ସମ୍ପର୍କର ନୂଆ ମୁହଁ
ସମ୍ପର୍କର ନୂଆ ମୁହଁ


ପ୍ରତିଟି ମଣିଷ ନିଜ ଜୀବନରେ ସମ୍ପର୍କକୁ ଅଗ୍ରାଧିକାର ଦେଇଥାନ୍ତି ।ସେ ସମ୍ପର୍କକୁ କେନ୍ଦ୍ରୀଭୂତ କରି ବହୁତ୍ ସୁନ୍ଦର ଜୀବନ ବିତେଇଥାନ୍ତି । ହେଲେ ପ୍ରକୃତ ସମ୍ପର୍କର ପରିଭାଷାଟା କିଛି କମ୍ ଲୋକଙ୍କୁ ଜଣା ଥାଏ ।ବାସ୍ତବିକ୍ କିଛି ସମ୍ପର୍କର ନା - ଠିକଣା କିଛି ନ ଥାଏ ହେଲେ ଜୀବନ ଜୀଇଁବାରେ ଭରପୁର ସାହାଯ୍ୟ କରେ ।ଯେମିତି କି ତାଙ୍କ ଠାରେ ଆତ୍ମୀୟତା ଭାବ ଦେଖା ଯାଏ ।ଆଜିର ଯେହେତୁ ପ୍ରତିଯୋଗୀତାର ଶୀର୍ଷକ ଅଛି " ସମ୍ପର୍କର ନୂଆ ମୁହଁ " ।ନିହାତି ଭାବରେ କିଛି ଟା ଉପସ୍ଥାପନ କରିବି ।କିଛି କାଳ୍ପନିକ ନୁହେଁ, ସେ ମୋର ଚିରା ଚରିତ କାହାଣୀ ।ଆଶା କରେ ସମସ୍ତ ପାଠକ - ପାଠିକା ବୃନ୍ଦଙ୍କୁ ଭଲ ଲାଗିବ ଏବଂ ମତ ପ୍ରଦାନ ନିହାତି କରିବେ ।କାହାଣୀର ଆରମ୍ଭ ହେଉଛି ୨୦୧୧ ମସିହା ଅଗଷ୍ଟ ମାସ ୧୮ ତାରିଖ ।ସେତେବେଳେ ମୋର ପ୍ରଥମ କରି ନାମ ଲେଖା ହେଇଥିଲା ଶୈଳବାଳା ମହିଳା କଲେଜରେ ।ନୂଆ ପରିବେଶ ସହ ନୂଆ ସାଙ୍ଗ ସାଥି ସବୁ କିଛି ମୋତେ ନୂଆ ପରିଚୟ ଦେଉଥାଏ । କଲେଜର daily time tableକୁ ମୁଁ ମାନେ ।ଯେମିତି କି ସକାଳ ୭.୧୫ରୁ କ୍ଲାସ୍ ଆରମ୍ଭ ହୋଇ practical class ପର୍ଯ୍ୟନ୍ତ ୩.୩୦ ଏମିତି ଘରୁକୁ ଫେରୁ ଫେରୁ ୪ ଟା ପରେ ହେଇ ଯାଏ ।ପୁଣି ଟ୍ୟୁସନ୍ ୫.୩୦ରୁ ୭ ଟା ।ଆମେ ସେତେବେଳେ ୩ ଜଣ ସାଙ୍ଗ ବହୁତ୍ close ଥିଲୁ ।ତନୁଶ୍ରୀ, ମିନାକ୍ଷୀ ଆଉ ମୁଁ ଶୁଭଶ୍ରୀ ।ମିନାକ୍ଷୀଙ୍କର ସେତେବେଳେ affairs ଥିଲା ଦୀପକ୍ ଭାଈଙ୍କ ସହ ।ଆଉ ଭାଇଙ୍କ ସାଙ୍ଗ ଥିଲେ ହିମାଂଶୁ ଆଉ ପ୍ରକାଶ ।ତ ଏଇଟା ସମସ୍ତେ ଭଲ ଭାବେ ଅଭ୍ୟସ୍ତ ଥିବେ ।ଜଣେ ସାଙ୍ଗ ଚକ୍କରରେ ପଡ଼ିଲେ ମାନେ, ସେ କେମିତି ଚାହୁଁଥିବ ମୋର ବି ଯୋଉ ସାଙ୍ଗ ହଉ ଏମିତି ଚକ୍କରରେ ପଡୁ ।କାରଣ ତାର ଟିକେ ଫାଇଦା ବି ହେବ ।ମିନାକ୍ଷୀ ତନୁକୁ ବହୁତ୍ ଥର ତାଙ୍କ ଜାଲରେ ପକେଇଛନ୍ତି । ମାନେ ସେ ପିଲା ହିସାବରେ ଭଲ ।ହେଲେ loveକୁ ବେଶୀ ପ୍ରାଧାନ୍ୟ ଦେଉଥିଲେ ।ସେତେବେଳେ ବି କଣ କରି ହବ ।ନୂଆ ନୂଆ ପ୍ରେମରେ automatically ପାଦ ଖସି ଯାଉଥିଲା ।କ୍ଲାସ ଫାଙ୍କା ଥିଲେ ମିନା ତନୁକୁ ବହୁତ୍ ଥର ଦୀପକ୍ ଭାଈଙ୍କ ସହ ଦେଖା କରିବାକୁ ନେଇଯାଆନ୍ତି । ତ ଏମିତି କିଛି ଦିନ ଚୋରା ପିରତିରେ ଚାଲିଥିଲା ।ମିନା ଆଉ ଭାଇଙ୍କର । ଆଉ ତା ସଙ୍ଗେ ସାମିଲ ହେଉଥିଲା ତନୁ ।ହେଲେ ସମୟ କୁହନ୍ତିନି ଯେ ସେ କେବେ ଠିକରେ ଯାଏନି । ମଝିରେ ତନୁ ମିନାଙ୍କ କଣ୍ ଟିକେ ପାଟି ହେଇଯାଇଥିଲା । କାରଣଟା ବୋଧହୁଏ ମୋର ଭଲରେ ମନେ ପଡୁନି ।ତ ଆପଣ ମାନେ ଭାବୁଥିବେ, ଏ ଖାଲି ତା ସାଙ୍ଗମାନଙ୍କ କଥା କହି ଚାଲିଛି ।ୟାର ଭୂମିକା କାଇଁ ? ହଁ କହି ଦଉଛି, ୟା ପରେ ମୁଁ ହିଁ ଆସିଲି ମାନେ ମିନାଙ୍କ ସେକେଣ୍ଡ ଜାଲରେ ଫସିଲି । ହିମାଂଶୁ ବି ଆମ ଟ୍ୟୁସନକୁ ଆସିଲା ପଢିବାକୁ । ତ ସେ ଖାଲି କମ୍ପଲ୍ସରୀ subject Englishର ହେଲା । ଦିନେ ମୁଁ ଟ୍ୟୁସନ ଫେରିଲା ବେଳେ ହିମାଂଶୁ ସାଇକଲରେ ମୋର ସାଇକଲ ଟିକେ just ମାଡ଼ ହେଇଗଲା ।ମାନେ ମୁଁ ବ୍ରେକ ମାରୁ ମାରୁ ଟିକେ ତା ଚକାରେ ମୋ ଚକା ମାଡ଼ି ଗଲା ।ତ ମୁଁ ସାଙ୍ଗେ ସାଙ୍ଗେ ସାଇକଲରୁ ଓହ୍ଲେଇ ପଡ଼ିଲି । ହଁ, ସେ ଦିନ ହିମା ସାଇକଲ ପ୍ରକାଶ ଚଲାଉଥିଲା । ମୁଁ ଓହ୍ଲେଇବାର ଆଉ ତାକୁ sorry କହିବାର ହୀମା ପଛେ ନା ଦେଖୁ କିନ୍ତୁ ଏଇ ମହାଶ
ୟ ଦେଖିଛନ୍ତି ମୋତେ । ତାଙ୍କୁ ମୁଁ ସେତେବେଳେ କଣ ଭଲ ଲାଗିଲି ।ସେ ହିଁ କହିପାରିବେ ।ତା ପର ଦିନ ଠିକ୍ ସେଇ ଟାଇମ ବେଳକୁ ବାବୁ ହାଜିର୍ ହେଇ ଯାଇଛନ୍ତି ।ମୋତେ ଦୂରରେ ଗୋଟେ ଦୋକାନରେ ଥାଇ ଦେଖିଲେ ।ତ ଏଇଟା ତାଙ୍କର daily work ହୋଇଗଲା ।କେବଳ Sunday ଛାଡ଼ି ଆଉ ସବୁ ଦିନ ସେ କଉ ବାହାନାରେ ଛିଡ଼ା ହେଇ ଥିବେ ।ହେଲେ ମୁଁ ଏସବୁ କିଛି ବି ଜାଣି ପାରି ନଥାଏ ।ଏମିତି ଗୋଟେ କି ଦୁଇ ସପ୍ତାହ ହେଇ ଯାଇଚି ବାବୁଙ୍କ ଏଇ କାମରେ ।ଥରେ କଲେଜ ଗଲା ବେଳେ ମିନା କହିଲେ, ଆରେ ଶୁଭ ତୋତେ ଗୋଟେ R.N Jew collegeର ପିଲା ଭଲ ପାଉଛି ।ମୁଁ ଶୁଣି କି ହଠାତ୍ ଛାନିଆ ହେଇଗଲି ।କିନ୍ତୁ ତା ଦି ଦିନ ପରେ ସତ କଥା କହିଲେ, ଆରେ ସେ ହଉଚି ଦୀପକର ସାଙ୍ଗ ପ୍ରକାଶ ।ଆଉ ମୁଁ ତାକୁ ଭାଇ କରିଚି । କାହିଁକି ନା ତାର କେହି ଭଉଣୀ ନାହାନ୍ତି ।ଆଉ ସେ ବି ମୋ ସାଙ୍ଗରେ ୧୦ ମରେ mimsରେ ପଢ଼ୁଥିଲା ।ତ ପିଲାଟା ବହୁତ୍ ବଢିଆ ।ଆଉ ତୋତେ ସେ ଭଲ ପାଉଛି ।ମୁଁ ଶୁଣି କି first ତାଙ୍କୁ ମନା କଲି । କାରଣ ମୋ ସ୍ଵଭାବ ବି ଟିକେ ଅଲଗା ଥିଲା ।ଏସବୁରେ ମୁଁ ନିଜେ ପଶିବାକୁ ଚାହୁ ନଥିଲି ।ହେଲେ ମାସେ ପାଇଁ ସମୟ ଟା ବୋଧହୁଏ କିଛି ଅଲଗା ଚାହୁଥିଲା ।ଖୁବ୍ ନିଜକୁ ଅଟକେଇବା ପରେ ମୁଁ ବି ଟିକେ ଏଇ ପ୍ରେମ ଜାଲରେ ଢଳି ପଡ଼ିଲି ।ସେଦିନ ରାତିରେ ମିନା ମୋତେ pH କଲେ ଆଉ cl ବି conferenceରେ ଥିଲା ଭାଇଙ୍କର ।ମୁଁ କଥା ହେଲି first ଭାଇଙ୍କ ସହ । ତା ପରେ ଇଏ କଥା ହେଲେ ଆଉ ମୋତେ propose ବି କରିଲେ ସେଠୁ ମିନା ମୋତେ କହୁଥାନ୍ତି ହଁ କହିଦେ ।ମୁଁ କିନ୍ତୁ କଣ answer ଦେବି ବୋଲି ଆଗେ ୨ ମିନିଟ୍ ଚୁପ୍ ହେଇ ଗଲି ।ସେ କହିଲେ କଣ ମୋ ଆଗେ ପରୀକ୍ଷା ଦଉଚ ।ନା question ଟା କଷ୍ଟ ଲାଗୁଚି ।ମୋତେ ଏ କଥା ଶୁଣି କି ହସ ଲାଗିଲା ।ମୁଁ ବି ତାଙ୍କ କଥାରେ ହଁ ଭାରିଦେଲି ।କହି ରଖେ କି ମୁଁ ତାଙ୍କୁ ହଁ କହି ସାରିବା ପରେ ମଧ୍ୟ ତାଙ୍କୁ ମୁଁ କେବେ ଭଲ ଭାବେ ଦେଖି ନ ଥିଲି । ହଁ ସେ ଦେଖିଛନ୍ତି ମୋତେ ହେଲେ କେବେ ପାଖା ପାଖିରୁ ନୁହେଁ । ତ ମୁଁ ସିନା ସମ୍ପର୍କ ଗଢି ଦେଲି ।ହେଲେ ସେ ନୂଆ ମୁହଁ କାଇଁ ।ତାଙ୍କୁ ଦେଖିନି କେବେ ଭଲରେ ।Finally ଦେଖିଲି କେବେ ? କଥା ହେବାର ଠିକ୍ ଏକ ସପ୍ତାହ ପରେ, ମାନେ ମାର୍ଚ୍ଚ ମାସରେ ଜାଗର ଦିନ ।ମୁଁ ମିନା ସାଇକଲରେ ଗଲୁ ।ଆଉ ସେ ବି ସାଇକଲରେ ଆସିଥିଲେ ।ପୋଲିସ ଷ୍ଟେସନ ସାମ୍ନା ଗଳି ।ତାଙ୍କ ଘର ବି ସେଇଠି ।ସେ ଡାକିଥିଲେ ।ମୁଁ ପୁରା nervous ଥିଲି ।ଦେଖା ହେଲା ସେ ପିନ୍ଧିଥିଲେ ଗୋଟେ black jeansକୁ green colour ଗଞ୍ଜି full sleeveର ।ଆଉ ମୁଁ ପିନ୍ଧିଥିଲି ଗୋଟେ purple whiteର କୁର୍ତ୍ତି ଆଉ lengis ।ପ୍ରଥମ ମୁହଁ ପ୍ରଥମ ଚାହାଣି ତାଙ୍କର ମୋତେ ବହୁତ୍ ତାଙ୍କ ଆଡ଼କୁ ଟାଣି ନେଇଥିଲା ।ତାଙ୍କର ସେ curly hair, ମୋ ଠୁ ବି height ଅଧିକ । ମୁଁ ତାଙ୍କ ବୋଧହୁଏ କାନ୍ଧ ଯାଏ ହେବି ।ତାଙ୍କର କଥା ହେବା ମିନା ସ ପୁଣି ମୋତେ ହସି ହସି ପଚାରିବା ଉପାସ କରୁଚ ଆଜି ।ମୁଁ ତଳକୁ ମୁହଁ କରି ହଁ କହିବା ଏସବୁ ମାତ୍ର ୧୦ କି ୧୨ ମିନିଟ୍ ହବ ।କିନ୍ତୁ ମୋ କ୍ଷେତ୍ରରେ ମୋ ଭଲପାଇବା ସମ୍ପର୍କର ଏଇ ନୂଆ ମୁହଁ ଟା ମୋତେ ଖୁବ୍ ନିଜର କରି ପାରିଥିଲା ।
କ୍ରମଶଃ...