ଡରୁଆ
ଡରୁଆ


ସାଲେପୁର ନିଶ୍ଚିତ କୋଇଲି ର ଏକ ସରକାରୀ ବିଦ୍ୟାଳୟ ରେ କାଯ୍ୟାରତା ଶିକ୍ଷୟତ୍ରୀ ହେଉଛନ୍ତି ଶିବାନୀ ପଣ୍ଡା। ପ୍ରତିଦିନ କେନ୍ଦ୍ରାପଡ଼ା ରୁ ସାଲେପୁର ପର୍ଯ୍ୟନ୍ତ ବସ୍ ରେ ଯିବା ଆସିବା କରନ୍ତି। ଘରେ ତାଙ୍କର ସ୍ବାମୀ । ଗୋଟେ ପୁଅ ..ଶୁଭମ୍....ଘର ର ସବୁ ଜଞ୍ଜାଳ ସାରି ଠିକ୍ ୮ ଟା ଭିତରେ ଛିଡ଼ା ହେଇ ଯାନ୍ତି ବସ ଷ୍ଟପ ପାଖେ । ସେ ଖୁବ୍ ମେଳାପି ଥିଲେ । ଏତେ ବାଟ ଯିବା ଭିତରେ ସେ ତାଙ୍କ ସହ ଯାତ୍ରୀ ସହ କିଛି କିଛି କଥା। ବାର୍ତ୍ତା ହେଇ ଯାନ୍ତି । ସେ ଦିନ କିନ୍ତୁ ଶିବାନୀ ଙ୍କ ମନ ଭଲ ନଥିଲା । ସ୍ବାମୀ ଙ୍କ ପାଇଁ ଯେତେ ଯାହା କଲେ ବି ସେ ପଦେ ଅଧେ ସୁନେଇ ଦେଇଥିଲେ । ଏମିତି କି ନିଜ ର ଭାଗ୍ୟ କୁ ନିନ୍ଦା କରିକହୁଥିଲେ କାଈ ସେ ଏମିତି ଗୋଟେ ଝିଅ ଦେଖି ବାହା ହେଇ ଗଲେ । ନ ଜାଣି ନ ବୁଝି ଆରେଞ୍ଜ ମାରେଜ୍ କରି ସେ ଆଜି ପସ୍ତାଉ ଛନ୍ତି। ସ୍ବାମୀ ଙ୍କ ଏଇ କଥା। ତାଙ୍କ କାନ ରେ ବାଜି ଉଠୁ ଥାଏ । ଏମିତି ଅନ୍ୟମନସ୍କ ରେ ସେ ଦିନ ବସ୍ ରେ ଝରକା ପାଖ ସିଟ୍ ଟିଏ ଦେଖି ସେ ବସି ଗଲେ । ନିଜ ମନ ର ଦୁଃଖ ଟିକେ ହାଲ୍କା କରିବାକୁ ଚାହୁଥିଲେ।
ବସ ଛାଡ଼ୁ ଛାଡ଼ୁ ତାଙ୍କ ପାଖରେ ଆସି ବସିଗଲା ୨୦ କି ୨୧ ବର୍ଷ ର ଝିଅଟିଏ। ଆଖିରେ କଳା ଚଷମା.. କାନ ରେ ଇଅର୍ ଫୋନ ହାତରେ ମୋବାଇଲ୍... ପାଟି ରେ ଚୁଇଁନ୍ଗମ୍.. ଅଧା ପେଟ ଦେଖା ଟପ୍ସ.. ଖୋଲା ମୁକୁଳା କେଶ.. ହଁ .. ଏଇତ ବେଶ ଆଜି କାଲି ଝିଅ ମାନଙ୍କ ର... ବସୁ ବସୁ କାହା ସାଥୀରେ କଥା ହେବାକୁ ଲାଗିଲା ଝିଅଟି। ତାର କଥା କୁହା ଢଙ୍ଗ ବଡ଼ ବିଚିତ୍ର ଲାଗୁଥିଲା ଶିବାନୀ ଙ୍କୁ । ଝିଅ ଟି ବି ମଧ୍ୟ ଖୁବ୍ ଚାଲାକି ସହ ନିଜ ସ୍ୱର କୁ ଧିମା କରି କଥା ହେବାକୁ ଚାଲିଲା ।
ପରେ ଶିବାନୀ ଯେବେ ଶୋଇବାର ଛଳନା କଲେ । ଠିକ୍ ସେତେବେଳେ ଝିଅ ଟି ଟିକେ ଶିବାନୀ ଆଡ଼କୁ ନଜର ପକେଇ କଥା ଟିକେ ସ୍ପଷ୍ଟ ହେବାରେ ଲାଗିଲେ ଫୋନ୍ ରେ...
.. " ନା .. ମ ଜାନୁ.. ମୁଁ ତ କହିଥିଲି ତମକୁ ଘରେ ଆମର କେହି ବି ରାଜି ହେବେନି । ଭାଈ ତ ପୁରା ଧମକ ଦେଇଛି.. ତମ ସହ ମିଶି ଲେ ଆଉ ଛାଡ଼ିବନି...ହେଲେ ତମେ ତ ଡରୁଚ.. ନ ହେଲେ ମୁଁ...
କିଛି ସମୟ ପରେ .. ଫୋନ ଟିରେ ଝିଅ ଟି କଥା ହେବାରେ ଲାଗିଲା ..ଆଉ ଉଦଣ୍ଡ ସ୍ୱଭାବରେ କହିବାକୁ ଲାଗିଲା .." ତମେ ଏମିତି ଡରୁଥିଲେ .. ସାରା ଜୀବନ ଡରୁଥିବ। କେତେ ଡ଼ରୁଆ ତମେ.. ଭଲ ପାଇଛେ ଆମେ .. କିଛି ତ ଚୋରି କରୀନେ । ସବୁବେଳେ ତମର ସେଇ କଥା ଘରେ କଣ ଭାବିବେ... ଗୋଟେ କଥା ମନେ ରଖ .. ଯଦି ଆମ କଥା ଘର ଲୋକଙ୍କୁ ପସନ୍ଦ ଆସୁନି ତା ହେଲେ ମାେ କଥା ମାନ ଦୁଇ ଚାରି ଦିନ ପାଇ ତୁମ ସାଙ୍ଗ କୁ କୁହ କଉଠୀ ରହିବାର ବ୍ୟବସ୍ଥା କରିବ। ମୁଁ ସିଧା ଚାଲି ଆସିବି ସେଠାକୁ । "
ଆଶ୍ଚ୍ୟଯ୍ୟ ହେଉଥିଲେ ଶିବାନୀ ଝିଅ ଟିର ସାହସ କୁ ଦେଖି.. ଏତେ ଛୋଟ ବୟସ ରେ କେତେ ଦୃଢ଼ ସେ ତା ନିର୍ଣ୍ଣୟ ରେ.. । ଏଇ ବୟସ ରେ ତ ତାଙ୍କ ପାଟିରୁ କଥା ବାହାରୁ ନଥିଲା । ସେ ଦିନ ସ୍ବାମୀ କହିଥିବା କଟୁ କଥା ତାଙ୍କୁ ତାଙ୍କ ଅତୀତ ଆଡ଼କୁ ଖୁବ୍ ଟାଣୁ ଥିଲା। ନିଜ ଭଲ ପାଇବା କଥା ଘରେ ପ୍ରକାଶ କରିପାରିଲେ ନାହିଁ ବୋଲି ସାରା ଜୀବନ ଏମିତି ଗୋଟିଏ ଲୋକର ସ୍ତ୍ରୀ ହେଇ ରହିଲେ ଯାହା ପାଇଁ ସ୍ତ୍ରୀ ର ମାନେ ଜଣେ କ୍ରୀତ ଦାସ କେବଳ। ହେଲେ ଆଜି ଝିଅ ଟି ର ସ୍ଥିତି କୁ ଦେଖି ନିଜକୁ ସେ ଗୋଟେ ନୂଆ ରୂପ ରେ ଆବିଷ୍କାର କରିବା ପାଇଁ ପଛକୁ ଫେରି ଗଲେ ।
ସୁର୍ଯ୍ୟକାନ୍ତ ... ତାଙ୍କୁ କେତେ ଭଲ ପାଉଥିଲେ ... ବହୁତ୍ ଥର କରି କହିଥିଲେ ନିଜ ପସନ୍ଦ ଅପସନ୍ଦ୍ କଥା ଘରେ ଥରେ କହିବାକୁ । ହେଲେ ସେ ପାଟି ଖୋଲି ପାରି ନଥିଲେ । ଯେତେ ବେଳେ ରାଜେଶ୍ ( ଶିବାନୀ ଙ୍କ ସ୍ବାମୀ) ଙ୍କ ଘରୁ ପ୍ରସ୍ତାବ
ଆସିଲା, ସେତେବେଳେ ସବୁ ଠିକ୍ ହେଇ ସାରିଲା। ନିଜର ମତ ଅମତ ପଚାରିବାର ଔଚିତ୍ୟ ବୋଲି କେହି ମଣି ନଥିଲେ । ଓ ନିଜ ଆଡୁ ନାହିଁ ବୋଲି ଶିବାନୀ ଥରେ ବି କହି ପାରି ନଥିଲେ ।
ଶେଷରେ ସୂର୍ଯ୍ୟକାନ୍ତ ଙ୍କ ସବୁ ସ୍ମୃତି କୁ ଅଳିଆଗଦାରେ ଫିଙ୍ଗି ଦେଇ ବିବାହ ବେଦୀ ରେ ରାଜେଶ୍ ସହ ବସିଲେ । ଆସି ଥିଲେ ବି ସୂର୍ଯ୍ୟକାନ୍ତ.. ବିନା ନିମନ୍ତ୍ରଣ ରେ .. । ଦେଇଥିଲେ ଛୋଟ ଲଫାପା ଟିଏ ଆଉ ସୁଖୀ ହେବାର ଶୁଭେଚ୍ଛା ଜଣାଇ ସବୁ ଦିନ ପାଇଁ କୁଆଡେ ହଜି ଯାଇଥିଲେ.. ଯେ ଆଜି ପଯ୍ୟନ୍ତ ତାଙ୍କର ପତ୍ତା ଠିକଣା ପାଇ ପାରି ନାହାଁନ୍ତି । ତାଙ୍କର ସେଇ ଉଦାସ ଚେହେରା ଆଡ଼କୁ ନଜର ପକେଇ , ନିଜର ଭୀରୁତା ପାଇଁ ଝର ଝର ଲୁହ ଝରେଇ ପକେଇଥିଲେ । ସେତେବେଳେ ଘର ଲୋକ ଭାବି ନେଇଥିଲେ.. ଏ ଲୁହ ପର ଘରକୁ ଯାଉଥିବାର ଦୁଃଖ।
- ନା.. ନା ମୁଁ କିଛି ସୁଣିବିନି। କାଲି ପହର ଦିନ ଭିତରେ ମୁଁ ଆସୁଚି ତମ ପାଖକୁ .. ବାପା ଭାଇ ଙ୍କ ଭୟ ମୋତେ କାଟୁ କରିବନି ଜମା । ତୁମେ ଖାଲି କୁହ ଆମେ କେଉଁଠି ରହିବା । କଟକ ଯିବା ଭାରି .. .. ପଇସା କଥା ଆଦୗେ ଚିନ୍ତା କରନି । ସେ ସବୁ ମୁଁ ମାନେଜ୍ କରି ପାରିବି ।
ପୁଣି ସେଇ କଥା... ସେ ପଟ ପୁଅ ଟିର ଫୋନ ରେ କଥା ଶୁଣି ... ଝିଅ ଟି ଖୁବ୍ ବିରକ୍ତି ହେଇ ଗଲା ।
ଶିବାନୀ ଙ୍କ ଯାହା ଅନୁମାନ କରନ୍ତେ.. ପୁଅ ଟି ବୋଧେ ନିଶ୍ଚୟ ବୁଝିଲା ସୁଝିଲା ପିଲାଟିଏ। ତେଣୁ ଆସନ୍ନ ବିପତ୍ତି କଥା ଶୁଣି ସେ ଏଇ ଭଳି ପଦକ୍ଷେପ ନେବାକୁ ପଛାଉ ନଥିବ । କିନ୍ତୁ ଏଇ ପାଗଳୀ ଝିଅ ଟିର ମୁଣ୍ଡରେ ତ ଭଲ ପାଇବା ନିଶା ସବାର ହେଇଚି । ତେଣୁ ଜିଦ୍ କରୁଛି ଘର ଛାଡ଼ି ପକେଇବାକୁ । କିନ୍ତୁ ଏଇଟା ସମାଧାନ ନୁହେଁ ବୋଲି ପୁଅ ଟି ବାରମ୍ବାର କହିବାରୁ ଉତ୍କ୍ଷୀପ୍ତ ହେଇ ଉଠୁଚି ଝିଅ ଟି...
- ମୁଁ ଜାଣି ନଥିଲି ତମେ ଏତେ ଭିରୁ ଭଳି... ଯଦି ଜାଣିଥାନ୍ତି ତମକୁ କେବେ ଭଲ ପାଇବାର ଭୁଲ କରି ନଥାନ୍ତି। ଆଜିଠୁ ମୁଁ ସବୁଥିରେ ଦ ଏଣ୍ଡ କରୁଛି । ଏବେ ତୁମେ ତମ ବାଟରେ ଯା ଅ... ଆଉ ମୋତେ ମାେ ବାଟରେ ଛାଡ଼ିଦିଅ... ଡିଲିଟ୍ ବି କରି ଦିଅ ନମ୍ୱର୍.. ଆଉ ଦିନେ ବି ମୋତେ ଫୋନ କରିବ ନାହିଁ। .. ଛି... ତମ ଭଳି ପିଲା ପୁଣି କାହାକୁ ଭଲ ପାଆନ୍ତି?. ଡରୁଆ.. ବୋକା ରଖ ଫୋନ ... ଆଉ ଯଦି କେବେ କହିଛ ଭଲ ପାଅ ବୋଲି ଦେଖିବ ତା ପରେ...
କହୁ କହୁ କାଟି ଦେଲା ଫୋନ ସେ ଝିଅ ଟି । ଆଉ ମୁହଁ ଘୋଡେଇ ବସି ରହିଲା ବେଶ୍ ସମୟ। ଭାରି ଖରାପ ଲାଗିଲା ଏସବୁ ଶିବାନୀ କୁ। ପ୍ରେମ ରେ ଏପରି ଘଟଣା ଘଟିଲେ ତାଙ୍କୁ ନିଜ ଉପରେ ବିତି ଥିବା କଥା ସବୁ ମନେ ପଡେ.... ଆଉ ଛାତି ଭିତରେ ରୁଗୁ ରୁଗୁୁ ଯନ୍ତ୍ରଣା ହୁଏ। ଠାକୁର ଙ୍କୁ ହାତ ଯୋଡ଼ି ପ୍ରାର୍ଥନା କରନ୍ତି ସବୁ ପ୍ରେମୀ ଯୁଗଳ ଙ୍କୁ ସଫଳ ମିଳୁ। ତାଙ୍କ ପରି ଅବଶୋଷ ଭରା ଜୀବନ କେହି ବି ନ ଜିଉଁ। ପ୍ରେମରେ ପାଇ ଥିବା ନିଶ୍ଫଳତା ପାଇଁ ସାରା ଦୁନିଆ ର ସମସ୍ତ ପ୍ରେମୀ ଙ୍କ ପାଇଁ ନୀରବରେ ପ୍ରାର୍ଥନା କରନ୍ତି... ତାଙ୍କ ପରି ଭାଗ୍ୟ ଆଉ କେହି ନ ଭୋଗନ୍ତୁ....
ଏବେ ଏ ଝିଅ ଟି ପାଇଁ ଖୁବ୍ ସହାନୁଭୂତି ଦେଖାଇବାକୁ ଇଚ୍ଛା ହଉଥିଲା ଶିବାନୀ ଙ୍କୁ । ବିଚାରି ଦୁଃଖରେ ଭାଙ୍ଗି ପଡ଼ିଛି ପୁରା । ସେ ପୁଅ ଟିର ଭୀରୁତା ପାଇଁ ତାଙ୍କୁ ଭାରି ରାଗ ମାଡୁଥିଲା । ଭଲ ପାଇଲା ପରେ ପରସ୍ପର କୁ ସାହସ ଦେବା କଥା । ଦୁନିଆ କୁ ଭୟ କରି କଣ ନିଜ ପ୍ରେମ କୁ ବଳି ପକେଇବା କଣ୍ ଉଚିତ୍???
ନିଜକୁ ଏକ ଗୋଟେ ପ୍ରଶ୍ନ ମୟ ଘେରା ରଖି ନିଜ ଉପରେ ବିତି ଥିବା ପଛ କଥା ସାଉଁଟି ବାରେ ଲାଗିଥିଲେ । ଆଉ ନିଜ ଭିତରେ ଅବଶୋଷ ଆତ୍ମଗ୍ଲାନି ଭରା କୋହ ଟା ବେଶ୍ ଉକୁଟି ଆସୁଥିଲା ।
(ସମାପ୍ତ)