STORYMIRROR

Subhashree Behera

Drama Action

3  

Subhashree Behera

Drama Action

ହୁଗୁଳା ସମ୍ପର୍କ

ହୁଗୁଳା ସମ୍ପର୍କ

3 mins
177


ଏଇ ଅଧ୍ଯାୟଟି ପଢିବା ପୂର୍ବରୁ ୟାର ପୂର୍ବ ଭାଗ ' ସମ୍ପର୍କର ହାତ ଧରି ' ପଢିବାକୁ ଅନୁରୋଧ। ସବୁ କିଛି ବିଧି ବଦ୍ଧ ଭାବେ ଚାଲିଥିଲା ସମ୍ପର୍କର ନୂଆ ମୁହଁ ଆଉ ହାତ ଧରି । କିନ୍ତୁ ୟାର ପର ଦୁଇଟା ଭାଗକୁ ମୁଁ ପ୍ରକାଶ କରିବାରେ ନିହାତି ବିଳମ୍ବ କରିଦେଇଛି । ମାନୁଛି ସେଥିପାଇଁ କ୍ଷମା ପ୍ରାର୍ଥନା ବି କରୁଛି। .. କିନ୍ତୁ କଣ କରିପାରିବି?? ... ସଭିଏଁ ସମ୍ପର୍କକୁ ଖୁବ ସହଜରେ ଗଢିଦିଅନ୍ତି ... ସ୍ନେହ ପ୍ରେମର ସେ ଗଢା ସମ୍ପର୍କଟି କିଛି କିଛି ମାତ୍ରାରେ ହୁଗୁଳି ଗଲେ ନା ସେଇଠୁ ତାର ସମ୍ପର୍କର ଫାଟ ସୃଷ୍ଟି ହୋଇଯାଏ । ଜଉଟା କି ଖୁବ୍ ଗଭୀର ଭାବେ ତାକୁ କଷ୍ଟ ଦେଇଥାଏ ।


ତ କାହାଣୀଟିକୁ ମୁଁ ଆଗକୁ ନେଉଛି... ବହୁତ୍ ଭଲ ଭାବରେ ଆମ ପ୍ରେମର ସୌଧ ଗଢି ଉଠିଥିଲା କିନ୍ତୁ ସମୁଦ୍ରର ଅଶାନ୍ତ ଜୁଆରରେ ସେ ଭାଙ୍ଗି ଯିବାକୁ ଲାଗିଲା। କିଛି ମାସ ଖୁବ ଭଲରେ ଯାଇଥିଲା । ସେ କଥା ହେବା ସବୁ କିଛି । କିନ୍ତୁ ଦିନେ .. ମିନାକ୍ଷୀର ଦୀପକ୍ ଭାଇଙ୍କ କିଛି ଟା କାରଣ ନେଇ ବହୁତ୍ ପାଟି ତୁଣ୍ଡ ହେଇଥିଲା । ମିନା ବି ତାଙ୍କ call କି msg ର ans ଦେଲେନି। ମୁଁ ଆଉ ପ୍ରକାଶ ତାକୁ ଦି ଜଣକୁ ବହୁତ୍ ବୁଝେଇଲୁ । ହେଲେ କିଛି ବି ଫଳ ହେଲାନି । ଦୀପକ୍ ଭାଇ ତାଙ୍କୁ କହିଦେଇଥିଲେ କି ମିନାଙ୍କ ଅସଲ୍ ଚେହେରା କଣ୍ ବୋଲି । ମାନେ ମିନା ଦି ଜଣଙ୍କ ସହ କଥା ହେଉଥିଲେ । ଆଉ ଦୀପକ୍ ଭାଇ  ଏକଥା ବି ଜାଣି ନେଇଥିଲେ ... ତ ମିନାଙ୍କ ର ଏଇ ଛଳନା କାମ ଦେଖି ଭାଇଙ୍କ ମନ ଉଠି ଗଲା । ମୋତେ ଏସବୁ ସୁଣେଇକି ପ୍ରକାଶ ବି ବହୁତ୍ କାନ୍ଦିଲେ । କାରଣ ସେ ବି ତାଙ୍କୁ ଭଉଣୀ ମାନୁଥିଲେ ନା ... ତା ପରଠୁ ମୁଁ ୟାଙ୍କ behave ରେ ବହୁତ୍ change ଦେଖିଲି। ଯେମିତି କି ସେ ତାଙ୍କ ଆଡୁ ଫୋନ୍ କି msg ଆଗୁଆ କଲେ ନାହିଁ। ଯେତିକି ସମୟରେ କଥା ହେବା କଥା ସେ ମାେ ସହ ହେଲେ ନାହିଁ। ମୁଁ ଏସବୁ ସହି ପାରୁ ନଥାଏ। ହେଲେ କଷ୍ଟ ତ ବହୁତ୍ ହେଉଥାଏ । ଦିନେ ଟ୍ୟୁସନ୍ ରୁ ଫେରିଲା ବେଳେ ଭାଇ ଆଉ ଏ ଯାଉଥିଲେ ଗାଡ଼ିରେ ... ମୁଁ ତାଙ୍କୁ ଦେଖି ହସିଦେଲି କିନ୍ତୁ ସେ ନ ଦେଖି ଗାଡ଼ି ଚଲେଇ ପଳେଇଲେ । ଜଉ ପିଲା ମୁଁ ଟ୍ୟୁସନ୍ ଭିତରକୁ ନ ଗଲା ଯାଏଁ ସେମିତି ଛିଡ଼ା ହେଇ ଗପ ମାରୁଥିବ ସେଦିନ ତାଙ୍କର ଏଇ ବ୍ୟବହାରରେ ମୁଁ ବହୁତ୍ କଷ୍ଟ ପାଉଥିଲି । ଆସି କି ଘରକୁ ସାଙ୍ଗେ

ସଙ୍ଗେ ଫୋନ୍ . କରିଲି ପଚାରିଲି ମୁଁ .. କଣ କରିଛି ତମର .. ମାେ ସହ ତମର ଏମିତି behaviour କାହିଁ କି?? କିନ୍ତୁ ତାଙ୍କର ans ଶୁଣି ମୁଁ ସ୍ତବ୍ଧ ହେଇଗଲି । ମୋତେ କହିଲେ ଜଉ ଝିଅ ମାନେ ମିନାଙ୍କ କଥା କୁ ନେଇ ସେ ଗୋଟେ ଭଲ ଭଉଣୀ କି ଭଲ lover ହେଇ ପାରିଲାନି । ଛଳନା ଧୋକା ଦେଇ ପାରିଲା। ତ ଏସବୁରୁ ମାେ ମନ ବି ଉଠି ଯାଇଚି । ମୁଁ ବି ଆଉ ତମ ସ ଆଗକୁ ବଢିପାରିବି ନାହିଁ । ପାରିବ ଯଦି ଏଇ କିଛି ମାସର ସମ୍ପର୍କକୁ ଭୁଲି ଯିବ। ଏସବୁ ଶୁଣି। ମୋ ମୁଣ୍ଡ କିଛି କାମ କଲା ନାହିଁ । ଭାବିଲି ମୋର କଣ ଭୁଲ ରହିଲା ଏଥିରେ । ଜଣେ ସାଙ୍ଗ ଭୁଲ୍ କଲା । ତାର ଭୁଲ୍ କୁ ମୋତେ ପୁଣି ଶାସ୍ତି ମିଳିଲା। ମୁଁ ତାଙ୍କୁ ବହୁତ୍ ବୁଝେଇଲି । ହେଲେ ସେ ଯେମିତି ମନକୁ ତାଙ୍କର ଶକ୍ତ କରିଦେଇଥିଲେ ।ତଥାପି ବି ମୁଁ ସେଇଥିରେ ଦିନକୁ ଥରେ ଯେମିତି ବି ହଉ କଥା ହେଇ ଯାଏ। ଯାହା ଖାଲି ମାେ ମନ ବୁଝିବା ପାଇଁ.. ତ ଏମିତି କିଛି ଦିନ ଯାଇଛି। ତା ଭିତରେ ସେ ଡିପ୍ଲୋମା କରୁଥିଲେ । ପଢା ପଢ଼ି ବି ତାଙ୍କର ଚାଲିଥିଲା । ତା ସହ ମୋର ବି ଆଗକୁ ୨ ପରୀକ୍ଷା ପାଖେଇ ଆସୁଥିଲା । ତ ଏସବୁ ପରିସ୍ଥିତି ଦେଖି ମୁଁ ବି ତାଙ୍କୁ ଆଉ ବେଶୀ ଫୋନ୍ କି msg କରିପାରୁ ନଥାଏ ।  ହେଲେ ସେ ସମୟରେ ମୋର ଜଣ୍ଡିସ ହେଇ ଗଲା ମାତ୍ର ପରୀକ୍ଷା ବୋଧେ ୧୫ ଦିନ ଥିବ। ତ୍ୟୁସାନ୍ ବି ମୁଁ ଯାଇ ପାରିଲିନି । ଖାଲି ଘରେ ରହି ଯାହା ପଢା ପଢ଼ି କରୁଥାଏ । ଦେହ ବି ସେ ସମୟରେ ବହୁତ୍ weak ହେଇ ଯାଇଥାଏ ମୋର । ସେ ହିମାଂଶୁ ଠୁ ଶୁଣି ମାେ ଦେହ କଥା ମୋତେ ହଠାତ୍ ଫୋନ୍  କରିଲେ। ଆଉ ପାଟି ବି କଲେ । ଜଣ୍ଡିସ ହେଇଛି ହେଲେ ମୋତେ ଜନେଇନା। ୟେ ସବୁ ନ ଖାଇ ପେଟ ଗରମ୍ ରୁ ହେଇଛି । ଆଉ ପରୀକ୍ଷା ବି ଅଳ୍ପ ଦିନ ରହିଲା । .. ତା ପରେ ବୁଝେଇ କହିଲେ ଆଗେ ଦେହ ଭଲ ହେଇ ଯାଉ.. ପରୀକ୍ଷା ସରୁ.. ଏ ବିଷୟରେ ଆମେ ପରେ କଥା ହେବା । ତାଙ୍କ ଠୁ ଏସବୁ ଶୁଣି ସେ ଦିନ ମୁଁ ବହୁତ୍ କାନ୍ଦି ଥିଲି । ତାଙ୍କର ଏଇ ସ୍ନେହ ବୋଳା ଆଶ୍ୱାସନା ମୁଁ ଯେମିତି ବହୁତ୍ ଦିନ ହେଲା ଚାହିଁ ରହି ଥିଲି । ମାନୁଛି କିଛି ଦିନ ପାଇଁ ମାେ ଠୁ ମାେ ସମ୍ପର୍କଟା ହୁଗୁଳି ଯାଇଥିଲା । ତଥାପି କିଛି ନୂଆ ଆଶା କିରଣରେ ମୁଁ ତାକୁ ମୁଁ ଫେରି ପାଇବି ବୋଲି ବିଶ୍ୱାସ ବି ରଖି ଥିଲି । 

କ୍ରମଶଃ...


Rate this content
Log in

Similar oriya story from Drama