ସମ୍ପର୍କର ହାତ ଧରି
ସମ୍ପର୍କର ହାତ ଧରି


ଏହି ଭାଗ ଟି ବୁଝିବା ପାଇଁ ୟାର ପୂର୍ବ ଭାଗ ଟି ପଢିବାକୁ ଅନୁରୋଧ । ଜାଗର ପର ଠୁ ଆମର ମିଶିବା pH ରେ କଥା ହେବା ପ୍ରାୟେ ଲାଗୁଥିଲା । ଦିନ କୁ ଥରେ ଯେମିତି ବି ହଉ ଘର pH ରୁ ମୁଁ msg ନହେଲେ cl କରି କଥା ହୁଏ । ତା ପୁଣି ୫ କି ୧୦ ମିନିଟ୍ ପାଇଁ । ଯେମିତି କି କଣ ଖାଇଛ, କଣ କରୁଥିଲ , ଘରେ କଣ କରୁଛନ୍ତି, ହଁ ତାଙ୍କର ଗୋଟେ ଭାଣିଜି ବି ତାଙ୍କ ସ ରହୁଥିଲେ ।କ୍ଲାସ୍ ୬ ରେ ପଢୁ ଥିଲେ । ନାଁ tuktuk। ସେ ବି ମାେ ସହ କଥା ହୁଅନ୍ତି msg ବି କରନ୍ତି ବହୁତ୍ ଭଲ ଲାଗେ । ସଂସାର ର ସବୁ ଖୁସି ମୋତେ ଯେମିତି ମିଳିଲା ପରି ଲାଗେ କିନ୍ତୁ ତା ସହ ବି ଟିକେ ଡର ବି ଥାଏ ମନରେ । କିଏ କେମିତି ଜାଣି ନେଵ। ଗୋଟେ ମଧ୍ୟବିତ୍ତ ତା ସହ ଯୌଥ ପରିବାର ର ଝିଅ ଟା ଯେମିତି ଲୁଚି ଚୁପି କରେ ମୋର ବି ଅବସ୍ଥା ଠିକ୍ ସେୟା । କିନ୍ତୁ ଆମର ପ୍ରତି ଦିନ ଦେଖା ହୁଏ ସେଇ ଟ୍ୟୁସନ ଗଲା ବେଳେ ।ସେ, ଦୀପକ୍ ଭାଈ ହିମା କୁ ଛାଡ଼ିବାକୁ ଆସନ୍ତି। ଆଉ ଅନେଇ ଅନେଇ ଯାନ୍ତି । ତ ଏଇ ଭଳି ମୋର ଦିନ କଟିଯାଏ । ପ୍ରକୃତ ରେ ସେ ସମୟ ହିଁ ସେମିତି । ସବୁଥିରେ time table । ସକାଳୁ କଲେଜ୍ ଦିନ ତମାମ ତା ପରେ ଶିଆଡୁ ଆସି ଦେ ଚାଲେ ଟ୍ୟୁସନ। ତା ପରେ pH ରେ ଟିକେ କଥା , ନ ହେଲେ msg । ତା ପରେ ଖାଇ କି ସୁଅ। ତ ଏଇ ଭଳି ଘରେ କଣ ହଉଚି କଣ ନାଇ । କିଛି ବି ଖବର ନ ଥିଲା । ଯାହା ବି ଦରକାର ପଡୁଥିଲା ବାପା ଙ୍କୁ କହି ଦଉ ଥିଲି । ଜାଣି ବାକୁ ବି ଚାହୁଁ ନଥିଲି । ବାପା ଙ୍କ ପାଖେ ଟଙ୍କା ଅଛି କି ନାଇ । କିନ୍ତୁ ବାପା ମୋର ସବୁ ସୁବିଧା କରେଇ ଦିଅନ୍ତି । ମୋ ପାଇଁ ହୁଏତ ସେ ସମୟ ଆଉ ମୋର ନୂଆ କରି ଗଢି ଉଠିଥିବା ସମ୍ପର୍କ ଯେମିତି ମୋ ହାତ ଧରି ମୋତେ ଚଲେଇବା ଶିଖେଉଥିଲେ। ତ ଏଇ ଭଳି ମୋର ଦିନ ଚାଲିଥିଲା । ଏପ୍ରିଲ ୪ ରେ ଦୀପକ୍ ଭାଈ ଙ୍କ ଜନ୍ମଦିନ ଥିଲା । ସେ ଆଗରୁ ମୋତେ ଆଉ ମିନା ଙ୍କୁ କହିଥିଲେ ତାଙ୍କ ଘରକୁ ଆସିବାକୁ । ତ ଆମେ ଦି ଜଣ ବି ମିଶି ତାଙ୍କୁ ଗୋଟେ ଗିଫ୍ଟ ଦେଇଥିଲୁ । ଗୋଟେ ଜନ୍ମଦିନ କୋଟେସନ୍ କାଚ ରେ କଭର୍ ଥିଲା ତା ସହ ଲାଇଟିଂ ବି ଫିଟିଙ୍ଗ୍ ଥିଲା । ତା ବହୁତ୍ ସୁନ୍ଦର୍ ଦେଖାଯାଉଥିଲା ଗିଫ୍ଟ ଟା । ତା ସହ ଚକୋଲେଟ celebration ର ଗୋଟେ ନେଇଥିଲୁ । ଆଉ first ଟାଇମ ବି ମୋ ପାଇଁ ଗୋଟେ ପୁଅ ସାଙ୍ଗ ଘର କୁ ଯିବା । ଘରେ ବି ମୁ କହିଥିଲି ହେଲେ ବୋଉ ର ତାଗିଦ୍ ଜଲ୍ଦୀ ଜାଇ ଜଲ୍ଦୀ ଆସିବୁ । ସେତେବେଳେ ରାତି ୮ ଟା ଯଦି ହେଇ ଯିବ ବୋଉ ର ଗାଳ
ି କୁ ମୋର ଭୟ । ତଥାପି ସେଦିନ ଆମେ ଯାଉ ଯାଉ ୬.୩୦ ହେଇଗଲା । ଆମେ ବାଟରେ ହେଇଚୁ ତ ଏ ମହାଶୟ ଆଉ ହିମା ଗାଡ଼ିରେ ଆସୁଛନ୍ତି । ମିଶି କି ସବୁ ତାଙ୍କ ଘରେ ପହଂଚିଲୁ।ବହୁତ୍ ମଜା ବି କଲୁ । ମୋ ଜୀବନରେ ତ ଯେମିତି ଏ ସବୁ ନୂଆ । ମୋତେ ବହୁତ୍ ଭଲ ଲାଗୁଥାଏ । ତା ସହ ମଝିରେ ମଝିରେ ତାଙ୍କ ଘର ଘଣ୍ଟା ଉପରେ ବି ନଜର ପଡୁଥାଏ । ଯେମିତି ୮ ଟା ଭିତରେ ଯାଇ ମୁଁ ଘରେ ପହଁଚିବି। ତା ପରେ ସେଠି ଖାଇବା ପାଇଁ ବି ବସିଲୁ । ଭାଇ, ମିନା ତା ପରେ ମୁଁ ଆଉ ମୋ ପାଖେ ୟେ ବସିଲେ । ତାଙ୍କ ସାଇଟ୍ କୁ ହିଁମା । ତାଙ୍କର ମୋର ପୁରା ମଝିରେ ପୁଣି ଲଗା ଲଗୀ ହେଇ ବସିବା ।ସେ ସେଥିରେ ମୋତେ କଣେଇ ଚାହିଁବା। ୟେ ସବୁ ମୁଁ ସବୁ ଜାଣି ପାରୁଥାଏ । ହେଲେ ମୋତେ ସେତିକି ଲାଜ ବି ଲାଗୁଥାଏ । ସେଥିରେ ମିନା କହୁଥାନ୍ତି ଆରେ ପ୍ରକାଶ ତାକୁ ଟିକେ ଖୋଇଦେ । ସେ ଖାଉନି । ସେ ବି ସତ କୁ ସତ ମୋତେ ଖୁଆଇବା ପାଇଁ ନେଲେ ମାେ ପାଟି ପାଖକୁ । ମୁଁ କିନ୍ତୁ ମନା କଲି । ତ ତା ପରେ ସେ ଟିକେ ମନ ଖରାପ୍ କରି ଦେଲେ ।ଆଉ ଖାଇ କି ସାଙ୍ଗେ ସଙ୍ଗେ ଉଠି ପଡ଼ିଲେ । ମୁଁ ବି ଜାଣି ପାରିଲି ସେ ରାଗି କି ଏମିତି କରିଲେ । ମୋତେ ବି ଟିକେ ଖରାପ୍ ଲାଗିଲା । ହେଲେ କଣ ବି କରିବି ମୁଁ । କିଛି କହି ପାରିଲିନି । ତା ପରେ ଖାଇ କି ଆମେ ସମସ୍ତେ ଉଠିଲୁ। ତ ସେ ବାହାର ଆଗୁଆ ଆସି ଗାଡ଼ି ପାଖେ ଛିଡ଼ା ହେଇ pH ରେ ତାଙ୍କ ଦିଦି ସହ ମାନେ tuktuk ଙ୍କ ମା ଙ୍କ ସ କଥା ହେଉଥିଲେ । ଆମେ ମିନା ମୁଁ ଭାଇ ଙ୍କୁ କହି ଘର କୁ ଯିବା ପାଇଁ ବାହାରିଲୁ । କାରଣ ୮ ଟା ପରେ ବି ହେଇ ଯାଇଥିଲା। ମୁଁ ୟା ଙ୍କୁ ଦେଖି ସାଇକଲ ବାହାର କଲି ମୋର ଆଉ ତାଙ୍କ ଗାଡ଼ି ପାଖେ ଛିଡ଼ା ହେଇ ଅନେଇଲି ଆଉ ତାଙ୍କ ହାତ କୁ ଚୁମୁଟି ଧରି sry ବି କହିଲି । ସେ ମୋତେ ପୁରା ଆଶ୍ଚଯ୍ୟ ହେଇ ଅନେଇଲେ । ଆଉ ହସି ଦେଲେ । ମୁଁ ବି ତାଙ୍କୁ ହସିବାର ଦେଖି ହସିଦେଲି ।ସେଇ ମୁହୂର୍ତ୍ତ ପ୍ରକୃତ ରେ ମାେ ପାଇଁ ଗୋଟେ ନୂଆ ଅନୁଭବ ର ସଂଜ୍ଞା ପାଲଟି ଯାଇଥିଲା । ଭଲ ପାଇବା ଯେ ପ୍ରକୃତ ରେ କଣ ଆଉ ତା ପାଇଁ କଣ କରିବାକୁ ହୁଏ । ବାସ୍ ସେଥି ପାଇଁ ଏଇ ଛୋଟ ଛୋଟ ଆଭାସ ହିଁ ମାେ ପାଇଁ ଯଥେଷ୍ଟ ହେଇ ଯାଉ ଥିଲା । ବହୁତ୍ ଖୁସି ଥିଲି ସେ ଦିନର ଏଇ ଅନୁଭୂତି କୁ ମୁଁ ସାଉଁଟି । ଇଚ୍ଛା ହଉଥିଲା ଏମିତି ତାଙ୍କ ସହ ହାତ ଧରି ସମ୍ପର୍କ ର ଗୋଟେ ନୂଆ ସେତୁ ବନ୍ଧ ଟିଏ ତୋଳି ତା ଉପରେ ଚାଲିବାକୁ । ବହୁତ୍ ଦୂରକୁ ।
କ୍ରମଶଃ ।