STORYMIRROR

Subhashree Behera

Romance Fantasy

4  

Subhashree Behera

Romance Fantasy

ପ୍ରେମର ଅନ୍ୟ ଏକ ରୂପ

ପ୍ରେମର ଅନ୍ୟ ଏକ ରୂପ

5 mins
288


ସାଧାରଣତଃ ଚନ୍ଦନ ସବୁଦିନ ସକାଳେ ଉଠେ । କିନ୍ତୁରବିବାର ସକାଳୁ ତା ବୋଉ ହାରାମଣି ଙ୍କ ଡ଼ାକ ନ ଶୁଣିଲା ଯାଏଁ ଚନ୍ଦନର ନିଦ ଭାଙ୍ଗେନି। ଛ ଟା ପୂର୍ବରୁ ଶଯ୍ୟା ତ୍ୟାଗ କରୁଥିବା ଚନ୍ଦନ ଭଳି ସାଧାରଣ କର୍ମଜୀବୀ କୁ ବିରବିବାର ଭଳି ଦିନରେ ୮ ଟା ପୂର୍ବରୁ ବି ଉଠେଇ ଦିଅନ୍ତି। ସେ ଦିନ ବି ଥାଏରବିବାର। ୮ ଟା ବାଜିଲା ବେଳକୁ ହାରାମଣି ଡାକ ପକେଇଲେ, ... " ଚନ୍ଦନ... ଉଠେ ବାପା... ଦିନ ଆସି ଘଡ଼ିଏ ହେଲାଣି। ଆଉ କେତେ ଶୋଇବୁ। ଆଜି ତୋ ପସନ୍ଦର ମାଲପୁଆ ବନେଇଚି। ଜଲ୍ଦୀ ଜଲ୍ଦୀ ଫ୍ରେସ୍ ହେଇ ଯା। ତୋ ବାପା ବଜାର ଯାଇଛନ୍ତି। ଆଉ ହଁ... ସେ ଗୋଲାପ ଗଛ ଗୁଡ଼ିକରେ ପାଣି ଟିକେ ଦେଇ ଆସିବୁ ତ। କାଲି ସନ୍ଧ୍ୟାରେ ଦେବି ବୋଲି ଭୁଲି ଗଲି। ... । 


ଚାକିରୀ କଲା ଦିନ ଠୁ ଶନିବାରରାତିରେ ଡେରିରେ ସୋଇବାର ଏକ ପ୍ରକାର ଅଭ୍ୟସ୍ତ ଚନ୍ଦନର ହୋଇ ଯାଇଥିଲା । ଆଉ ଟିକେ ଶୋଇବାକୁ ଇଚ୍ଛା ଥିଲେ ମଧ୍ୟ ଉଚିତ୍ ବ୍ୟବଧାନରେ ବୋଉ ହାତ ତିଆରି ମାଲପୁଆ କଥା ଶୁଣି ଉଠି ପଡିଲା ଚନ୍ଦନ। 


ପାଣି ପାଇପ୍ ଧରି ଘର ପଛ ପଟ ବଗିଚାକୁ ପାଣି ଦେବାକୁ ବାହାରିଲା । ତାଙ୍କ ଘରର ସାମ୍ନା କବାଟ ପ୍ରାୟେ ଦିନ ବେଳା ଖୋଲାରହିଥାଏ । ହଠାତ୍ ଗୋଟିଏ ଝିଅ ଘର ଭିତରକୁ ପଳେଇ ଆସିଲା । ଆଖିରେ ସଂଗ୍ଲାସ୍ ଆଉ ମୁଣ୍ଡରେ ଖୋଲା ହେଇଥିବା କେରା କେରା ନାଲି ବାଳ। ଝିଅ ଟି ହାରମଣି ଙ୍କୁ ପଚାରିଲା... ଆଣ୍ଟି, ଚନ୍ଦନ ଅଛି??. ହାରାମଣି ବି କିଛି ନ କହି ଚନ୍ଦନ ଆଡ଼କୁ ହାତ ଦେଖେଇ ଦେଲେ। ସେ ଅଜଣା ଅଶୁଣା ଝିଅ ଟି ବି ଚନ୍ଦନ ଆଡ଼କୁ ପଳେଇଲା । ଚନ୍ଦନ କିଛି କହିବା ପୂର୍ବରୁ ସେ ଝିଅ ଟି ପାଣି ପାଇପ୍ ତାଙ୍କ ଠୁ ଛଡେଇ କିଛି ପାଣି ବୁନ୍ଦା ଛିଞ୍ଚି ପକେଇଲା । ଚନ୍ଦନ ଏସବୁ ଦେଖି ଆଶ୍ଚର୍ଯ୍ୟ ଯେତିକି ହଉଥାଏ ସେତିକି ବିରକ୍ତ ବି । ତା ପରେ ସେ ଝିଅ ଟି ଖୁବ୍ ଅଜବ ପ୍ରକାର କାମ ଟିଏ ବି କଲା । ପାଇପ୍ ଟାକୁ ତଳେ ପକେଇକି ଚନ୍ଦନ କୁ ଭିଡ଼ି ତା ଗାଲରେ ସରୁ ଚୁମ୍ବନ ଟିଏ ଆଙ୍କି ଦେଲା । ଆଉ ତା ଓଠରେ ସୁନା ହସ ଟିଏ ହସିଦେଲା। ଏସବୁ ଦୃଶ୍ୟ ଚନ୍ଦନ ଆଖିରେ ଆଉ କ୍ରୋଧ ନରଖି ବିସ୍ମୟ ପାଲଟି ଯାଉଥାଏ। ହାରାମଣି ବି ଏସବୁ ଏକ ଲୟରେରୋଷେଇ ଘରୁ ଦେଖୁଥାନ୍ତି। ଆଉ ନିଜେ ଚନ୍ଦନ ବି ତା ବୋଉ ଆଗେ ଲଜ୍ୟା ଅନୁଭବ କରୁଥାଏ । ତଥାପି ସାହସ କରି ସେ ଝିଅ ଟିକୁ ତା ପରିଚୟ ମାଗିବାକୁ ଯାଇ ପଚାରିଲା .. ତମେ କିଏ?? ଏତିକି ବି ପଚାରିଲା ବେଳେ ବି ତା ପାଟି ଖନୀ ମାରି ଆସୁଥାଏ। ସେ ଝିଅ ଟି ବି ହସି କି କହିଲା ... ଖୁବ୍ ଶୀଘ୍ର ଜାଣି ଯିବ। ଏତିକି କହି ସେ ଝିଅଟି ବୁଲି ପଡି ଘରୁ ବାହାରିଗଲା । 


ହାରମଣୀ ପୁଅ ଚନ୍ଦନ କୁ ଦ୍ଵନ୍ଦରେ ଥାଇ ଚାହିଁରହିଲେ। ଚନ୍ଦନ ବି ସେ ଝିଅ ପଛେ ପଛେ ଆସି ବାହାରକୁ ଦେଖେ ତ.. ଝିଅ ଟି ସ୍କୁଟି ଧରି ପଳେଇ ଲାଣି। ବାହାରେ ସେ ସେମିତି ବିସ୍ମିତ ହୋଇ କି ଚାହିଁରହିଥାଏ । ତା ସହ ପୁଣି ଏମିତି ଗୋଟେ ନୂଆ ଅନୁଭୂତି ହେବ.. ମନେ ମନେ ନିଜ ଉପରେ ହସି ଝିଅ ଟିର କାମ କୁ ଅନେଇ ଯେମିତି ତାକୁ ସ୍ବପ୍ନ ଦେଖିବା ଭଳି ଲାଗୁଥାଏ ।


ଏତିକି ସମୟରେ ଚନ୍ଦନର ବାପା ବଜାରରୁ ପଳେଇ ଆସିଥିଲେ । ଆଉ ପଚାରିଲେ , କିରେ.. ଏଠି କାଈ ଛିଡ଼ା ହେଇଚୁ... କିଏ ଆସିବାର ଅଛି ନା କଣ???... ପଛପଟୁ ବୋଉର କଥା ଶୁଣିଲା ..ଆସିକି ଚାଲି ଗଲାଣି। ... ଚନ୍ଦନ ବୋଉର କଥା ଶୁଣି ବାପା ଙ୍କୁ ତାର ଏସବୁ ନ କହିବାର ବି ଇଶାରା ବି ଦେଇ ଦେଲା । ବିଚାରି ହାରମଣୀ କଣ୍ ବି ସେ କରି ପାରିବେ । ପୁଅ ମୁହଁ କୁ ଚାହିଁ ଆଉ କିଛି ନ କହିରୋଷେଇ ଘର କୁ ଦୂମ୍ ଦୂମ ହେଇ ଚାଲିଗଲେ । 


ସେ ଦିନ ସନ୍ଧ୍ୟାରେ ଚନ୍ଦନ ବସି ଟିଭି ଦେଖୁ ଥାଏ। ବାପା ଆସି ତାର ପାଖରେ ବସିଲେ । ଚନ୍ଦନ ବି ତାଙ୍କ ହାତ କୁରେମୋଟ୍ ଟା ବଢେଇ ଦେଇ ଉଠି ଆସୁଥିଲା । ବାପା ସେଠୁ କହିଲେ ... ଆରେ ଚନ୍ଦନ.. ସେ ଝିଅ କିଏ ଆଜି ସକାଳେ ଆସିଥିଲା ... ??? ସ୍ଵତଃପ୍ରବୁତ୍ତ ଭାବେ ଚନ୍ଦନ କହି ପକାଇଲା .." ବାପା ମୁଁ ଜାଣିନି ।.".. 

ସେଠୁ ବାପା କହିଲେ ... " ହଉ ଆସନ୍ତା ଗୁର

ୁବାର ଟିକେ ଅଫିସ୍ରୁ ଶୀଘ୍ର ଫେରିବୁ, ତୋ ପାଇଁ ଝିଅ ଦେଖିବାକୁ ଯିବା।...."

ହଁ ବାପା... କହି ଚନ୍ଦନ ବାହାରକୁ ପଲେଇ ଆସିଲା। ମନେ ମନେ ଭାବୁଥାଏ ... ସକାଳର ସେ ଝିଅ ଟା କଥା ବୋଧେ ବୋଉ ବାପା ଙ୍କୁ କହିଛି ... ସେଥି ପାଇ ସେ ଦୁହେଁ ମାେ ପାଇଁ ଝିଅ ଦେଖା ବ୍ୟବସ୍ଥା କରିଛନ୍ତି।.... 


ପୁଣି ତାର ମନ ଭିତର କୁ ସେ ଝିଅଟିର କାରନାମା କଥା ପଳେଇ ଆସୁଥାଏ । ତା ସ ଆଉ ଥରେ ଦେଖା ହେଲେ ତାକୁ ମୁଁ ଭଲରେ ସାବଡ଼ କରିଦିଅନ୍ତି । .. ଏଇମିତି ଗୁଣୁ ଗୁଣୁଁ ହେଇ ଚନ୍ଦନ କହି ପକାଇଲା । ତା ପର ସୋମବାର ଠୁ ଗୁରୁ ବାର ପଯ୍ୟନ୍ତ ବ୍ୟସ୍ତତା ଭିତରେ ସମୟ ଟା କଟି ଗଲା ଚନ୍ଦନର । ଯିବା ଆସିବା ବାଟରେ ସେ ମନେ ମନେ ସେ ଝିଅ ଟା କୁ ଖୋଜି ବୁଲୁ ଥାଏ । କାଳେ କୋଉଠି ଦେଖା ହେଇ ଯିବ । ତା ମୁଣ୍ଡରେ ସେ ଖୋଲା ନାଲି ବାଳ ଆଉ ଆଖିରେ ଲଗେଇଥିଲା ସନ୍ ଗ୍ଲାସ୍ ବାଲା ଚେହେରା ଟି ଚନ୍ଦନ ମନରୁ ଜମା ବି ଲିଭୁ ନଥାଏ। 


ଗୁରୁବାର ସନ୍ଧ୍ୟା ବେଳ କୁ ବାପା ଙ୍କ ଫୋନ ଟା ଆସିଲା । ଚନ୍ଦନ ଅଫିସରେ ଥାଏ। ବାପା କହିଲେ.. "ଆମେ ସମସ୍ତେ ପ୍ରସ୍ତୁତ ହେଲୁଣି । ତୁ ଆସିଲେ ଯିବା । ସଅଳ ପଳେଇ ଆସେ.. ସିଆଡୁ ଦାସ ବାବୁ ଙ୍କ ଫୋନ୍ ଆସିଥିଲା। ..."। ଚନ୍ଦନ ବି ସବୁ କାମ ଶୀଘ୍ର ସାରି ଘରକୁ ଆସିଲା । ସେଠୁ ଫ୍ରେସ୍ ହେଇ ସମସ୍ତେ ମିଶି ବାହାରିପଡ଼ିଲେ। ପାଖାପାଖି ୨୦ ମି ଡ୍ରାଇଭ୍ ପରେ କନ୍ୟା ଘରେ ପହଞ୍ଚିଲେ । ଘର ଟି ବେଶୀ ବଡ଼ ନୁହେଁ ହେଲେ ଭଲ ସୁସଜ୍ଜିତ ହେଇଚି । ବାହାର କାନ୍ଥ ଓ ପାଚେରୀ ଗୁଡିକରେ ଝୋଟି ଚିତା ଓ ଅଏଲପେଣ୍ଟ ଦ୍ବାରା ଚିତ୍ରିତ ହୋଇ ଘରଟି ବେଶ୍ ମନୋରମ ଲାଗୁଥାଏ ଚନ୍ଦନ କୁ । ଚନ୍ଦନ ସମେତ ତା ବାପା ମା ଙ୍କୁ କନ୍ୟା ପକ୍ଷ ଲୋକେ ସ୍ବାଗତ ଜଣାଇଲେ । ଡ୍ରଇଂରୁମ୍ରେ ବସାଇଲେ । ଚା ପାନ ପରେ ତଥାକଥିତ ଝିଅ ଦେଖା ପର୍ବ ଆରମ୍ଭ ହେଲା । ଶାଢ଼ୀ ପିନ୍ଧି ଝିଅଟି ଆସି ଚନ୍ଦନ ସାମ୍ନା ପାଖ ସୋଫା ପାଖରେ ନମସ୍କାର କରି ବସି ପଡ଼ିଲା । ତାକୁ ଦେଖୁ ଦେଖୁ ଚନ୍ଦନ ପୁରା ଚମକି ପଡ଼ିଲା । ଇଏ ତ ସେଇ ଝିଅ .. ଯେ କି ଗତରବିବାର ଦିନ ଆମଘର କୁ ଆସିଥିଲା । ହେଲେ ଆଜିର ବେଶଭୂଷା ସମୂର୍ଣ୍ଣ ଅଲଗା ଥିଲା ଝିଅଟିର । ଚନ୍ଦନ ଇତସ୍ଥିତ ହୋଇ ତା ବୋଉ କୁ ଚାହିଁଲା । ବୋଉ ବି ଚନ୍ଦନ କୁ ଆଖି ଦେଖେଇ ଇଶାରାରେ ପଚାରିଲା ..କଣ୍ ହେଲା ??।।। 


ସ୍ଥିତି କୁ ସମ୍ଭାଳିବାକୁ ଯାଇ ଚନ୍ଦନ ବି କିଛି ନାଇ ବୋଲି କହିଲା.. ଏମିତି ସାମାନ୍ୟ କଥୋପକଥନରେ ଚନ୍ଦନ ଆଉ ସେ ଝିଅ ଟି ଘର ପାଖ ଲାନ୍ରେ ଯାଇ କଥା ହେବାର ଆଜ୍ଞା ଦୁଇ ପରିବାର ପକ୍ଷରୁ ଦିଆ ଗଲା । ଦୁହେଁ ମଧ୍ୟ ଗଲେ । କିଛି ସମୟ ନିରବରେ ହିଁ କଟିଗଲା । ତା ପରେ ଚନ୍ଦନ ତା ଆଡୁ ପଚାରିଲା... "ଆପଣ ଙ୍କ ଅସଲରୁପ ଟା କେଉଁଟା..???"


ଝିଅ ଟି ମଧ୍ୟ ସୁନା ହସ ଟିକକ ମେଲି ଦେଇ କହିଲା..." ତୁମକୁ କେଉଁଟା ପସନ୍ଦ ଲାଗିଲା????"


ଚନ୍ଦନ ଟିକେ ଭାବି କି କହିଲା..." ମୋତେ ଦୁଇ ଟା ହିଁ ପସନ୍ଦ୍ ଲାଗିଲା । ହେଲେ ଏସବୁ କରିବାର କାରଣ ଟା ମୋତେ କହିଲେନି??!!....."


ଝିଅ ଟି ସାମାନ୍ୟ ହସି କୁ କହିଲା... "ଏଇଟା ମୋ ପାଇଁ ଚ୍ୟାଲେଞ୍ଜ ଥିଲା । ବହୁତ୍ କଷ୍ଟରେ ପୁରା କରିଛି । ବାକି ଏ ବିଷୟରେ ପରେ କହିବି ।...."


ତା ପରେ ସମସ୍ତେ ଘରକୁ ଫେରି ବାର କହି ଫୋନ୍ରେ ଜଣେଇବା ବୋଲି କହି ଆସିଲେ ।  


ପରେ ଗାଡ଼ିରେ ଆସିଲା ବେଳେ ଘର କୁ ଚନ୍ଦନ ତା ବାପ ବୋଉ ଙ୍କ ହାଵ ଭାବ କୁ ଲକ୍ଷ୍ୟ କରି ଅନୁମାନ ବି ଲଗେଇ ଦେଲା ଯେ ଏସବୁରେ ତା ବାପା ଆଉ ବୋଉ ସାମିଲ ଅଛନ୍ତି । ସେ ଜାଣି କି ମନେ ମନେ ଖୁସି ହେଉଥାଏ । ଆଉ ଭାବୁଥାଏ .. ଏଇ ପାଞ୍ଚ ଦିନ ଭିତରେ ମୁଁ ସେ ଝିଅ ଟିକୁ ଭଲ ପାଇ ସାରିଥିଲି ବୋଧେ.... ହେଲେ ମୁଁ ତାରକେଉଁରୁପଟିକୁ ଭଲ ପାଉଥିଲି ?? ସେ ନାଲି ବାଳ ସଂଗ୍ଲାସ ଲଗା ଉଦଣ୍ଡିରୂପ କୁ ନା ସଭ୍ୟତାରେଖାର ଶାଢ଼ୀ ପିନ୍ଧା ସେଇ ସଲ୍ଲଜରୂପ କୁ ?


(ସମାପ୍ତ)




Rate this content
Log in

Similar oriya story from Romance