ ଭୁଲ୍ କହିଲ.. ବରଂ ଆଜିକା ସମାଜ ଆଗରେ ଗୋଟେ ନାରୀ କଦାପି ଗୋଟେ କନ୍ୟା କୁ ଜନ୍ମ ଦେବା ପୂର୍ବ ରୁ ତାକୁ ଶହେ ଥର ଭାବିବା ଉଚିତ। ... ସୌମ୍ୟ ଙ୍କ ଓଠ ରେ ସ୍ମିତ ହାସ୍ୟ ର ଗୋଟେ ଭଉଁରୀ ଖେଳିଗଲା.. ଆଉ ସେ କହିବାକୁ ଲାଗିଲେ... ଭାଉଜ... ଆଜି ସଭ୍ୟତା ଆମର କଉ ଶୀର୍ଷ ରେ ପହଞ୍ଚି ଲାଣି। ସବୁ କ୍ଷେତ୍ର ରେ ଆନ୍ଦୋଳନ ର ଆସର ଜମୁଛି। କେଉଁଠି ପେଟ୍ରୋଲ ଦରବୃଦ୍ଧି ପାଇଁ ସଡ଼କ ଅବରୋଧ.. ତ କେଉଁଠି ସରକାରୀ କର୍ଯ୍ୟାଳୟ ରେ ଖାଲି ତାଲା ଝୁଲୁଛି... ସାର୍ବଜନୀନ ସମ୍ପତି ନଷ୍ଟ ହେବାକୁ ବସିଲାଣି ପରନ୍ତୁ ଆମ ପିଲା ମାନଙ୍କୁ ନୈତିକ ଶିକ୍ଷ୍ୟା ଦେବା ପାଇଁ ଆନ୍ଦୋଳନ ହେଉ ନାହିଁ। ବଳାତ୍କାର ପରି ଦେଶ ର ମହା ରୋଗ ପାଇଁ ଚିକିତ୍ସା ବା ସଭା ସମିତି କିଛି ରେ ବିଚାର ବିମର୍ଷ କରାଯାଉ ନାହିଁ। ବଳାତ୍କାର ସଂଖ୍ୟା ଯଦି ଏପରି ବୃଦ୍ଧି ପାଏ.. ତେବେ ମାତୃ ଜାତି ର ପତନ ଅବଶ୍ୟ। 


ଡକ୍ଟର ସୌମ୍ୟ ଏତିକି କହି ଚାଲିଗଲେ। ଠିକ୍ ସେତିକି ବେଳେ କୌଶଲ୍ୟା ଙ୍କ ଆଖି ଶିଶୁ କନ୍ୟାଟି ର ଆଖିରେ ମିଶି ଯାଇକି ସତେ ଯେମିତି ତାଙ୍କ କନ୍ୟା ରତ୍ନ ଟି କହୁଥିବାର ସେ ଅନୁଭବ କଲେ... ମାଆ ଲୋ ମୁଁ ବଞ୍ଚିବାକୁ ଚାହେଁ। ମୋର ଖାଲି ଲୋଡା ତୋର ଆଞ୍ଜୁ ଳାଏ ସ୍ନେହ ଓ ତାଗିଦ୍। ନର ରାକ୍ଷସ କବଳ ରୁ ତୁ ହିଁ ମା ମୋତେ ରକ୍ଷା କରିବୁ। ଯଦି ମୁଁ କେତେବେଳେ ଜୀବନ ର ରାଜପଥରେ ଏଇ ରାକ୍ଷସ ପ୍ରବୃତ୍ତି ଲୋକ ଙ୍କ ର ଶିକାର ହୁଏ ...ତେବେ ତୁ ମା... ଲକ୍ଷ୍ମୀ ହେଉ.. କି ଦୁର୍ଗା .. ମା ମହାକାଳୀ ହେଇ ବା କେଉଁ ଅବତାରେ ବି ହଉ ... ତୁ ମୋ ଲୁହ ପୋଛି ଦେବୁ। ... ଏମିତି ତାଙ୍କ ଭାବନା ର ଅନ୍ତ ଘଟି ବେଳକୁ ଶିଶୁ ଟି ମୁଣ୍ଡ ବାଡେଇ କାନ୍ଦି ବାରେ ଲାଗି ପଡିଥିଲା । ପୁଣି କୌଶଲ୍ୟା ନିଜ ଭିତରେ ପ୍ରକୃତିସ୍ଥ ପାଇ ଛୁଆ ଟିକୁ ପୁଣି ଥରେ କୋଳ କୁ ଆଉଜି ଦେଇ ତାକୁ ତୁନି କରିବାରେ ଲାଗି ପଡ଼ିଲେ ।


(ସମାପ୍ତ)


Rate this content
Log in

Similar oriya story from Classics