ସ୍ମୃତି କେବେ ଫେରେ
ସ୍ମୃତି କେବେ ଫେରେ
କବି ରବିବାର ସକାଳୁ ଉଠି କବିତା ଲେଖୁଥିଲେ ,"ସ୍ମୃତି କେବେ ଫେରେ ଘର ଅଗଣାରେ ମଥାରେ ସିନ୍ଦୁର ପିନ୍ଧି , ସ୍ମୃତି କେବେ ଫେରେ ଉଆଁସ ରାତି ରେ ଯାଏ ଆଖି ଓଦା କରି " ଓ ଧୀରେ ଧୀରେ ତାକୁ ପଢି ଠିକ କରୁଥିଲେ | ତାଙ୍କ ପଛ ପଟେ ତାଙ୍କର ଶ୍ରୀମତୀ ଠିଆ ହୋଇ ଏ କବିତା ଶୁଣୁଥିଲେ ଓ କହିଲେ ଏ କଣ ଚାଲିଛି ? ଆଜି ସକାଳୁ ସକାଳୁ କାହା ଉପରେ କବିତା ଲେଖା ହେଉଛି ? ସେ ସ୍ମୃତି କିଏ କି ? ସେ ତମ ସାଙ୍ଗ ନl ମୋ ସାଙ୍ଗ ? ସେ ତୁମ ପାଖକୁ ବାରମ୍ବାର କାହିଁକି ଫେରୁଛି ଓ ତୁ ଆଖି ଓଦା କାହିଁକି ହୋଇ ଯାଉଛି ? ଶ୍ରିମତିଂକ ପ୍ରଶ୍ନ ବାଣ ର ଅତର୍କିତ ଆକ୍ରମଣରେ କବିଙ୍କର ହୋସ ନଥିଲା | ସେ ଧୀର ସ୍ୱରରେ କହିଲେ ଟିକେ ଚାହl ମିଳିବ ,ତା ପରେ ତୁମ ସବୁ ପ୍ରଶ୍ନ ର ଉତ୍ତର ଦେବି | କିନ୍ତୁ ଶ୍ରୀମତୀ କହିଲେ ପ୍ରଥମେ ଉତର ତା ପରେ ଚାହା | କବି କହିଲେ ହଉ ଶୁଣ ଏଇଟା ହେଲା କବିତା ଓ କେଉଁ ଲୋକ ପାଇଁ ଲେଖା ହେଉନି କି ତୁମର ସିଂହାସନ ପାଇଁ କିଛି ବିପଦ ନାହିଁ | ଶ୍ରୀମତୀ ପ୍ରଶ୍ନିଳ ଆଖିରେ ଉଠି ଠିଆ ହେଲେ ଓ ଆଗକୁ ବଢିଲେ |

