STORYMIRROR

Subhashree Behera

Inspirational

4.0  

Subhashree Behera

Inspirational

ସତ୍ୟତାର ପଥେ

ସତ୍ୟତାର ପଥେ

5 mins
169


ସୀମା.. ବୟସ ୨୩ ଛୁଇଁଲାଣି। ଅତି ସମ୍ଭ୍ରାନ୍ତ ଘରର ନ ହେଲେ ବି ଗୋଟେ ମଧ୍ୟବିତ୍ତ ପରିବାରର ଝିଅ ଟିଏ। ବାପା ମାଆଙ୍କର ଖୁବ୍ ଆଜ୍ଞାକାରି ସେ... ବାପାଙ୍କ ମୁଣ୍ଡ ତଳକୁ ହେବା ପରି କାମ ସେ ତା ଜୀବନରେ କେବେ କରିନାହିଁ। କଲେଜରେ ପଢିଲା ସମୟରେ ତା ସାଙ୍ଗ ମାନେ ପ୍ରେମ ଚକ୍କରରେ ପଡ଼ିଥିଲେ ମଧ୍ୟ ସେ ତାକୁ ତା ଜୀବନରେ କେବେ ପ୍ରଶ୍ରୟ ଦେଇ ନାହିଁ। କହିବାକୁ ଗଲେ ସେଇ ବୟସରେ ପ୍ରେମର ପରିଭାଷା ଜାଣିବା ପରିବର୍ତ୍ତେ ସେ ତା ବାପା ମାଙ୍କ ଅନୁଶାସନ ଘେରାରେ ବନ୍ଦୀ ହେଇ ସାରିଥିଲା । ହଁ,... ଏଇଟା ସତ୍ୟ ଯେ.. ସେ ଟିକେ ଡରକୁରା ସ୍ୱଭାବର ମଧ୍ୟ ଥିଲ। ତା ଜୀବନର କୌଣସି ନିଷ୍ପତ୍ତିକୁ ସେ ଏକା ନେବାର ସାମର୍ଥ୍ୟ ରହିତ ଥିଲା। କିନ୍ତୁ ପରିସ୍ଥିତି... ଜୀବନକୁ କିଛିଟା ଭାବରେ ବଦଳାଇଥାଏ । ଏଇ ଉକ୍ତିଟି ପ୍ରାୟେ ସମସ୍ତଙ୍କ କ୍ଷେତ୍ରରେ ଆଧାରିତ ହୁଏ। ବିବାହ ବୟସରେ ଉପନୀତ ହେଇଥିବା ସୀମାକୁ କିପରି ଉପଯୁକ୍ତ ବର ପାତ୍ର ସନ୍ଧାନରେ ...ବ୍ୟଗ୍ରତା ଦର୍ଶାଉଥିଲେ ସୀମାର ବାପା ମା... 


କିଛି ଦିନ ଉପରାନ୍ତେ... ସୀମା ପାଇଁ ଗୋଟେ ଯୋଗ୍ୟ ପୁଅର ବିବାହ ପ୍ରସ୍ତାବ ଆସିଲା । ପିଲାଟି ଗୋଟେ ବିଶ୍ଵବିଦ୍ୟାଳୟରେ ଅଧ୍ୟାପକ ଅଛି । ତେଣୁ ସୀମାର ବାପା ମା ଏଇ ପ୍ରସ୍ତାବକୁ ନିଜ ଝିଅ ପାଇଁ ଉପଯୁକ୍ତ ଭାବେ ମନେ କରି .. ବିବାହ ପାଇଁ ଆଗେଇଲେ। ଝିଅ ଦେଖା ଚାହାଁର ଦିନ ଆସିଲା । ପୁଅର ବାପା, ମା ,ଭଉଣୀ ସହ ପୁଅ ମଧ୍ୟ ଆସିଲା । ସେଦିନ ସୀମା ପ୍ରଥମ କରି ନୂଆ ଶାଢ଼ୀ ପିନ୍ଧି ହାତରେ ସରବତ ଟ୍ରେ ଟା ଧରି ମୁଣ୍ଡ ତଳକୁ କରି ଆସିଲା । ସମସ୍ତଙ୍କୁ ନମସ୍କାର ଟିଏ କରି ସର୍ବତ ଗ୍ଲାସକୁ ବଢ଼େଇଲା । ପୁଅକୁ ବଢେଇବା ଉଦ୍ଦେଶ୍ୟରେ ସେମିତି ନିଜ ମୁଣ୍ଡ ତଳକୁ କରି ରଖିଲା । ପୁଅଟି ମଧ୍ୟ ସୀମାର ରୂପ ..ଗୁଣରେ ପ୍ରଭାବିତ ହେଇ ପାରିଥିଲା । ଆଉ ବିବାହ ପାଇଁ ନିଜ ଆଡୁ ସମ୍ମତି ଜଣାଇଥିଲା। .. ସୀମାର ମଧ୍ୟ ସେଇ ଅବସ୍ଥା.. ପୁଅକୁ ସାମ୍ନାରେ ନ ଦେଖି ତା ଫୋଟୋଟିକୁ ଆଗରୁ ଦେଖି ସାରିଥିଲା । ଏଇ ଭଳି ଦୁଇ ପରିବାରର ସ୍ଵୀକୃତି ସହ ଗୋଟେ ବିବାହ କାର୍ଯ୍ୟକ୍ରମର ଆରମ୍ଭ ଜୋର୍ ସୋରରେ ଚାଲିଲା । 


ବାହାଘର ଆଉ ୧୦ ଦିନ ଥାଏ। ସୀମା ମଧ୍ୟ ନିଜ ବାହାଘର ପାଇଁ ବହୁତ ବ୍ୟସ୍ତତା ସହ ରହୁଥାଏ। ସେ ଦିନ ସୀମାର ସାଙ୍ଗ... ଲିଜା.. ଆସିଥାଏ। ତା ବାହାଘରର ଗୋଟେ ମାସ ବି ପୁରିନି। କିନ୍ତୁ ସେ ତା ସ୍ୱାମୀର ଅସଲ ଚେହେରା ଟା ଜାଣି ପାରିଥିଲା। ସେ ମଧ୍ୟ ଲିଜାକୁ ସେ ଦିନ ଦେଖି ଖୁସି ହେଇ ଥିଲା । ହେଲେ ପରେ ତା ଆସିବାର କାରଣ ଜାଣି ଟିକେ ଦୁଃଖୀ ହେଇ ଗଲା । ବାହାଘରର ଏତେ ସାରା ଆରେଞ୍ଜମେଣ୍ଟ ପରେ ବି ଗୋଟେ ଝିଅ ଯଦି ତା ଜୀବନରେ ଖୁସି ହେଇ ଚଳି ପାରୁନି .. ତା ହେଲେ ସେ ବାହା ହେବା ବି ଧିକ୍...!!!ଏଇ କଥା ସବୁ ତାର ସାଙ୍ଗ ସାଥୀ କହିଲେ ।  ଆଉ ସୀମାର ଅନ୍ୟ ସାଙ୍ଗ ମାନେ ମଧ୍ୟ ତାର ଏଇ ବାହାଘର ପାଇଁ ପ୍ରଥମେ ସେ ପୁଅର ଅସଲ ଗୁଣ କଣ ଜାଣିବାକୁ ସୀମାକୁ ପରାମର୍ଶ ଦେଲେ। ସୀମା ପ୍ରଥମେ ମନା କଲା... କାରଣ ସେ ତା ବାପା ମାଙ୍କ ଇଚ୍ଛା ବିରୁଦ୍ଧରେ ଯିବାକୁ ଚାହୁଁ ନଥିଲା । ହେଲେ ଏଇ ଖବର ସୀମାର ବାପା ପାଖରେ ପହଞ୍ଚି ଗଲା । ସୀମା ବାପା ମଧ୍ୟ ଲିଜା ସହ ଘଟିଥିବା ଘଟଣାର ଶୁଣି ଖୁବ୍ ଚିନ୍ତା ଗ୍ରସ୍ତ ହୋଇ ପଡ଼ିଲେ। ସୀମାର ବାହାଘର ଚିନ୍ତାଠୁ ତା ଶାଶୁଘରେ କେମିତି ରହିବ କଥା ତାଙ୍କ ମୁଣ୍ଡରେ ପଶିଲା । ତଥାପି ନିଜ ମନ ସହ ନିଜ ଝିଅକୁ ଗୋଟେ ବିପତ୍ତି ଆଡୁ ବଞ୍ଚେଇବାକୁ ଯାଇଁ ମନେ ମନେ ଗୋଟେ ଉପାୟ ପାଞ୍ଚିଲେ। ଗୋଟେ ପୁଅର ସଚ୍ଚୋଟତାକୁ ମାପିବା ପାଇଁ ସେ ସୀମାକୁ ନେଇ ଗୋଟେ ଟେଲିଫୋନ ବୁଥକୁ ନେଲେ ସେଠି ସେ ପିଲାର ନମ୍ବର ଦେଇ କହିଲେ... ଏବେ ତୋ ପାଖରେ ଏଇ ୧୦ ଦିନ ସମୟ.. ପିଲାଟି ଯେ ତୋ ପାଇଁ ଉପଯୁକ୍ତ କି ନାହିଁ.. ତୁ ପ୍ରଥମେ ପରୀକ୍ଷା କରିବୁ। ନେ... ତୁ ତୋର ନାଆଁ ଲୁଚେଇ ଗୋଟେ ଅଜଣା ଅଚିହ୍ନା ଭଳି ଆଗତୁରା କଥା ହ... ଏତିକି କହି ସୀମା ବାପା .. ବୁଥ ବାହାରେ ଛିଡ଼ା ହେଲେ... 


ସୀମା .. ନମ୍ୱର୍ ପ୍ରଥମେ ଡାଏଲ୍ କଲା... କଣ ବି କଥା ହବ ସେ ... ତଥାପି ଏଇଟା ତା ନିଜ ଜୀବନ କଥା.. ସେଥି ପାଇଁ ସେ ତା ନିଜ ମନକୁ ଶକ୍ତ କଲା... ପୁଅଟିର ନମ୍ୱର୍ ରୀଂ ହେଉଥାଏ.. ସିଆଡୁ ପୁଅ ଟିର ସ୍ୱର ସୁଭାଗଲା... ହେଲ୍ଲୋ... କିଏ କହୁଛନ୍ତି..!!

ସୀମା - ମୁଁ ସୌମ୍ୟା କହୁଚି... ଆପଣ କିଏ କହିଛନ୍ତି..??

ସୁଜିତ୍ - ମୁଁ ସୁଜିତ୍.. ଆପଣ କୁହନ୍ତୁ.. କିଏ.. ଓ କାହାକୁ ଖୋଜୁଛନ୍ତି..??

ସୀମା - ନାଇଁ ମାନେ.. ଆପଣ ଏବେ ଫ୍ରି ଅଛନ୍ତି.. ମୋ ସହ କଥା ହେଇ ପାରିବେ..?

ସୁଜିତ୍ - କି ଭଳିଆ ଆପଣ... ନା ଆପଣଙ୍କୁ ମୁଁ ଚିହ୍ନିଛି ନା ଜାଣିଚି... କେମିତି କଥା ହେବି.. ??

ସୀମା - କଣ ଗୋଟେ କଥା ହେବା ପାଇଁ ଚିହ୍ନା ପରିଚୟ ଜରୁରୀ..??

ସୁଜିତ୍ - ଦେଖନ୍ତୁ ମାଡାମ୍.. ଆପଣଙ୍କ ସହିତ ମୋର କଥା ହେବାକୁ ଆଦୌ ଇଚ୍ଛା ନାହିଁ । ଆପଣଙ୍କ ପାଖେ ହୁଏ ତ ସମୟ ଥାଇପାରେ.. ଏମିତି କରିବାକୁ.. ତେଣିକି ମୋ ପାଖେ ନାଇଁ ...ମୋର ବହୁତ୍ କାମ । ରଖୁଛି... 

ସୀମା - ଆରେ ଶୁଣ.. !!!

ଏତିକି କହିବା ଭିତରେ ସୁଜିତ୍ ଫୋନ୍ ତା ଆଡୁ କାଟି ସାରିଥିଲା । .. ସୀମା ତା ବାପକୁ ଆସି ସବୁ କଥା କହିଲା । ତା ବାପ ଶୁଣିକୁ ଏମିତି ଅଭିନୟ ଆହୁରି କିଛି ଦିନଜାରି ରଖିବାକୁ କହିଲେ। 


ତ ତା ପର ଦିନ ଘଟଣା.. ସୀମା ପୁଣି ଫୋନ ଲଗେଇଛି.. 

ସୁଜିତ୍ କଥା ହେଉଛି.. 

.. ହେଲୋ ଜାଣି ପାରିଲ... ମୁଁ ସୌମ୍ୟା କହୁଚି..

ସୁଜିତ୍ - ଆପଣ କଣ ପାଇଁ ଫୋନ୍ ପୁଣି କରିଛନ୍ତି ଆଜି.. 

ସୀମା - ତୁମକୁ ମୁଁ ପସନ୍ଦ କରେ.. ନା ..ତୁମକୁ ମୁଁ ଭଲ ପାଏ.. ଟିକେ ଡରି ଡରି କହୁଥାଏ। 

ସୁଜିତ୍ - ଆପଣ କଣ ମୋ ସହ ଥଟ୍ଟା କରୁଛନ୍ତି.. ଜାଣିଛନ୍ତି କଣ ମୋ ବିଷୟରେ.. 

ସୀମା - ହଁ .. ଜାଣିଚି ...ତମକୁ ..ଦେଖିଚି ବି .. ତମେ R.N.j. କଲେଜର ଗୋଟେ ଅଧ୍ୟାପକ..। ତୁମର ଗୋଟେ ଛୋଟ ପରିବାର ଅଛି... ବାପା ମା ଭଉଣୀ ଅଛନ୍ତି । 

ସୁଜିତ୍ - ବାସ୍.. ଏତେ କଥା ଜାଣିଚ ଯଦି .. ମୋ ବିଷୟରେ ... ଆଉ କିଛି ଅଧିକା ଜାଣିନ... 

ସୀମା - ଆଉ କଣ ଅଧିକା... 

ସୁଜିତ୍ - ଆପଣ ରଖନ୍ତୁ ଆଗେ... ବାଇ ଦ ୱେ... ମୋର କ୍ଲାସ ଷ୍ଟାର୍ଟ ହେଲାଣି . ଏତିକି କହି ପୁଣି ଫୋନଟି କାଟି ଦେଇଛି। 


ପୁଣି ତା ପର ଦିନ ସୀମା ଫୋନ୍ ଲଗେଇଛି। ସୁଜିତ୍ ପୁଣି ସେ ନମ୍ବର ଦେଖୁଚି। ରାଗ ତ ମାଡୁ ଥାଏ ତାକୁ ଫୋନ୍ କାଟିବାକୁ। ହେଲେ ମନ ତାର ଯେମିତି କହୁଥାଏ.. ଫୋନଟା ରିସିଭ୍ କରିବାକୁ.. ସୁଜିତ୍ - କଣ ତମର କି ପ୍ରେମ ନିଶା.. ଲାଗିଚି.. କିଛି ନ କହିଲା ଠୁ ତମର ବହୁତ୍ ମୁହଁ ହେଇଗଲାଣି। ଡେଲି କା ଡେଲି ଫୋନ୍ କାଇଁ କରୁଚ... 

ସୀମା - ନାଇଁ... ମୁଁ ତମକୁ ଭଲ ପାଏ ବୋଲି ଫୋନ୍ କରୁଚି। 

ସୁଜିତ୍ - ମୋର ତମକୁ ଭଲ ପାଇ ବାରେ ନାହିଁ .. ଆଉ ଗୋଟେ କଥା.. ମୋର ଆଉ ଅଳ୍ପ ଦିନରେ ବାହାଘର.. ତ ଆପଣ ଏମିତି ମୋତେ ଫୋନ୍ କରନ୍ତୁନି। 

ସୀମା - ଆଚ୍ଛା ଠିକ୍ ଅଛି ରାଗନ୍ତୁନି.. ଆପଣଙ୍କ ତା ହେଲେ ବାହାଘର ଠିକ୍ ହେଇ ଯାଇଚି। କଣ ଆପଣଙ୍କର ପ୍ରେମ ବିବାହ ହଉଚି ନା ଗୋଟେ ଅଜଣା ଅଶୁଣା ଝିଅକୁ ଆପଣଙ୍କ ବାପା ମା ଠିକ୍ କରିଛନ୍ତି..!!

ସୁଜିତ୍ - ମୁଁ ଆପଣଙ୍କୁ ଏସବୁ କିଛିଟାରେ ମନ୍ତବ୍ୟ ଦେବାକୁ ଚାହୁଁ ନାହିଁ। 

ସୀମା - ଆଚ୍ଛା.. ଆପଣ ଯଦି ଏମିତି .. ସେ ଝିଅ ବିଷୟରେ ଆପଣ କିଛି ଖବର ରଖିଛନ୍ତି ନା ନାଇଁ .!

ସେ ଝିଅ ଯଦି ଆଉ କାହାକୁ ପ୍ରେମ କରିଥାଇପାରେ..!!

ସୁଜିତ୍ - ବନ୍ଦ କରନ୍ତୁ... ଆପଣ ଆଉ ଥରେ ଯଦି ସେ ଝିଅ ବିଷୟରେ କହିଥିବେ... ବହୁତ୍ ହେଇ ଗଲା ... ଆପଣ ଏବେ ହିଁ ଫୋନ ରଖନ୍ତୁ। 

ସୀମା - ଏବେ ବି ସମୟ ଅଛି ..ହସି ହସି ଫୋନ୍ ରଖିଦେଲା । 

ସୁଜିତ୍ ୟା ଭିତରେ ବହୁତ ଡିଷ୍ଟର୍ବ ହେଇ ଯାଇଥିଲା । କିଏ ଇଏ ଝିଅ ...ପ୍ରତି ଦିନ ମୋତେ ଫୋନ୍ କରୁଚି..?? କଣ ଚାହୁଁଚି ସେ...

ତା ପର ଦୁଇ ଦିନ ଯାଏଁ ସୀମା ପୁଣି ଫୋନ୍ କରିଚି। କିନ୍ତୁ ସୁଜିତ୍ ଉଠେଇନି। 

ୟା ଭିତରେ ବାହାଘର ଦିନ ମାତ୍ର ପାଞ୍ଚ ଦିନ ରହିଛି। ସୁଜିତ୍ ମନେ ମନେ ସେ ଝିଅ ସୀମା ରୁପି ସୌମ୍ୟା କଥା ମାନି .. ଚାହିଚି... ସୀମା ସହ କିଛି କଥା ହେବାକୁ ...!! ତା ପର ଦିନ ... ସୁଜିତ୍ .. ଯାଇଁ ପହଞ୍ଚିଛି... ସୀମାଙ୍କ ଘରେ..

ବାହାଘରର ପାଇଁ କଣ କିଛି ଅସୁବିଧା ରହିଲା ଜାଣି ସୀମାର ବାପା .. ସୁଜିତକୁ ଘରେ ବସେଇ ପଚାରିଲେ... କିନ୍ତୁ ସୁଜିତ୍ କହୁଥାଏ.. ମୋତେ କିଛି ସମୟ ପାଇଁ ସୀମା ସହ କଥା ହେବାରେ ଅଛି .. ଆପଣ ଯଦି ଅନୁମତି ଦେବେ... ମୁଁ ଟିକେ କଥା ହେବି..

ସୀମାର ବାପା ... ସୀମାକୁ ଡାକିଲା... ସୀମା କଥା ହେବା ଭିତରେ ....ସୀମା ରୁପି ସୌମ୍ୟାର ସ୍ୱରକୁ ସୁଝିତ୍ ପୁରା ଭଲରେ ଜାଣି ପାରିଲା... ଯେ... ପ୍ରକୁତରେ ସୀମା ଯିଏ ସୌମ୍ୟା ବି ସେ... ହେଲେ ଏସବୁ କରିବାର କାରଣ କଣ... ମନକୁ ମନ ସୁଜିତ୍ ପଚାରି ହେଉଥାଏ। ହେଲେ ସୀମାର ବାପା ଏସବୁର ଅନୁମାନ ଲଗେଇ ଦେଲେ । ଆଉ ସମ୍ପୂର୍ଣ୍ଣ ବିବରଣୀ ସୁଜିତକୁ ଦେଲେ। 


ଏଇ କଥା ଶୁଣି ସୁଜିତ୍ ଖୁସି ଖୁସିରେ ସୀମାକୁ ତାର ଶେଷ ଜୀବନ ଥିବା ଯାଏଁ ଆପଣେଇ ବାର କଥା ସୀମା ବାପାଙ୍କୁ ଦେଲେ।... ପ୍ରକୃତରେ ସତ୍ୟତାର ପଥେ ଏଇ ଟେଲିଫୋନର ମାଧ୍ୟମ ଯେ ତାଙ୍କ ଦୁହିଁଙ୍କ ପାଇଁ ନୂଆ ଜୀବନର ଭବିଷ୍ୟତ ଗଢିଲା ... ତାହା କହିବା ନିଃସନ୍ଦେହ। 



Rate this content
Log in

Similar oriya story from Inspirational