STORYMIRROR

Subhashree Behera

Abstract Action

3.5  

Subhashree Behera

Abstract Action

ସମ୍ପର୍କ ଠୁ ବହୁତ ଦୂରେ

ସମ୍ପର୍କ ଠୁ ବହୁତ ଦୂରେ

3 mins
229


ଧନ୍ୟବାଦ୍ ପାଠକ ପାଠିକା ବୃନ୍ଦ। ଆଜି ଏଇ ପ୍ରତିଯୋଗୀତା ର ଅନ୍ତିମ ଭାଗ । ସମ୍ପର୍କ ଠୁ ତ କେହି ଜାଣି କି ଦୂରେଇ ଜାନ୍ତି ନାହିଁ। କିଛି ଟା ପରିସ୍ଥିତି ତାଙ୍କୁ ବାଧ୍ୟ କରାଏ ୟେ ସବୁ କରିବାକୁ। ହୁଏତ ଏଇଟା ମାେ ମତ୍ତ । କାରଣ ଆମେ ସମସ୍ତେ ନିୟତି ର ଦାସ । ସମୟ ଚକ୍ର ରେ ଆମେ ସମସ୍ତେ ପରିଚାଳିତ ହେଉଚେ। ଆଉ ତାରି କରାଲତଳେ ପରିସ୍ଥିତି ବି ଆମ ଜୀବନ ରେ ଅଲଗା କିଛି ମୋଡ଼ ନେଇଥାଏ । ଆଉ ସେଥି ମଧ୍ୟ ରୁ ସମ୍ପର୍କ ବି ବାଦ୍ ଯିବ କେମିତି ? ସମ୍ପର୍କ ର ତିନିଟା ଭାଗ ରେ ମୁଁ ମୋ ଅପରି ପକ୍ୱତା ବୟସ ର କିଛି ଭାବ ଆବେଗ କୁ ସମ୍ୟକ ପ୍ରଦର୍ଶିତ କରିଛି ଆପଣ ମାନଙ୍କ ପାଖେ। ଆଉ ଆଜି ଅନ୍ତିମ ଭାଗ ରେ ମୁଁ ଜୋର୍ ଦେଇ କହି ପାରୁନି ଯେ ମୋର ଏଇ ସମ୍ପର୍କ ଟା ମାେ ଠୁ ପୁରା ସମ୍ପୂର୍ଣ୍ଣ ଭାବେ ଦୂରେଇ ଯାଇଛି ।। ହଁ ଆଂଶିକ ଭାବେ କିଛି ଟା ପରିବର୍ତ୍ତିତ ହେଇଚି। ଚାଲନ୍ତୁ ... ମୋ କାହାଣୀ କୁ ମୁଁ ଶେଷ ମାନେ କେମିତି ଭାବେ ମୋଡ଼ ଦେଉଚି । ସେ ଡିପ୍ଲୋମା ଆଉ ଆଇଟିିଆଇ କରିବା ପରେ job ବି କଲେ । ହେଲେ ତାଙ୍କ ବାପା ଯେହେତୁ ପୋଲିସ ଡିପାର୍ଟମେଣ୍ଟ ଥିଲେ ସେ ବି ସେଇ ଡିପାର୍ଟମେଣ୍ଟ ରେ ରହିବାକୁ ବେଶୀ prefer କଲେ। ଆଉ ତାଙ୍କର ଏଇ job ରେ ଅଧିକା ଖୁସି ମୁଁ ହିଁ ହୋଇଥିଲି। ତା ଭିତରେ  ମୁଁ ବି ମୋର graduation ଆଉ PG ମଧ୍ୟ ସାରିଦେଇଥାଏ । କିଛି କିଛି compitative ବି ଦେଉଥାଏ । Duty ରେ ଥିବା ହେତୁ ତାଙ୍କ ସହ ଫୋନ ରେ ତ ଏତେ କଥା ହେଇ ପାରେନି ଖାଲି ଯାହା msg ରେ ଚାର୍ଟିଂ କରି ଥାଏ । ସେ ସବୁ ଭଲ ମନ୍ଦ ସବୁ କଥା ବି ସେୟାର କରନ୍ତି । ତ ଏଇ ସବୁ ରେ ଆମର ୮ ବର୍ଷ ବିତିଯାଇଛି । ସେମିତି ଚାଲି ଥାଏ । ବହୁତ୍ ଥର ମୁଁ ଆମ ସମ୍ପର୍କ ର ଶେଷ ପର୍ଯ୍ୟାୟ ମାନେ ବାହାଘର କଥା ବି ଉଠାଏ । ସେ ବି ରାଜି ହୁଅନ୍ତି । କିନ୍ତୁ ସେ ଆଭାସ ଟା ମୁଁ ତାଙ୍କ କଥାରୁ ଏତେ ପାଇ ପାରେନା। ମାନେ ତାଙ୍କ କଥା ଭିତରେ ମୋତେ ସେତିକି କାଇଁ ଆଶ୍ୱାସନା ମିଳି ପାରେନି ।ମୁଁ ବି ତାଙ୍କୁ ବେଶୀ ଜୋର୍ ଦେଇ ପଚାରି ପାରେନା । ସମୟ ତା ସ୍ରୋତ ରେ ଚାଲେ । ହେଲେ ମାେ ମନ ର ଏଇ ଛୋଟିଆ ଭାବନା ଟା କୁ ସେ କାଇଁ ସବୁବେଳେ ନଜର ଅନ୍ଦାଜ କରୁଥିଲେ । ଯେଉଁଟା କି ମୋତେ ଖରାପ୍ ଲାଗୁଥିଲା । ଖାଲି ସମ୍ପର୍କ ଗଢି ଦେଲେ ହୁଏନି । ସମାଜ ଆଗ ରେ ବି କିଛି ନୂଆ ପରିଚୟ ପାଇବାରେ ଇଚ୍ଛା ବି ଥାଏ । ସାଙ୍ଗ ସାଥି ସେଇ କଲେଜ l

ife ରେ ହିଁ ସୀମିତ ହେଇ ଥିଲେ । ତା ପର ଠୁ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ। ଆମର ଜଉ ପରିସ୍ଥିତି ଉପୁଜି ଥାଏ । ତାକୁ ଆମେ ଦି ଜଣ ହିଁ ସମାଧାନ କରିଥାଉ । ବେଳେ ବେଳେ ଭାବେ ଏ ସେଇ ସାଙ୍ଗ ମାନେ । ଆମ ଦି ଜଣ ଙ୍କୁ କେବଳ ନିଜ ସ୍ବାର୍ଥ ହିସାବରେ ଆମ ମାନଙ୍କୁ ଗୋଟେ ଅଲଗା ସମ୍ପର୍କ ରେ ବାନ୍ଧିଥିଲେ । ହେଲେ ଏବେ ତାଙ୍କ ସେ ନିଜ କର୍ମ ନେଇ ଯେଝା ବାଟ ରେ ଅଛନ୍ତି । ଜାଣନ୍ତି ହେଲେ କେବେ ପଚାରିବାକୁ ତାଙ୍କର ଇଚ୍ଛା ବି ହୁଏନା । ସାଙ୍ଗ ମାନଙ୍କ କଥା କହି ରଖେ ,, ତନୁ ସେ mrg କରି ସାରିଲାଣି ଆଜିକୁ ୪ ବର୍ଷ ହେଇ ଗଲାଣି.. ମିନା ସେ ତାଙ୍କ job ରେ ଅଛନ୍ତି Mrg ତାଙ୍କର ଠିକ୍ ହେଇ ଗଲାଣି ଦୀପକ୍ ଭାଈ ବି ଏଇ ଦୁଇ ବର୍ଷ ତଳେ ବାହା ହେଇ ସାରିଲେଣି ହିମାଂଶୁ ସେ ଏବେ job କରୁଛି। ତ ଏମିତି ସେମାନେ ତାଙ୍କ ଜୀବନ ରେ ବ୍ୟସ୍ତ ଅଛନ୍ତି । ମୁଁ ବି ନିଜ ଜୀବନ କୁ ଗୋଟେ ସୁନ୍ଦର୍ ଗଢିବାର ପରିକଳ୍ପନା ରଖି ଏଇ ବର୍ଷେ ଭିତରେ ତାଙ୍କୁ ବହୁତ୍ ଥର ପଚାରି ଦେଇଥିଲି କିନ୍ତୁ ସେ ଏସବୁ ଥିରୁ ବହୁତ୍ ଦୂର ରେ ଥିଲେ । ଯେମିତି ତାଙ୍କୁ ଏସବୁ କଥା ଏତେ ଟା ମହତ୍ତ୍ୱ ଦେଇପାରୁନ ଥିଲା । ସେ ଖାଲି ନିଜର duty ଉପରେ ହିଁ ଅଗ୍ରାଧିକାର ଦେଉଥିଲେ । ମୋର ଏତେ ଥର ପଚାରିବା ସତ୍ତ୍ବେ ସେ ଯେମିତି ହେଲେ ବହୁତ୍ irritate ହୋଇ ଯାଇଥିଲେ ଆଉ ଶେଷ ରେ ଯାହା ମୋତେ ସବୁବେଳେ ପାଇଁ ଡର ଲାଗୁଥିଲା ସେୟା ହିଁ ହେଲା ନିଜକୁ ସେ ଜାଣି କି ମାେ ଠୁ ଅଲଗା କରିଦେଲେ ନିଜ pH no ସବୁ କିଛି ସେ ଆଉ cuttack ରେ ରହିବା ବି ଛାଡ଼ିଦେଲେ କଷ୍ଟ ହେଇଚି ତାଙ୍କର ଏଇ ବଡ଼ କାମ ପାଇଁ ଦୋଷୀ ମୁଁ ନିଜକୁ ହିଁ ଭାବେ ତଥାପି ମନ କୁ ଦୃଢ଼ କରେ ହଁ ସେ ଫେରିବେ ଏବେ ବି ତାଙ୍କର ଫେରିବା ଆଶା ରେ ରହିଛି ମୁଁ। କେବେ ସେ ନିଜେ ତାଙ୍କ ହାତ କୁ ମାେ ହାତ ରେ ରଖିବେ । କେବେ ଆମେ ଦି ଜଣ ସମ୍ପର୍କ ର ଶେଷ ପାହାଚ ଶିଖ ରେ ପହଁଚିବୁ । ଏମିତି ଅନେକ ଭାବନା କୁ ନିଜ ଭିତ ରେ ନେଇ କି ଆଗକୁ ବଢୁଛି । ଶେଷ ରେ ଏତିକି କହିବି ସାମ୍ପ୍ରତିକ ସ୍ଥିତି ରେ ମାେ ସମ୍ପର୍କ ମାେ ଠୁ ଦୂରେଇ ଯାଇଛି ସତ ହେଲେ ସବୁ ଦିନ ପାଇଁ ଯେ ଦୂରେଇ ଯିବ ଏଇଟା ମୋ ପାଇଁ ଅବିଶ୍ୱସନୀୟ।କାରଣ ସେଇ ସମ୍ପର୍କ ର ମୂଳ ବିଜ କୁ ମୁଁ ମୋ ମନ ରେ କାହିଁ କେତେ ବର୍ଷ ପୂର୍ବେ ରୋପଣ କରିସାରିଛି । ଆଉ ବିଶ୍ୱାସ ସେ ନିଶ୍ଚୟ ମାେ ପାଇଁ ଭଲ ଫଳ ଦେବ ।

 


Rate this content
Log in

Similar oriya story from Abstract